ETV Bharat / state

ସରସ୍ବତୀ ପୂଜାରେ ରାଜଧାନୀରେ ଅଘଟଣ, ଦୀପରୁ ନିଆଁ ଲାଗି ଜଳିଗଲା ୧୦ଘର - ଭୁବନେଶ୍ବର ଅଗ୍ନିକାଣ୍ଡ

Fire Broke Out In Bhubaneswar: ରାଜଧାନୀର ତେଲୁଗୁ ବସ୍ତିରେ‌ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ଘଟଣା ସ୍ଥଳ ପରିଦର୍ଶନ କଲେ ମନ୍ତ୍ରୀ ଅଶୋକ ପଣ୍ଡା । ଅଧିକ ପଢନ୍ତୁ

ସରସ୍ବତୀ ପୂଜାରେ ରାଜଧାନୀରେ ଅଘଟଣ, ଦୀପରୁ ନିଆଁ ଲାଗି ଜଳିଗଲା ୧୦ଘର

author img

By ETV Bharat Odisha Team

Published : Feb 14, 2024, 4:34 PM IST

ସରସ୍ବତୀ ପୂଜାରେ ରାଜଧାନୀରେ ଅଘଟଣ, ଦୀପରୁ ନିଆଁ ଲାଗି ଜଳିଗଲା ୧୦ଘର

ଭୁବନେଶ୍ବର: ରାଜଧାନୀର ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ । କଳ୍ପନା ଛକ ତେଲୁଗୁ ବସ୍ତିରେ‌ ଘଟିଲା ଅଘଟଣ । ଠାକୁର ପୁଜା ଦୀପରୁ ନିଆଁ ଲାଗି ଜଳିଗଲା ୧୦ଜଣଙ୍କ ଘର । ନିଆଁକୁ ଆୟତ କଲା ଅଗ୍ନିଶମ ବିଭାଗ । ଘଟଣା ସ୍ଥଳରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପରିଦର୍ଶନ କରି ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି । ବସ୍ତିର ବାସହରା ହୋଇଗଲେ ୧୦ ପରିବାର ।

ଡେପୁଟି ଫାୟାର ଅଫିସର ଅବନୀକାନ୍ତ ସ୍ବାଇଁଙ୍କ ସୂଚନା ମୁତାବକ, ଦିନ‌ପ୍ରାୟ ୧୧ଟା ୧୦ସମୟରେ ଦମକଳ କେନ୍ଦ୍ରକୁ ଖବର ମିଳିଥିଲା । କଳ୍ପନା ଛକ ବଂଶୀଧାର ହୋଟେଲ ପଛପଟେ ରହିଥିବା ତେଲୁଗୁ ବସ୍ତିରେ‌ ଏକ ଅଗ୍ନିକାଣ୍ଡ ହୋଇଛି । ତୁରନ୍ତ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା କାର୍ଯ୍ୟ ଆରମ୍ଭ କରିଥଲେ । ବସ୍ତିର ଘରଗୁଡ଼ିକ ଜରି‌ ଓ ପାଲ ଦ୍ବାରା ନିର୍ମିତ ହୋଇଥିବାରୁ କିଛି କ୍ଷଣ ମଧ୍ୟରେ ଘରକୁ ଘର ନିଆଁ ବ୍ୟାପି ଯାଇଥିଲା । ଏନେଇ‌ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା କରିଥିଲେ । ଲୋକଙ୍କ ସହଯୋଗରେ ଶେଷରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଠାକୁର ପୂଜା ଦୀପରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ହଠାତ୍ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ପରେ ନିଆଁକୁ ଲିଭାଇବା ପାଇଁ ବସ୍ତିର ଲୋକେ‌ ପ୍ରାଣପଣେ ଚେଷ୍ଟା କରିଥିଲେ । ଯେହେତୁ ଘର ଗୁଡ଼ିକ ପଲିଥିନରେ ଛପର ହୋଇଥିଲା ନିଆଁ ଶୀଘ୍ର ବ୍ୟାପିଥିଲା । ଗୋଟିଏ ସ୍ଥାନରୁ ପ୍ରାୟ ୧୦ଜଣଙ୍କ ଘରକୁ ନିଆଁ ବ୍ୟାପି ଯାଇଥିଲା । ଗ୍ୟାସ ଟାଙ୍କି ଫାଟିଥିବା ମଧ୍ୟ ସନ୍ଦେହରେ‌ କେହି ନିକଟକୁ ଯାଇ ନଥିଲେ । ତଥାପି ଯିଏ‌ ଯେମିତି ପାରିଲା ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ଲୋକେ । ସେପଟେ ଘର ପାଖକୁ ପାଖକୁ ଲାଗିଥିବାରୁ ନିଆଁ ଦୃତଗତିରେ ବ୍ୟାପି ଯାଇଥିଲା । ଦେଖୁ ଦେଖୁ ୧୦ଟିଘର ନିଆଁରେ ପୋଡ଼ି ପାଉଁଶ ହୋଇ ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ....ପୁଅର ପ୍ରେମ ହେଲା କାଳ, ଘର ପୋଡ଼ିଦେଲେ ପ୍ରେମିକାଙ୍କ ପରିବାର ଲୋକେ

ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବାବେଳେ ଭୟରେ ଦୌଡ଼ିବାକୁ ଚେଷ୍ଟା କରି ଦୁଇରୁ ତିନି ଜଣ ଆହାତ ହୋଇଛନ୍ତି । ପରେ ଅଗ୍ନିଶମ ଟିମ୍ ୧୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଦୂରରୁ ଥାଇ ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା କରିଥିଲେ । ଅନେକ ଘର ପୋଡ଼ି ପୁରା ପାଉଁଶ ହୋଇଯାଇଛି । କିଛି‌ ଲୋକ କାମକୁ ଯାଇ ଥିବାବେଳେ ଘରେ ଥିବା ଜିନିଷ ପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ତୁରନ୍ତ ଖବର ପାଇ ସ୍ଥାନୀୟ‌ ନେତା ତଥା ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଲୋକଙ୍କ ପାଖରେ‌ ପହଞ୍ଚିଥିଲେ । କ୍ଷତିଗ୍ରସ୍ତ ଲୋକଙ୍କୁ କିଭଳି ସରକାରୀ ସହାୟତା ଏବଂ ବର୍ତ୍ତମାନ ରହିବା ବ୍ୟବସ୍ଥା କରାଯିବ ସେନେଇ ପ୍ରତିଶୃତି ଦେଇଛନ୍ତି ।

ସେପଟେ ଅନେକ ଘରେ ସଞ୍ଚିତ ଖାଦ୍ୟ ସାମଗ୍ରୀର ସହ ଘରର ଆସବା ପତ୍ର ଓ ରୋଷେଇ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ଯେଉଁମାନଙ୍କ ଘର ପୋଡି ନଷ୍ଟ ହୋଇଛି‌ ଅଧିକାଂଶ ଲୋକ ଦିନ ମଜୁରିଆ ଭାବେ‌ କାମ କରନ୍ତି । ଏବେ ଘର‌ପୋଡ଼ି ନଷ୍ଟ ହେବା ପରେ ସେମାନଙ୍କ ମୁଣ୍ଡରେ ଚଡ଼କ ପଡିଲା ପରି ହୋଇଛି । ବିଏସସି କମିସନର ମଧ୍ୟ କ୍ଷେତ୍ର ପରିଦର୍ଶନ କରିଛନ୍ତି ସେମାନଙ୍କୁ ଯଥା ଶୀଘ୍ର ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.