ETV Bharat / state

‘ଲୋକଙ୍କ ସମସ୍ୟା ସମାଧାନ ପଞ୍ଚାୟତିରାଜ ବିଭାଗର ପ୍ରଧାନ ଆଭିମୁଖ୍ୟ’ - Panchayati Raj department

author img

By ETV Bharat Odisha Team

Published : Jun 20, 2024, 1:46 PM IST

PANCHAYATI RAJ DEPARTMENT: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସମୀକ୍ଷା ବୈଠକ ।ଲୋକଙ୍କ ସମସ୍ୟା ସମାଧାନ କରିବା ବିଭାଗର ପ୍ରମୁଖ କାର୍ଯ୍ୟ ହେବା ନେଇ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ରବି ନାୟକ । ଅଧିକ ପଢନ୍ତୁ

‘ଲୋକଙ୍କ ସମସ୍ୟା ସମାଧାନ ପଞ୍ଚାୟତିରାଜ ବିଭାଗର ପ୍ରଧାନ ଆଭିମୁଖ୍ୟ’
‘ଲୋକଙ୍କ ସମସ୍ୟା ସମାଧାନ ପଞ୍ଚାୟତିରାଜ ବିଭାଗର ପ୍ରଧାନ ଆଭିମୁଖ୍ୟ’ (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ମୁଖ୍ୟତଃ ଗରିବ ଜନସାଧାରଣଙ୍କ କଲ୍ୟାଣ ପାଇଁ ନୂତନ ସରକାର ସଂକଳ୍ପବଦ୍ଧ । ଗରିବ ଲୋକମାନଙ୍କର ସମସ୍ୟା ଦୂରକରି ସେମାନଙ୍କ ମୁହଁରେ ହସ ଫୁଟାଇବା ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରଧାନ ଆଭିମୁଖ୍ୟ ହେବା ଉଚିତ । ବିତ୍ତ ଆବଣ୍ଟନ ଓ ଦାରିଦ୍ର୍ୟ ଦୂରୀକରଣ ଦୃଷ୍ଟିରୁ ଏହି ବିଭାଗ ସରକାରଙ୍କ ଏକ ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗ । ନୂତନ ସରକାରଙ୍କ ସଂକଳ୍ପ ଏବଂ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ସରକାରଙ୍କ ନ୍ୟସ୍ତ ଦାୟିତ୍ୱକୁ ସଠିକ ରୂପେ ନିର୍ବାହ କରିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ପରାମର୍ଶ ଦେଇଛନ୍ତି ।

ଲୋକସେବା ଭବନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ । ଏଥିରେ ଅଧ୍ୟକ୍ଷତା କରି ମନ୍ତ୍ରୀ ରବି ନାଏକ କହିଛନ୍ତି, ଦାଦନ ସମସ୍ୟା ରାଜ୍ୟର ଏକ ପ୍ରମୁଖ ସମସ୍ୟା । ଏହି ସମସ୍ୟାକୁ ନୂତନ ସରକାର ବହୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ ଦାଦନ ପ୍ରବଣ ଅଞ୍ଚଳରେ ନିଷ୍ଠାର ସହ ପହଞ୍ଚାଇବାର ଆବଶ୍ୟକତା ରହିଛି । ମନ୍ତ୍ରୀ ଖଣ୍ଡପଡ଼ା ଗସ୍ତରେ ଯାଇଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ସେ ଅଞ୍ଚଳକୁ ଯାଇ ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ରାଜ୍ୟର କିଛି ଅଞ୍ଚଳରେ ଲୋକମାନେ ପାନୀୟ ଜଳର ଅପବ୍ୟବହାର କରୁଛନ୍ତି । ତା’ଫଳରେ ଅନେକ ଲୋକ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ପାନୀୟ ଜଳ ଅପବ୍ୟବହାର ରୋକିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି । ବିଭାଗରେ ପହଞ୍ଚିବା ପରେ ମନ୍ତ୍ରୀଙ୍କୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି । ଏହା ସହ ବିଭାଗ ପକ୍ଷରୁ ଦାରିଦ୍ର୍ୟ ଦୂରୀକରଣ, ନିଯୁକ୍ତି ସୃଷ୍ଟି, ମୌଳିକ ସେବା, ଭିତ୍ତିଭୂମି ବିକାଶ, ଦକ୍ଷତା ବିକାଶ ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ସୁରମା ପାଢ଼ୀ ବାଚସ୍ପତି ନିର୍ବାଚିତ, ଓଡ଼ିଶା ବିଧାନସଭାରେ ଦ୍ବିତୀୟ ମହିଳା ବାଚସ୍ପତି - SURAMA PADHY NEW SPEAKER

ବିଭାଗୀୟ ନିର୍ଦ୍ଦେଶକମାନେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଗ୍ରାମୀଣ ଗୃହ ନିର୍ମାଣ ଯୋଜନା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ, ସ୍ୱଚ୍ଛ ଭାରତ ମିଶନ, କେନ୍ଦ୍ର ତଥା ରାଜ୍ୟର ଅନୁଦାନ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଆନୁକୂଲ୍ୟରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ, ଓରମାସ ଆନୁକୂଲ୍ୟରେ ବିଭିନ୍ନ ବିପଣନ କାର୍ଯ୍ୟକ୍ରମ ଶକ୍ତି ଗାଁ ପ୍ରକଳ୍ପ, ପ୍ରଦର୍ଶନୀ ଆୟୋଜନ, ଗ୍ରାମୀଣ ଉତ୍ପାଦ ବିକ୍ରି, ଡିଡିୟୁ-ଜିକେୱାଇ ସମ୍ବନ୍ଧରେ ସବିଶେଷ ତଥ୍ୟ ଉପସ୍ଥାପନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.