ETV Bharat / state

ବିଶ୍ୱ ଓଡିଆ ଭାଷା ସମ୍ମିଳନୀ: ଏହାର ଆଭିମୁଖ୍ୟ ଜାଣନ୍ତୁ

author img

By ETV Bharat Odisha Team

Published : Feb 3, 2024, 8:47 PM IST

First World Odia Language Conference: ପ୍ରଥମ 'ବିଶ୍ବ ଓଡି଼ଆ ଭାଷା ସମ୍ମିଳନୀ'କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାଷାର ସବୁ ଦିଗ ଉପରେ ଆଲୋଚନା କରାଯିବ । ଅଧିକ ପଢନ୍ତୁ

Firrst World Odia Language Conference
ବିଶ୍ବ ଓଡି଼ଆ ଭାଷା ସମ୍ମିଳନୀ

ବିଶ୍ବ ଓଡି଼ଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ଓଡି଼ଆ ଭାଷାର ଉଲ୍ଲାସର ପର୍ବ । ପ୍ରଥମ 'ବିଶ୍ବ ଓଡି଼ଆ ଭାଷା ସମ୍ମିଳନୀ'କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡି଼ଆ ଭାଷାର ଭବିଷ୍ୟତ ଉଜ୍ଜ୍ବଳ କରିବାକୁ ମାର୍ଗ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ମିଳନୀରେ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରଥମ 'ବିଶ୍ବ ଓଡି଼ଆ ଭାଷା ସମ୍ମାନ'ରେ ସମ୍ମାନିତ ହୋଇଥିବାବେଳେ ପ୍ରତିଷ୍ଠିତ ଲେଖିକା ପ୍ରତିଭା ରାୟ, ସୀତାକାନ୍ତ ମହାପାତ୍ର, ପ୍ରଫେସର ଆର୍ଲୋ ଗ୍ରୀଫିଥ ସମ୍ବର୍ଦ୍ଧିତ ହୋଇଛନ୍ତି । ଆଜି ଭୁବନେଶ୍ବର ଜନତା ମଇଦାନରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଥମ 'ବିଶ୍ବ ଓଡି଼ଆ ଭାଷା ସମ୍ମିଳନୀ'ର ଉଦଘାଟନ କରିଛନ୍ତି । ସମ୍ମିଳନୀରେ ସାରା ରାଜ୍ୟ ଏବଂ ଦେଶ ବିଦେଶରେ ଥିବା ଓଡି଼ଆ ଆଜି ଯୋଗ ଦେଇଥିବାବେଳେ ସମସ୍ତେ ଗୋଟିଏ ସ୍ବରରେ 'ବନ୍ଦେ ଉତ୍କଳ ଜନନୀ' ଗାନ କରିଛନ୍ତି । "ସମ୍ମିଳନୀରେ ଯାହା ପ୍ରସ୍ତାବ ଆସିବ, ରାଜ୍ୟ ସରକାର ତାକୁ ଗ୍ରହଣ କରି ଏକ ସ୍ବତନ୍ତ୍ର ଭାଷା ନୀତି ପ୍ରସ୍ତୁତ କରିବେ" ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, "ନୂଆ ସଂସ୍କୃତି ଓ ବୈଷୟିକ ଜ୍ଞାନର ପ୍ରଭାବ ଭାଷା ଉପରେ ରହୁଛି । ତେଣୁ ଭାଷାର ସବୁ ଦିଗ ଉପରେ ଆଲୋଚନା ହେଉ । ଓଡିଆ ଭାଷାର ଅଧିକ ବ୍ୟବହାର ଉପରେ ଆଲୋଚନା ହେଉ । ସମ୍ମିଳନୀରେ ଆମେ ଆମ ଭାଷାର ଇତିହାସ ଜାଣିବା । ବର୍ତ୍ତମାନକୁ ଦେଖିବା ଓ ଭବିଷ୍ୟତ ପାଇଁ ରାସ୍ତା ତିଆରି କରିବା ।" ତେବେ ବିଶିଷ୍ଟ ଲେଖକ ଓ ଗବେଷକମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି , "ଏହି ସମ୍ମିଳନୀ ହେଉଛି ଓଡିଆ ଅସ୍ମିତାର ପରିଚୟ। ଶାସ୍ତ୍ରୀୟ ଭାଷା ଓଡିଆକୁ ଅଧିକ ଲୋକପ୍ରିୟ କରିବା ଏବଂ ଆମ ଭାଷାକୁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଜରିଆରେ କିଭଳି ଆଗକୁ ନେଇ ପାରିବା, ତା' ହେଉଛି ଏହି ସମ୍ମିଳନୀର ଆଭିମୁଖ୍ୟ ।"

ସେହିପରି ଓଡି଼ଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ କହିଛନ୍ତି , "ଆଜି ଆମ ସମସ୍ତଙ୍କ ପାଇଁ ଏହି ସମ୍ମିଳନୀ ହେଉଛି ଏକ ଭାଷାର ପର୍ବ ଓ ଉତ୍ସବ । ଓଡି଼ଶାରେ ରୂପାନ୍ତର ପ୍ରକ୍ରିୟା ଜାରି ରହିଛି । ରୂପାନ୍ତର ପ୍ରକ୍ରିୟାରେ ଭାଷାର ବହୁତ ବଡ ଭୂମିକା ରହିଛି । ସେଥିପାଇଁ ଆମ ଭାଷାର ଗୌରବ ବୃଦ୍ଧି ଓ ଜୟଗାନ ପାଇଁ ମୁଖ୍ୟମନ୍ତ୍ରୀ ଏହି ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଆୟୋଜନ କରିଛନ୍ତି । ଏହି ସମ୍ମିଳନୀରେ ୪ଟି ଦେଶର ଭାଷା ବିଶେଷଜ୍ଞଙ୍କ ସମେତ ୧୦୦ରୁ ଅଧିକ ବିଦ୍ବାନ ଏକତ୍ରିତ ହୋଇଛନ୍ତି । ବୈଷୟିକ ଜ୍ଞନକୌଶଳର ପ୍ରୟୋଗରେ ଆମ ଭାଷାର ଅଭିବୃଦ୍ଧି ପାଇଁ ସେମାନେ ଆମକୁ ଦିଗଦର୍ଶନ ଦେବେ ।"

ସାଉଥ-ଇଷ୍ଟ ଏସିଆ ଷ୍ଟଡି ପ୍ରଫେସର ଆର୍ଲୋ ଗ୍ରୀଫିଥ କହିଛନ୍ତି, "ମୁଁ ଓଡି଼ଶାରେ ରହୁଛି । ଭାରତ ଭିତରେ ଓଡିଶା ମୋତେ ବହୁତ ଭଲ ଲାଗେ । ମୁଁ ଜଗନ୍ନାଥଙ୍କୁ ଭଲପାଏ । ଓଡି଼ଆ ଭାଷାକୁ ଭଲପାଏ । ଓଡି଼ଆ ଭାଷାକୁ ବ୍ୟବହାର କରେ । ସେହିପରି ପ୍ରତିଷ୍ଠିତ ଲେଖକ ତଥା ସାମ୍ବାଦିକ ଗୌରହରି ଦାସ ଓ ଶିଳ୍ପ ଯତୀନ ଦାସ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି । କାର୍ଯ୍ୟକ୍ରମକୁ ୫ ବର୍ଷ ନୁହେଁ ପ୍ରତିବର୍ଷ ଆୟୋଜନ କରିବାକୁ ସେମାନେ ଦାବି କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଭାଷାବିତ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଓଡି଼ଆ ଭାଷାର ବିକାଶ ଉଦ୍ଦେଶ୍ୟରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମାନରେ ସମ୍ମାନିତ କରିଛନ୍ତି । ପୁରସ୍କାର ସ୍ବରୂପ ତାଙ୍କୁ ମାନପତ୍ର ଓ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଦୁଇ ଓଡିଆ ଜ୍ଞାନପୀଠ ପୁରସ୍କାର ବିଜେତା ପଦ୍ମବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର, ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ଏବଂ ପ୍ରଫେସର ଆର୍ଲୋ ଗ୍ରୀଫିଥଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପ୍ରଥମ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଛନ୍ତି , "ମୁଁ ଦେଶ ବିଦେଶରେ ବହୁ ଜାଗାରେ ସମ୍ମାନିତ ହୋଇଛି। କିନ୍ତୁ ଆଜିକାର ସମ୍ମାନ ମୋ ଜୀବନର ସବୁଠାରୁ ବଡ ସମ୍ମାନ । ସେହିପରି ପଦ୍ମବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର କହିଛନ୍ତି , "ଓଡିଆ ଭାଷାର ଭବିତ୍ୟତ ବହୁତ ଉଜ୍ଜଳ । ଭାଷା ସାହିତ୍ୟରେ କେବଳ ଆତ୍ମ ସନ୍ତୋଷ ପାଇଁ ନୁହେଁ, ପାଠକ ସୃଷ୍ଟି କରିବାର ମଧ୍ୟ ଆବଶ୍ୟକତା ରହିଛି । ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ କହିଛନ୍ତି , "ଆଜି ଆମ ସମସ୍ତଙ୍କ ପାଇଁ ଏହା ଏକ ଉଲ୍ଲାସ ଦିନ । ମାନବ ଜାତିର ବିସ୍ମୟକର ଉଦ୍ଭାବନ ହେଉଛି ଭାଷା । ହଜାର ହଜାର ବର୍ଷରେ ଭାଷାଟିଏ ଜନ୍ମ ନିଏ । କିନ୍ତୁ ଲିଖନ, ପଠନ ଓ ବ୍ୟବହାର ନ ହେଲେ, ଭାଷାଟିଏ ମରିଯାଏ । ମୁଖ୍ୟମନ୍ତ୍ରୀଙ୍କର ଏହି ସମ୍ମିଳନୀର ଆୟୋଜନ ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ଭାଷାକୁ ଆହୁରି ପରିପୁଷ୍ଟ କରିବ । ଏହି ବିଶ୍ବ ଓଡି଼ଆ ଭାଷା କୁମ୍ଭ ଓଡିଆ ଭାଷା ସାହିତ୍ୟର ପୂର୍ଣ୍ଣ ଜାଗୃତି ପର୍ବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.