ETV Bharat / state

ମୁଣ୍ଡ ଉପରେ ନିର୍ବାଚନ, ବରଗଡରେ ତାଲିମ୍ ନେଲେ ୧୦ ହଜାର ୧୧୦ ପୁଲିଂ ଅଧିକାରୀ - Pooling Officers Training - POOLING OFFICERS TRAINING

Pooling Officers Training Camp: ଗତକାଲି ବରଗଡ଼ ଜିଲ୍ଲାରେ ଶେଷ ହେଲା ପୁଲିଂ ଅଧିକାରୀଙ୍କ ପ୍ରଥମ ପର୍ଯ୍ୟାୟର ତାଲିମ l ସଫଳ ମତଦାନ ନିମନ୍ତେ ତାଲିମ୍ ନେଲେ ଜିଲ୍ଲାର ୧୦ ହଜାର ୧୧୦ ଜଣ ପୁଲିଂ ଅଧିକାରୀ । ଅଧିକ ପଢ଼ନ୍ତୁ

ପୁଲିଂ ଅଧିକାରୀଙ୍କ ତାଲିମ ଶିବିର
ପୁଲିଂ ଅଧିକାରୀଙ୍କ ତାଲିମ ଶିବିର
author img

By ETV Bharat Odisha Team

Published : Mar 24, 2024, 7:57 AM IST

ପୁଲିଂ ଅଧିକାରୀଙ୍କ ତାଲିମ ଶିବିର

ବରଗଡ଼: ବରଗଡ଼ ଜିଲ୍ଲାରେ ଶେଷ ହେଲା ପୁଲିଂ ଅଧିକାରୀଙ୍କ ପ୍ରଥମ ପର୍ଯ୍ୟାୟର ତାଲିମ । ସଫଳ ମତଦାନ ନିମନ୍ତେ ତାଲିମ୍ ନେଲେ ଜିଲ୍ଲାର ୧୦ ହଜାର ୧୧୦ ଜଣ ପୁଲିଂ ଅଧିକାରୀ l ଅନ୍ୟପଟେ ସୁବିଧା ମୋବାଇଲ ଆପ୍ ବିଷୟରେ ତାଲିମ ନେଲେ ଜିଲ୍ଲା ସ୍ତରୀୟ ଅଧିକାରୀ l ଗତକାଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋଏଲଙ୍କ ତତ୍ତ୍ବାବଧାନରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ପୋଲିସ ବିଭାଗ, ବିଡ଼ିଓ ଏବଂ ତହସିଲଦାରଙ୍କ ପାଇଁ ସୁବିଧା ଆପ୍ ଏବଂ ଏହାର କାର୍ଯ୍ୟକାରିତା ବିଷୟରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

ନିର୍ବାଚନ ଆୟୋଗ ଦ୍ୱାରା ବିକଶିତ ହୋଇଥିବା ଏହି ମୋବାଇଲ୍ ଆପ୍ଲିକେସନ୍ କିଭଳି ବ୍ୟବହାର କରିବା, ନାମାଙ୍କନ ଏବଂ ଅନୁମତି ପ୍ରକ୍ରିୟାରେ ପ୍ରାର୍ଥୀଙ୍କୁ ସାହାଯ୍ୟ କରିବା, ଆକାଉଣ୍ଟ୍ ସୃଷ୍ଟି କରି ପରିଚୟ ପତ୍ର ସହିତ କିଭଳି ଲଗଇନ୍ କରିବା, ପ୍ରାର୍ଥୀଙ୍କ ନାମାଙ୍କନ ପରେ ଅନୁମତି କିଭଳି ଦେବା, ମତଦାନ ଦିବସର କାର୍ଯ୍ୟକଳାପ ଏବଂ ଭୋଟ ଗଣନା, ଇଣ୍ଡେକ୍ସ କାର୍ଡ, ଖର୍ଚ୍ଚ ମନିଟରିଙ୍ଗ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ଉକ୍ତ ତାଲିମ ଶିବିରର ମୁଖ୍ୟ ବିଷୟବସ୍ତୁ ରହିଥିଲା ।

ସେହିପରି ସାଧାରଣ ନିର୍ବାଚନକୁ ସରଳ ଏବଂ ତୃଟିଶୂନ୍ୟ ଭାବେ ସମାପନ ପାଇଁ ପୁଲିଂ ଓ ପ୍ରିଜାଡିଙ୍ଗ ଅଧିକାରୀଙ୍କ ନିମନ୍ତେ ଆୟୋଜିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କ୍ରମାଗତ ଭାବେ ୧୬ ମାର୍ଚ୍ଚରୁ ଆରମ୍ଭ ହୋଇ ଗତକାଲି ଶେଷ ହୋଇଛି l ଏହି ତାଲିମ୍ ଶିବିର ବରଗଡ଼ ଜିଲ୍ଲାର ପାଞ୍ଚୋଟି ପ୍ରଶିକ୍ଷଣ କେନ୍ଦ୍ର ଯଥା- ବରଗଡ ସରକାରୀ ପଲିଟେକ୍ନିକ୍, ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ, ଅଞ୍ଚଳ କଲେଜ ପଦ୍ମପୁର, ବିଜେପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଏବଂ ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.... ନିର୍ବାଚନ ଉପରେ ନକ୍ସଲବାଦର କୌଣସି ପ୍ରଭାବ ପଡିବନାହିଁ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ - ELECTION REVIEW MEETING

ସାଧାରଣ ନିର୍ବାଚନ ପାଇଁ ଜିଲ୍ଲାର 5 ଗୋଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୩୯୭ ଗୋଟି ବୁଥର ଆୟୋଜନ କରାଯାଇଥିବା ବେଳେ ସମସ୍ତ ବୁଥ ମାନଙ୍କରେ ସଫଳ ମତଦାନ ନିମନ୍ତେ ଜିଲ୍ଲାର ସମୁଦାୟ ୧୦ ହଜାର ୧୧୦ ଜଣ କର୍ମଚାରୀଙ୍କୁ ପ୍ରିଜାଇଡିଂ ଏବଂ ପୁଲିଂ ଅଧିକାରୀ ଭାବେ ତାଲିମ୍ ଦିଆଯାଇଛି l ତେବେ ୧୬୭୭ ଜଣ ଲେଖାଏ ପ୍ରିଜାଇଡିଂ ଅଧିକାରୀ, ପ୍ରଥମ ପୋଲିଂ ଅଧିକାରୀ, ଦ୍ଵିତୀୟ ପୋଲିଂ ଅଧିକାରୀ, ତୃତୀୟ ପୋଲିଂ ଅଧିକାରୀ, ଚତୁର୍ଥ ପୋଲିଂ ଅଧିକାରୀ ଏବଂ ପଞ୍ଚମ ପୋଲିଂ ଅଧିକାରୀ ଅଂଶ ଗ୍ରହଣ କରି ନିର୍ବାଚନ ପରିଚାଳନା, ବ୍ୟବସ୍ଥିତ ଭାବେ ପ୍ରଦର୍ଶନ କେନ୍ଦ୍ରରୁ ବୁଥ୍ ପର୍ଯ୍ୟନ୍ତ ଯିବା, ଇଭିଏମ-ଭିଭିପ୍ୟାଟର ସଂଯୋଗ, ଭୋଟ ଗ୍ରହଣ ସମୟରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ଏବଂ ସେକ୍ଟର ଅଧିକାରୀଙ୍କ ସହ ଯୋଗାଯୋଗ ରଖି ସଠିକ ତଥ୍ୟ ଦେବା ଇତ୍ୟାଦି ବିଷୟରେ ପ୍ରଶିକ୍ଷଣ ନେଇଥିଲେ ।

ସେହିପରି ତୃଟିହୀନ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ରିଟର୍ଣ୍ଣିଙ୍ଗ ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର ମଧ୍ୟ ଆରମ୍ଭ ହୋଇଯାଇଛି l ଏହି ଶିବିରରେ ନାମାଙ୍କନ ଓ ପ୍ରାର୍ଥୀପତ୍ରର ସଠିକ ଯାଞ୍ଚ ପ୍ରକ୍ରିୟା, ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ପ୍ରତୀକ ବଣ୍ଟନ ପ୍ରକ୍ରିୟା, ଡାକ ବାଲାଟ, ଭୋଟର ସୁବିଧା କେନ୍ଦ୍ରର ସୁପରିଚାଳନା ଏବଂ ଇଭିଏମ / ଇଏମଏସ ପରିଚାଳନା ଭଳି ଗୁରୁତ୍ୱପୂର୍ଣ ବିଷୟରେ ତାଲିମ ପ୍ରଦାନ କରାଯାଇଛି।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.