ETV Bharat / state

୪ଦିନ ଅସହ୍ୟ ଗୁଳୁଗୁଳି, ୧୭ରୁ ପ୍ରବଳ ବର୍ଷା ! - Favourable Conditions For Monsoon - FAVOURABLE CONDITIONS FOR MONSOON

Weather Update: ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ଆଉ ୪ ଦିନ ପରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Weather Update
Weather Update (ETV Bharat Odisha)
author img

By ETV Bharat Odisha Team

Published : Jun 14, 2024, 7:11 PM IST

ଭୁବନେଶ୍ବର: ଆହୁରି ୪ ଦିନ ଉପକୂଳରେ ଅସହ୍ୟ ଗୁଳୁଗୁଳି ସହ ସ୍ଥାନେ ସ୍ଥାନେ ବର୍ଷା ହେବ । ୧୭ ରୁ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ପଶ୍ଚିମରେ ଖରା ସହ ଉପକୂଳରେ ଅସହ୍ୟ ଗୁଳୁଗୁଳି ହେଉଥିବାବେଳେ ଆହୁରି ୨୪ ଘଣ୍ଟା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ। ସେହିପରି ଆହୁରି ୪ ଦିନ ଉପକୂଳରେ ଅସହ୍ୟ ଗୁଳୁଗୁଳି ଲାଗି ରହିବ। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତି ମଧ୍ୟ ଲାଗିରହିବ। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପରେ ୧୭ ତାରିଖ ବେଳକୁ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ବିଭାଗ। ବିଶେଷ କରି ଦକ୍ଷିଣ ଓଡ଼ିଶାର ଵିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ।

Weather Update (ETV Bharat Odisha)

ନୟାଗଡ଼ , କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆଜିର ପାଣିପାଗ ସ୍ଥିତିକୁ ନେଇ ପହିଲି ରଜରେ ଝିପି ଝିପି ବର୍ଷା ଓ ମେଘୁଆ ପାଗ ସହ ଗୁଳୁଗୁଳିରୁ ନିସ୍ତାର ମିଳିଛି । ୭ ଜିଲ୍ଲା ଯେପରିକି ବରଗଡ଼, ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ୱର ଓ ମୟୁଭଞ୍ଜରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଏହାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅନ୍ୟପଟେ ଚଳିତ ବର୍ଷ ଜୁନ ୮ରେ ରାଜ୍ୟରେ ମୌସୁମୀ ଛୁଇଁଥିବାବେଳେ ଆଉ ଆଗକୁ ଅଗ୍ରସର ହେଉନାହିଁ । ଓଡିଶା ଛୁଇଁବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ମାଲକାନଗିରିର କିଛି ଅଞ୍ଚଳରେ ଛୁଇଁଥିଲା। ବର୍ତ୍ତମାନ ଏହା କୋରାପୁଟ ଓ ମାଲକାନଗିରିରେ ସକ୍ରିୟ ରହିଛି। ମୌସୁମୀ ଅଗ୍ରସରକୁ ନେଇ ପାଗ ଅନୁକୂଳ ରହିଥିବାବେଳେ ଆଉ ୩ ରୁ ୪ ଦିନ ଭିତରେ ରାଜ୍ୟର ଅନ୍ୟ ଅଞ୍ଚଳ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Weather Update
Weather Update (ETV Bharat Odisha)

ଏହା ବି ପଢନ୍ତୁ...ଅସରାଏ ବର୍ଷାରେ ଉବୁଟୁବୁ କଟକ, ସିଏମସିର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ ! - Water Logging Situation In Cuttack

ସେପଟେ ଗତ ୨୪ ଘଣ୍ଟାରେ ୮ ଟି ସହରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୪୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଗତକାଲି (ଗୁରୁବାର) ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ହୋଇଥିବାବେଳେ ନୟାଗଡ଼ ଦଶପଲ୍ଲାରେ ୫୧.୬ ମିମି ବର୍ଷା ରେକର୍ଡ କରାଯାଇଛି । ଆହୁରି ୪ ଦିନ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ୧୭ ରୁ ବଢିବ ବର୍ଷାର ପରିମାଣ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.