ETV Bharat / state

ବିଦ୍ୟୁତ ସଂସ୍ପର୍ଶରେ ଆସି ଆଖି ବୁଜିଲେ ବାପା-ପୁଅ - jajpur mishap - JAJPUR MISHAP

Father and son died: ଯାଜପୁରରେ ଅଭାବନୀୟ ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପା ଓ ପୁଅ ମୃତ । ଅଧିକ ପଢନ୍ତୁ

father and son died
father and son died (Etv Bharat)
author img

By ETV Bharat Odisha Team

Published : May 5, 2024, 3:12 PM IST

ଯାଜପୁର: ମୃତ୍ୟୁ କେତେବେଳେ, କେଉଁଠି ଓ କେମିତି ଆସିବ ତାହା କାହାକୁ ବି ଜଣା ନାହିଁ । ଯାଜପୁରରେ ଘଟିଯାଇଛି ଏପରି ଏକ ଘଟଣା । ସଂସାର ଉଜାଡି ଦେଲା ବିଦ୍ୟୁତ ତାର । ଏକା ସାଙ୍ଗରେ କାମ କରୁଥିଲେ ଏକା ସାଙ୍ଗ ହୋଇ ଆଖି ବୁଜିଲେ ବାପା ଓ ପୁଅ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ବାପା-ପୁଅଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ରୋଡ-ଦାନଗଦି ଫାଣ୍ଡି ଅନ୍ତର୍ଗତ ବେଙ୍ଗପାଟିଆ ଗ୍ରାମରେ । ଦୁଇ ମୃତକ ହେଉଛନ୍ତି ବେଙ୍ଗପାଟିଆ ଗାଁର ଗଣେଶ ମଣ୍ଡଳ ( ବାପା ) ଓ ତାଙ୍କ ଏକମାତ୍ର ପୁଅ ଆଶୁତୋଷ । ବିଦ୍ୟୁତ କରେଣ୍ଟରେ ତାଙ୍କ ମା’ ମଧ୍ୟ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ଗ୍ରାମରେ ଶୋକର ଛାଯା ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ-ଏମିତି ବି ମୃତ୍ୟୁ ଆସେ ! ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦଣ୍ଡୁଆଙ୍କ ମୃତ୍ୟୁ - Man died due to electrocution

ମିଳିଥିବା ସୂଚନା ଅନୁଯାୟୀ, ଆଜି (ରବିବାର) ସକାଳ ସମୟରେ ଗଣେଶ ଓ ପୁଅ ଆଶୁତୋଷ ଘର ବାଡ଼ିରେ ଚାଷ କାର୍ଯ୍ୟ କରୁଥିଲେ । ପାଣି ମଡ଼ାଇବାକୁ ମଟର ଲଗାଇବା ସମୟରେ ପୁଅ ପ୍ରଥମେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ଆଶୁତୋଷ । ପୁଅକୁ ବଞ୍ଚେଇବାକୁ ଯାଇ ଗଣେଶ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ବାପା-ପୁଅଙ୍କୁ ଏପରି ଅବସ୍ଥାରେ ଦେଖି ଗଣେଶଙ୍କ ପତ୍ନୀ ମଧ୍ୟ ଉଭୟଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ବାପା-ପୁଅକୁ ବଞ୍ଚାଇ ନପାରି ନିଜେ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ବାପା-ପୁଅଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲେର ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମହିଳାଙ୍କୁ ଦାନଗଦି ମେଡ଼ିକାଲରେ ଭର୍ତ୍ତି କରିବା ସହ ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସୂଚନା ହସ୍ତଗତ ହୋଇନାହିଁ । ବେଙ୍ଗପାଟିଆ ଗ୍ରାମରେ ଏପରି ଘଟଣା ପରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.