ETV Bharat / state

ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

author img

By ETV Bharat Odisha Team

Published : Feb 9, 2024, 10:03 PM IST

Rath Yatra 2024: ଚଳିତ ବର୍ଷ ରଥ ଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥକାଠ । ବର୍ତ୍ତମାନ ମୋଟ ୩ଟି ଟ୍ରକରେ ୧୦୨ଖଣ୍ଡ କାଠ ଆସିଛି । ଆସନ୍ତା ସରସ୍ଵତୀ ପୂଜାରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ବଡ଼ ଦାଣ୍ଡରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥ କାଠ

ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ବଡ଼ ଦାଣ୍ଡରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ: ଚଳିତ ବର୍ଷ ରଥ ଯାତ୍ରା ପାଇଁ ପ୍ରଥମ ପର୍ଯ୍ୟାୟରେ ରଥ କାଠ ପୁରୀ ବଡ଼ ଦାଣ୍ଡରେ ଆସି ପହଞ୍ଚିଛି । ମୋଟ ୩ଟି ଟ୍ରକରେ ୧୦୨ଖଣ୍ଡ କାଠ ପୁରୀରେ ଆସି ପହଞ୍ଚିଛି । ନୟାଗଡ଼ର ଦଶପଲ୍ଲା ବନାଞ୍ଚଳରୁ ଏହି କାଠ ଅଣାଯାଇଛି । ତେବେ ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ରଥ କାଠ ଆସି ପୁରୀରେ ପହଞ୍ଚିବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସମାପ୍ତି ହୋଇଛି । ସରସ୍ଵତୀ ପୂଜାରେ ରଥ କାଠ ପୂଜା ହେବାର ବିଧି ରହିଛି ।

ରଥର ତତ୍ତ୍ଵବଧାରକ ସୁଦର୍ଶନ ମେକାପ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ୧୦୨ ଖଣ୍ଡ କାଠ ଆସି ପହଞ୍ଚିଛି । ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୮୧୨ ଖଣ୍ଡ କାଠର ଆବଶ୍ୟକତା ରହିଛି । ୫୩ଖଣ୍ଡ କାଠ ପୂର୍ବରୁ ବଳକା ଭାବେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ମହଜୁଦ ରହିଛି । ତେବେ ତିନି ରଥ ନିର୍ମାଣ ପାଇଁ ମୋଟ ପ୍ରତିବର୍ଷ ୮୬୫ ଖଣ୍ଡ କାଠ ଦରକାର ହୋଇଥାଏ । ତେବେ ପ୍ରଥମ ପର୍ଯ୍ୟାୟରେ ଆସିଥିବା କାଠ ହେଉଛି ଧୋଉରା ଓ ଅସନ କାଠ । ୫୦ଟି ଧଉରା ଓ ୫୨ଟି ଅସନ କାଠ ଆସିଛି । ଆଗମୀ ସରସ୍ଵତୀ ପୂଜାରେ ରଥ ଖଳାରେ ତିନୋଟି ଧୋଉରା କାଠକୁ ପାରମ୍ପରିକ ପୂଜା କରାଯିବ ।

ସେହିପରି ଶ୍ରୀମନ୍ଦିର ପୁରୋହିତ, ଗଜପତିଙ୍କ ରାଜଗୁରୁ ଚଳିତ ବର୍ଷର ରଥ କାଠ ଅନୁକୂଳ ପୂଜା କରିବେ । ପରେ ପର୍ଯ୍ୟାୟ କ୍ରମେ ରଥ କାଠ ଆସିବ । ଆଗାମୀ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରାଯିବ । ଗତ ଜାନୁଆରୀ ୧ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ନୟାଗଡ଼ ଦଶପଲ୍ଲା ଯାଇଥିଲେ । ସେଠାରେ ପରମ୍ପରା ଅନୁଯାୟୀ ବଡ଼ରାଉଳ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା ପରେ ରଥ କାଠ ଚିହ୍ନଟ ହୋଇଥଲା । ଭୋଇ ସର୍ଦ୍ଦାର ରବି ଭୋଇ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ରଥ ତତ୍ତ୍ଵବଧାରକ ସୁଦର୍ଶନ ମେକାପ ଏହି ଟିମରେ ସାମିଲ ହୋଇ ଗଛ ଚିହ୍ନଟ କରିଥଲେ ।

ଏହା ମଧ୍ୟ ପଢନ୍ତୁ .....ଶ୍ରୀମନ୍ଦିର ଉତ୍ତର ଦ୍ଵାର ଗୁମୁଟ ତଳେ ଫାଟ: ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ, ଉପଯୁକ୍ତ ସୁରକ୍ଷା ଦାବି

ସେପଟେ ବଡ ଦାଣ୍ଡରେ ପ୍ରଥମ ପର୍ଯ୍ୟାୟ ରଥ କାଠ ଆସି ପହଞ୍ଚିବା ପରେ ବେଶ୍ ଉତ୍ସାହିତ ହୋଇଛନ୍ତି ଭୋଇ ସେବକ । ଚଳିତ ବର୍ଷ ରଥ ଯାତ୍ରା କିଭଳି ସୁରୁଖୁରୁରେ ହେଉ ସେ ନେଇ ଭୋଇ ସର୍ଦ୍ଦାର ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । ସେହିପରି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀ ଆସିଥିବା ଭକ୍ତ ରଥ କାଠ ଦେଖି ଭାବ ବିହ୍ଵଳିତ ହୋଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.