ETV Bharat / state

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ; ଏଭଳି କହିଲା ବିଜେଡି, ସେପଟେ ବିଜେପିର କାଉଣ୍ଟର ଆଟାକ୍‌ - Special State Status To Odisha

author img

By ETV Bharat Odisha Team

Published : Jul 17, 2024, 10:55 PM IST

Special State Status To Odisha: ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ପ୍ରସଙ୍ଗ । ବିଜେଡି କହୁଛି ଡବଲ ଇଞ୍ଜିନ ସରକାର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଲାଗନ୍ତୁ । କାଉଣ୍ଟର କରି ଏଭଳି କହିଲା ବିଜେପି ।

Special State Status To Odisha
Special State Status To Odisha (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ରାଜନୀତି ବାକ୍‌ଯୁଦ୍ଧ । ବିଜେଡି କହିଛି ଯେ, ବିଜେପି କହୁଛି ଏଥର ଉଭୟ ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ହୋଇଛି । ତାହାଲେ ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ରାଜ୍ୟ ସରକାର ଲାଗନ୍ତୁ । ସେପଟେ ବିଜେଡି କଥାକୁ କାଉଣ୍ଟର କରିଛି ବିଜେପି । ସ୍ପେଶିଆଲ ଷ୍ଟାଟସ ନଥାଇ ମଧ୍ୟ, ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାକୁ କେବେ ଅବହେଳା କରିନାହାନ୍ତି । ବିଜେଡି କେବଳ ଚିତ୍କାର କରେ ବୋଲି କହିଛି ବିଜେପି ।

ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ପାହ୍ୟାକୁ ନେଇ ବିଜେଡି ନେତା ନୃସିଂହ ସାହୁ କହିଛନ୍ତି, "ଯେବେଠାରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ ଗଠନ ହେଲାଣି ଏବଂ ସରକାରରେ 24 ବର୍ଷ ରହିଲେ । ଏହା ଭିତରେ ବିଜେପି ସହ 9 ବର୍ଷ ମେଣ୍ଟ ସରକାର ଥିଲା । ସେତେବେଳେ ଦାବି ହୋଇଥିଲା ଯେ, ଓଡ଼ଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଉ । କିନ୍ତୁ ଏପର୍ଯ୍ୟନ୍ତ ସେ ବାବଦରେ କିଛି ପଦକ୍ଷେପ ନିଆଗଲାନି କି କିଛି ଆର୍ଥିକ ସହାୟତା ଦିଆଗଲାନାହିଁ । ଯେହେତୁ ଏବେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଅଛି ଆମେ ନିଶ୍ଚିନ୍ତ ଆଶା କରୁଛୁ ଯେ, ବିଜେପି ସରକାର ସମୟରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଉଚିତ । କାରଣ ଏଇଟା ଉଭୟ ବିଜେପି ଓ ବିଜେଡି ଦାବି କରୁଥିଲେ । ମୁଁ ଭାବୁଛି ବିଜେପି ଏତେ କଥା କହୁଛି ଓଡ଼ିଶାର ଉନ୍ନତି ଓ ବିକାଶ ପାଇଁ । ଆମେ ଆଶା କରୁଛୁ ନିଶ୍ଚିତ ଭାବରେ ଏହା ଉପରେ ପଦକ୍ଷପ ନେବେ । ବିଜେପି କହୁଛି ଯେ, ଉଭୟ ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ହୋଇଛି । ତାହାଲେ ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ରାଜ୍ୟ ସରକାର ଲାଗନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ...ଏଣିକି ନିସ୍ତାର ନାହିଁ, ସରକାରୀ ଜମିରେ ନିର୍ମାଣ ହୋଇଥିବା କୋଠାରେ ବୁଲିବ ବୁଲ୍‌ଡୋଜର - Buildings On Encroached Govt Land

ଏହାକୁ ନେଇ ପ୍ରତିକ୍ରିୟାରେ ଆସିକା ବିଜେପି ସାଂସଦ ଅନିତା ଶୁଭଦର୍ଶିନୀ କହିଛନ୍ତି, "ବିଜୁ ଜନତା ଦଳର କହିବା ଅନୁସାରେ, କେନ୍ଦ୍ରୀୟ ଅବହେଳା ଆଜି ସ୍ପେଶିଆଲ ଷ୍ଟାଟସରେ ପହଞ୍ଚିଲା । ସ୍ପେଶିଆଲ ଷ୍ଟାଟସ ନଥାଇ ମଧ୍ୟ, ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାକୁ କେବେ ଅବହେଳା କରିନାହାନ୍ତି । ସବୁବେଳେ ଓଡ଼ିଶା ମୋଦିଙ୍କ ଫୋକସରେ ଅଛି । ଓଡ଼ିଶାକୁ ସବୁବେଳେ ମୋଦି ସରକାର ଅଧିକରୁ ଅଧିକ ଅନୁଦାନ ଦେଇ ଆସୁଛନ୍ତି । ତେଣୁ ବିଜେଡି କେବଳ ଚିତ୍କାର କରେ, ହେଲେ କିଛି କରନ୍ତି ନାହିଁ । ସେମାନେ ଚିତ୍କାର କରି ରହିଯାଆନ୍ତି । ବିଜେପି ସରକାର ସବୁବେଳେ କାମରେ ବିଶ୍ବାସ କରେ । ଓଡ଼ିଶା ନିଶ୍ଚିତ ଭାବେ କେନ୍ଦ୍ର ସରକାରଙ୍କ ଫୋକସରେ ଅଛି । ଯଦି ସ୍ପେଶିଆଲ ଷ୍ଟାଟସ ଷ୍ଟେଟ କଥା ଆସେ, ତାହା କେନ୍ଦ୍ରୀୟ ନିଷ୍ପତି । ହେଲେ ଆମେ ସ୍ବାଗତ କରିବୁ, ନହେଲେ ବି ଯାହା ଓଡ଼ିଶା ପାଇଁ କେନ୍ଦ୍ର ସରକାର କରିବା କଥା କରୁଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.