ETV Bharat / state

ଭାଲେଣ୍ଟାଇନରେ ପାଗଳ ପ୍ରେମିକର ବର୍ବର କାଣ୍ଡ; ଘରେ ପଶି ଯୁବତୀ ଓ ବାପାକୁ ହାଣିଲା

Father and daughter injured in attack: ପ୍ରେମରେ ବିଫଳ ହେବାରୁ ପ୍ରେମ ଦିବସରେ ରକ୍ତମୁଖା ହେଲା ପ୍ରେମିକ । ଘରେ ପଶି ଯୁବତୀ ଓ ତା'ର ବାପାଙ୍କୁ କଲା ଆକ୍ରମଣ । ଅଧିକ ପଢନ୍ତୁ

ଭାଲେଣ୍ଟାଇନରେ ରକ୍ତମୁଖା ପ୍ରେମିକ
Father and Daughter Injured in Attack
author img

By ETV Bharat Odisha Team

Published : Feb 15, 2024, 9:35 AM IST

ରାଇରଙ୍ଗପୁର: ଭାଲେଣ୍ଟାଇନ ଡେ'ରେ ବହିଲା ରକ୍ତର ନଦୀ । ଏକତରଫା ପ୍ରେମ କରି ରକ୍ତମୁଖା ହେଲା ପାଗଳ ପ୍ରେମିକ । ଏକତରଫା ପ୍ରେମ କରୁଥିବା ଯୁବତୀଙ୍କ ଘରେ ପଶି ରଚିଲା ଜଘନ୍ୟ କାଣ୍ଡ । ପ୍ରେମରେ ବିଫଳ ହେବାରୁ ମାଆ ସମ୍ମୁଖରେ ଝିଅ ଓ ତା'ର ବାପାଙ୍କୁ ଭୁଜାଲିରେ ହାଣି ପକାଇଲା ଯୁବକ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ଜଗନ୍ନାଥି ଗ୍ରାମରେ । ଗୁରୁତର ଅବସ୍ଥାରେ ବାପା ଓ ଝିଅ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯୁବକ ଜଣକ ହେଉଛି ବାରିପଦା ସହର ସ୍ଥିତ ତକତପୁର ଅଞ୍ଚଳର ସୌମ୍ୟ ସୁଜନ ପାଣି । ଆକ୍ରମଣ କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଦିନ ଜଗନ୍ନାଥି ଗ୍ରାମର ନରେନ୍ଦ୍ର ବେହେରା, ସ୍ତ୍ରୀ ପ୍ରଗତି ବେହାରା ଓ ଝିଅ ଘରେ ଥିଲେ । ଏହି ସମୟରେ ସୌମ୍ୟ ସୁଜନ ହାତରେ ଭୁଜାଲି ଧରି ଘର ଭିତରକୁ ପଶି ଆସିଥିବା ବେଳେ ତା'ର ଦୁଇ ସହଯୋଗୀ ଘର ବାହାରେ ଛିଡ଼ା ହୋଇଥିଲେ । ଝିଅକୁ କ'ଣ ପାଇଁ ଘରେ ରଖିଛ ପ୍ରଶ୍ନ କରି ଯୁବତୀ ଓ ତାଙ୍କ ବାପାଙ୍କୁ ଭୁଜାଲିରେ ହାଣି ପକାଇଥିଲା ଅଭିଯୁକ୍ତ । ଫଳରେ ଘଟଣାସ୍ଥଳରେ ବାପା ଓ ଝିଅ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଯିବାପରେ ଯୁବକ ଓ ତାର ଦୁଇ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ସାଇଡ ମରାକୁ ନେଇ ତୁମୁଳକାଣ୍ଡ, ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ

ଏହାପରେ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ବାପା ଓ ଝିଅକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ନିମନ୍ତେ ଉଭୟଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତର କରିଥିଲେ ଡାକ୍ତର । ସେପଟେ ଉଦଳା ଥାନା ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କ ମାଆଙ୍କ ବୟାନ ମଧ୍ୟ ପୋଲିସ ରେକର୍ଡ କରିଛି । ତେବେ ଆକ୍ରମଣ କରିଥିବା ଯୁବକ ଜଣକ ତାଙ୍କ ଝିଅକୁ ଏକତରଫା ପ୍ରେମ କରିବା ସହିତ ଅନେକ ଥର ପ୍ରେମ ନିବେଦନ କରି ବିଫଳ ହୋଇଥିବା କହିଥିଲେ ଝିଅର ମାଆ । ଏହି ଘଟଣା ପ୍ରଚାରିତ ହେବା ପରେ ସୌମ୍ୟ ସୁଜନ ପାଣି ସହିତ ତାଙ୍କ ଦୁଇ ସହଯୋଗୀଙ୍କୁ ତୁରନ୍ତ ଗିରଫ କରିବାକୁ ସାଧାରଣରେ ଦାବି ହେଉଛି ।

ଅଭିଯୁକ୍ତ ଯୁବକ ଜଣଙ୍କ ନରେନ୍ଦ୍ର ବେହେରାଙ୍କ ଝିଅଙ୍କୁ ଏକତରଫା ପ୍ରେମ କରୁଥିଲେ । ସେ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେଉଥିଲେ । ଯୁବକଙ୍କ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଯୁବତୀ ଜଣଙ୍କ ଘରୁ ବାହାରକୁ ବାହାରୁ ନଥିଲା । ଏଥିରେ ସୌମ୍ୟ ରାଗି ଯାଇ ଯୁବତୀ ଓ ତାର ବାପାଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.