ETV Bharat / state

ଓଡିଆ ଭାଷାରେ ଫାଇଲ କାମ: ଫେଲ ମାରିଥିଲେ ଜାନକୀ, ପାରିବେ ତ ମୋହନ ସରକାର, କାଗଜପତ୍ରରେ ସୀମିତ ରହିବନି ତ ନିର୍ଦ୍ଦେଶ ? - Official work in Odia language

author img

By ETV Bharat Odisha Team

Published : Aug 3, 2024, 6:03 PM IST

Official work in Odia language: ଓଡ଼ିଆ ଭାଷାରେ ହେବ ସବୁ ସରକାରୀ କାର୍ଯ୍ୟ । ମନ୍ତ୍ରୀମାନେ ମଧ୍ୟ ନିଜ ନିଜ ବିଭାଗର ଅଧିକାରୀଙ୍କୁ ଓଡ଼ିଆରେ ଫାଇଲ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଓଡ଼ିଆ ଅସ୍ମିତାର କଥା କହି ସରକାରକୁ ଆସିଥିବା ବିଜେପିର ଏହି ଘୋଷଣା କେବଳ କାଗଜପତ୍ରରେ ସୀମିତ ରହିବ ନା ବାସ୍ତବରେ କାର୍ଯ୍ୟକାରୀ ହୋଇପାରିବ ? ଏନେଇ କଡ଼ା ପ୍ରତିକ୍ରିୟା ରଖିଲା ବିଜେଡି ଓ କଂଗ୍ରେସ ।

ଓଡ଼ିଆ ଭାଷାରେ ହେବ ଫାଇଲ କାମ
ଓଡ଼ିଆ ଭାଷାରେ ହେବ ଫାଇଲ କାମ (ETV Bharat Odisha)

ଭୁବନେଶ୍ବର: ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟକୁ ମୋହନ ସରକାର ବେଶ ଗୁରୁତ୍ୱ ଦେଉଛନ୍ତି । ଓଡ଼ିଆ ଭାଷାରେ ଫାଇଲ କାର୍ଯ୍ୟ କରିବା ଲାଗି ବିଭିନ୍ନ ବିଭାଗ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଉଛି । ତେବେ କେବଳ ବିଜ୍ଞପ୍ତି ନା ଅସଲରେ ଏହାର କାର୍ଯ୍ୟାନ୍ଵୟନ ହେବ ସେନେଇ ବିଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି । ବିଭାଗ ନୁହେଁ ଉଚ୍ଚଶିକ୍ଷା ପାଠ୍ୟକ୍ରମ ମଧ୍ୟ ଓଡ଼ିଆରେ କରିବାକୁ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ମନ୍ତ୍ରୀ । ଯଦି ସବୁ ସ୍ତରରେ ଓଡ଼ିଆ ଭାଷାକୁ ପ୍ରଚଳନ କରାଯାଏ, ତାହା ସ୍ୱାଗତଯୋଗ୍ୟ କଥା ହେବ ବୋଲି ବିଜେଡି କହିଛି । ସେହିପରି ଭାଷା ପ୍ରତି ନୂଆ ସରକାରର ଆନ୍ତରିକତା ଆଗାମୀ ଦିନରେ ଜଣାପଡିବ ବୋଲି କଂଗ୍ରେସ କହିଛି ।

ଓଡ଼ିଆ ଭାଷାରେ ହେବ ଫାଇଲ କାମ; କାଗଜପତ୍ରରେ ସୀମିତ ରହିବନି ତ ନିର୍ଦ୍ଦେଶ ? (ETV Bharat Odisha)

ଓଡ଼ିଆରେ ଫାଇଲ କାମ କରିବାକୁ ନିର୍ଦ୍ଦେଶ:

ଓଡ଼ିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଛି ଭାରତୀୟ ଜନତା ପାର୍ଟି । ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ବ୍ୟବହାର କରିବା ନୂଆ ସରକାରଙ୍କ ପ୍ରାଥମିକତା । ଓଡ଼ିଆ ଭାଷାରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରୁ କାର୍ଯ୍ୟ ଆରମ୍ଭ କରିବା ଦିନରୁ ସେ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ସମସ୍ତ ବିଭାଗ ଓଡ଼ିଆ ଭାଷାରେ ଫାଇଲ କାମ କରିବା ପାଇଁ ତତ୍ପରତା ଦେଖାଉଛନ୍ତି । ବିଭିନ୍ନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । କୃଷି, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି । ମନ୍ତ୍ରୀମାନେ ନିଜ ନିଜ ବିଭାଗର ଅଧିକାରୀଙ୍କୁ ଓଡ଼ିଆରେ ଫାଇଲ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜାନକୀ ସରକାରରେ ହୋଇଥିଲା ପ୍ରୟାସ:

ସେହିପରି ପ୍ରଶାସନିକ ଅଧିକାରୀଙ୍କଠୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଶାସନିକ ଶବ୍ଦକୋଷ ଦିଆଯାଇଛି । ପ୍ରସ୍ତୁତ ହୋଇଥିବା ପ୍ରଶାସନିକ ଶବ୍ଦକୋଷରେ ସମସ୍ୟା ରହିଥିବା ଅଭିଯୋଗ ରହିଛି । ଅନେକ ଜଟିଳ ଇଂରାଜୀ ଶବ୍ଦର ଓଡ଼ିଆ ଏଯାଏଁ ହୋଇପାରିନାହିଁ । ତେଣୁ ଏହା ନୂଆ ସରକାରଙ୍କ ଲାଗି ସମସ୍ୟା ହୋଇଛି । ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକ ଓଡ଼ିଆକୁ ସରକାରୀ ଭାଷା ରୂପେ ସମସ୍ତ ଫାଇଲ କାମରେ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଥିଲେ । 1980ରୁ 1985 ଓ 1985ରୁ 1989ରେ ଏଥିପାଇଁ ଅନେକ ସରକାରୀ ଶବ୍ଦର ଓଡ଼ିଆ ଅନୁବାଦ ହୋଇଥିଲା । କିଛି ଦିନ ଏହାକୁ ଅଧିକାରୀ ମାନିଲେ ପରବର୍ତ୍ତୀ ସମୟରେ ଏହି ନିର୍ଦ୍ଦେଶ କାଗଜ କଲମରେ ରହିଗଲା । ସରକାର ବଦଳିଥିଲେ ମଧ୍ୟ ପ୍ରଶାସନିକ ବ୍ୟବସ୍ଥା ସମାନ ରହିଛି । ତେଣୁ ନୂଆ ସରକାରଙ୍କ ଏହି ନିର୍ଦ୍ଦେଶ ସଫଳ ହେବା ନେଇ ଆଶା ରହିଛି ।

ଓଡ଼ିଆରେ ହେବ ଡାକ୍ତରୀ ପାଠପଢା:
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ''ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଆମ ସରକାର ପ୍ରୟାସ କରୁଛି । ସରକାରୀ ଭାବେ ସବୁ ବିଭାଗରେ ଓଡ଼ିଆ ଭାଷା କିଭଳି ବ୍ୟବହାର କରାଯିବ ସେନେଇ ମୋହନ ସରକାର ଚେଷ୍ଟିତ । ନୂଆ ସରକାରର ଏ ଦିଗରେ ଆଗ୍ରହ ରହିଛି । ଓଡ଼ିଆ ଭାଷାକୁ ସବୁ କ୍ଷେତ୍ରରେ କିଭଳି ବିକାଶ କରାଯାଇପାରିବ ସେ ନେଇ ଯୋଜନା ହେଉଛି । ଡାକ୍ତରୀ ପାଠପଢା ମଧ୍ୟ ଓଡ଼ିଆରେ କରିବାକୁ ଆମ ସରକାର ପ୍ରୟାସ କରୁଛି ।''

ପ୍ରଚାରମୁଖୀ ନହୋଇ ସଠିକ ଭାବେ ପାଳନ ହେଉ:
ବିଜେଡି ନେତା ଅମର ଶତପଥୀ କହିଛନ୍ତି, ''1954 ମସିହାରେ ଓଡ଼ିଆ ଭାଷା ଆଇନ ଆସିଥିଲା । ସେଥିପାଇଁ ନବକୃଷ୍ଣ ଚୌଧୁରୀଙ୍କୁ ମନେ ପକାଇବା କଥା । ଆମ ଭାଷାର ବ୍ୟବହାର ବୃଦ୍ଧି କରିବା ଲାଗି ଭାଷା ଆଇନ ପ୍ରଚଳିତ ହୋଇଥିଲା । ଦୁର୍ଭାଗ୍ୟର କଥା ଏହାକୁ ପ୍ରଚଳିତ କରିବା ଲାଗି ବହୁ ବର୍ଷ ଲାଗିଗଲା । ଆଜି ଯଦି ଓଡ଼ିଆ ଭାଷାକୁ ସବୁ ସ୍ତରରେ ବ୍ୟବହାର ଲାଗି ଉଦ୍ୟମ ହେବ, ନିଶ୍ଚୟ ଭାବେ ଏହା ସ୍ୱାଗତଯୋଗ୍ୟ ହେବ । ଟାଇପ କରିବାରେ ଥିବା ସମସ୍ୟା ଧୀରେ ଧୀରେ ସମାଧାନ କରିବାକୁ ହେବ । ଓଡ଼ିଆ ଓ ଅଣ ଓଡିଆ କିଛି ନାହିଁ । ଭାଷା ପ୍ରତି ସମସ୍ତଙ୍କର ମମତା ଅଛି । ଭାଷାକୁ ନେଇ ଯୋଜନା ପ୍ରଚାରମୁଖୀ ନହୋଇ ସଠିକ ଭାବେ ପାଳନ ହେବା ଉଚିତ ।''

ଭାଷା ପ୍ରତି ମମତା ଓ ଆନ୍ତରିକତା ରହିବା ଦରକାର:
କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ''ଓଡ଼ିଆ ଭାଷାକୁ ଭଲ ପାଇବା କଂଗ୍ରେସ ସମୟରେ ଆରମ୍ଭ ହୋଇଥିଲା । ଜାନକୀ ବାବୁଙ୍କ ସରକାର ଅଧିକ ଗୁରୁତ୍ୱ ଦେଇଥିଲେ । ଓଡ଼ିଆ ଭାଷାକୁ ଗତ 24 ବର୍ଷ ସରକାରରେ ଥିବା ଦଳ ଗୁରୁତ୍ୱ ଦେଇନଥିଲା । ଏ ସରକାର ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ୱ ଦେବୁ ବୋଲି କହିଛନ୍ତି । ଏହା ଭଲ କଥା । ଏଥିପାଇଁ ଆନ୍ତରିକତା ରହିବା କଥା । ଓଡ଼ିଆ ଭାଷା ପ୍ରତି କେତେ ମମତା ଅଛି, ଆଗାମୀ ଦିନରେ ଜଣାପଡିବ । ଅଧିକାରୀମାନେ ନିର୍ଦ୍ଦେଶ ମାନୁ ନହାନ୍ତି । କିନ୍ତୁ ଓଡ଼ିଆ ଭାଷା ସବୁ ବିଭାଗରେ ଲାଗୁ ହେବା ଦରକାର ।''

ଏହା ମଧ୍ୟ ପଢନ୍ତୁ: ଆରମ୍ଭରୁ ଅସ୍ମିତା କାର୍ଡ: ଓଡିଆ ଭାଷାରେ ସରକାରୀ କାମ, ଗଠନ ହେବ ଭାଷା ଆୟୋଗ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.