ETV Bharat / state

ଅଗ୍ନିଶମ କର୍ମଚାରୀଙ୍କ ଉପରେ ଗରମ ପାଣି ଢାଳିଲେ ହାବିଲଦାର, ଆଉ ତା ପରେ... - Havildar Threw Hot Water

author img

By ETV Bharat Odisha Team

Published : Aug 26, 2024, 7:27 PM IST

Fire Services Havildar Throws Boiling Water On Coworker: କାହିଁକି ଅଫିସ ବିଳମ୍ବରେ ଆସିଲ ବୋଲି ଅଗ୍ନିଶମ କର୍ମଚାରୀଙ୍କ ଉପରେ ଗରମ ପାଣି ଢାଳିଲେ ଅଗ୍ନିଶମ ହାବିଲଦାର । ଅଧିକ ପଢ଼ନ୍ତୁ

Fire Services Havildar Throws Boiling Water On Coworker
Fire Services Havildar Throws Boiling Water On Coworker (ETV Bharat Odisha)

ରାଇରଙ୍ଗପୁର: ବାହାରକୁ ବୁଲିବାକୁ ଯାଇଥିଲେ ଅଗ୍ନିଶମ କର୍ମଚାରୀ । ଅଫିସକୁ ଆସୁବାରେ ସାମାନ୍ୟ ବିଳମ୍ବ ହୋଇଗଲା । ଆଉ ଏଥିରେ ରାଗିଗଲେ ଅନ୍ୟ ଜଣେ ଅଗ୍ନିଶମ କର୍ମଚାରୀ । ସିଧା ଗ୍ୟାସରେ ଫୁଟୁଥିବା ଟକ୍‌ମକ୍‌ ଗରମପାଣି ଆଣି ବିଳମ୍ବରେ ଆସିଥିବା କର୍ମଚାରୀଙ୍କ ଉପରକୁ ଢାଳିଦେଲେ । ଫଳରେ ଉକ୍ତ ଅଗ୍ନିଶମ କର୍ମଚାରୀଙ୍କ ଶରୀର ପୋଡି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହିପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ ।

ବିଳମ୍ବରେ ଆସିଲେ ବୋଲି:

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଗ୍ନିଶମ କେନ୍ଦ୍ରର କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀ ଦୁଷ୍ମନ୍ତ କୁମାର ଦେହୁରୀ ଗତକାଲି (ରବିବାର) ବିଳମ୍ବିତ ସମୟରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏନେଇ ସେଠାରେ କାର୍ଯ୍ୟରତ ହାବିଲଦାର ନୂତନ ମଲ୍ଲିକ ତାଙ୍କୁ ଗାଳିଗୁଲଜ କରିଥିଲେ । ଏତିକିରେ ତାଙ୍କ ରାଗ ଶାନ୍ତ ପଡ଼ିନଥିଲା । ଅତି ଅମାନୁଷିକ ଭାବେ ଫୁଟୁଥିବା ଥିବା ଗରମ ପାଣି ଆଣି ଦୁଷ୍ମନ୍ତ ଉପରକୁ ଫିଙ୍ଗି ଦେଇଥିଲେ । ଫଳରେ ଦୁଷ୍ମନ୍ତଙ୍କ ଶରୀରର ଅନେକ ଅଂଶ ପୋଡି ଯାଇଥିବା ବେଳେ ଦୁଇ ଗୋଡ଼ରେ ଗରମ ପାଣି ବାଜି ଗୁରୁତର ଆହତ ହୋଇଛନ୍ତି ।

କାଲି ଘଟିଲା ଅଘଟଣ, ଆଜି ନିଆଗଲା ହସ୍ପିଟାଲ:

ତେବେ ଗତ ରାତିରେ ଘଟଣା ଘଟିଥିଲେ ମଧ୍ୟ ତାଙ୍କୁ ଆଜି (ସୋମବାର) ସକାଳୁ ଅନ୍ୟ ସାଥି କର୍ମଚାରୀମାନେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତଳ କର୍ମଚାରୀଙ୍କ ଉପରକୁ ଫୁଟନ୍ତା ଗରମ ପାଣି ଫିଙ୍ଗି ଗୁରୁତର ଆହତ କରିବା ଏକ ନିନ୍ଦନୀୟ ଘଟଣା । ଗରମ ପାଣି ଛାଟି ଗୁରୁତର କରିଥିବା କର୍ମଚାରୀ ବିରୁଦ୍ଧରେ ବିଭାଗୀୟ ଉଚ୍ଚପଦସ୍ତ ଅଧିକାରୀ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଆହତଙ୍କ ପ୍ରତିକ୍ରିୟା:

ଏନେଇ ଆହତ କର୍ମଚାରୀ ଦୁଷ୍ମନ୍ତ କୁମାର ଦେହୁରୀ କହିଛନ୍ତି, ମୁଁ ବାହାରକୁ ବୁଲିବାକୁ ଯାଇଥିଲେ । ଆସିବାରେ ବିଳମ୍ବରେ ହୋଇଲା । ଗେଟ ପାର ହୋଇ ଆସିବା ବେଳେ ହାବିଲଦାର ନୂତନ ମଲ୍ଲିକ ଗ୍ୟାସରେ ବସିଥିବା ଗରମ ପାଣି ଆଣି ମୋ ଉପରକୁ ଢାଳିଦେଲେ ।"

ଏହା ମଧ୍ୟ ପଢ଼ନ୍ତୁ...କଙ୍ଗାରୁ କୋର୍ଟ ମାମଲାରେ 4 ଗିରଫ: ମହିଳାଙ୍କୁ ଲଣ୍ଡା କରି ମଟନ ଭୋଜି ଖାଇଥିଲେ, ମା' ପାଇଁ ନ୍ୟାୟ ମାଗିଲା ପୁଅ - Kangaroo Court In jharsuguda

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.