ETV Bharat / state

ବିଭିନ୍ନ ସମସ୍ୟା ନେଇ ସଂଯୁକ୍ତ କୃଷକ ମୋର୍ଚ୍ଚାର ମହାପଞ୍ଚାୟତ

author img

By ETV Bharat Odisha Team

Published : Mar 11, 2024, 7:17 AM IST

Farmers Union Meeting: ସଂଯୁକ୍ତ କୃଷକ ମୋର୍ଚ୍ଚାର ମହାପଞ୍ଚାୟତ । କୃଷକ ଉପରେ ହେଉଥିବା ବିଭିନ୍ନ ଅତ୍ୟାଚାର ଏବଂ କୃଷକ ବିରୋଧି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ଅଧିକ ପଢ଼ନ୍ତୁ,

ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ହେଲା ମହାପଞ୍ଚାୟତ

ଭଦ୍ରକ: ସଂଯୁକ୍ତ କୃଷକ ମୋର୍ଚ୍ଚାର ମହାପଞ୍ଚାୟତ । ଏଥିରେ କେନ୍ଦ୍ର ସରକାରଙ୍କ ପ୍ରତାରଣା ଏବଂ ଚାଷୀ ମାରଣ ନୀତିକୁ ସଂଘ ପକ୍ଷରୁ ବିରୋଧ କରାଯାଇଥିଲା । ଏହି ସଭାରେ କୃଷକ ଉପରେ ହେଉଥିବା ବିଭିନ୍ନ ଅତ୍ୟାଚାର ଏବଂ କୃଷକ ବିରୋଧି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ନିଜର ଦାବି ନେଇ ଭଦ୍ରକ ଜିଲ୍ଲାର ଚାଷୀମାନେ ସଂଯୁକ୍ତ କୃଷକ ମୋର୍ଚ୍ଚା ବ୍ୟାନର ତଳେ ଏକଜୁଟ ହୋଇ ବନ୍ତ ଛକ ଠାରୁ ଏକ ବିଶାଳ ଲାଲ୍ ଶୋଭାଯାତ୍ରାରେ ଆସି ଭଦ୍ରକ ସହର ପରିକ୍ରମା କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ କୃଷକ ମହାପଞ୍ଚାୟତରେ ସାମିଲ ହୋଇଥିଲେ ।

ଐତିହାସିକ ଚାଷୀ ଆନ୍ଦୋଳନରେ ମୋଦି ସରକାର ଦେଇଥିବା ଲିଖିତ ପ୍ରତିଶୃତିର ପ୍ରତାରଣା ଏବଂ 2024 ଦିଲ୍ଲୀ ଚାଷୀ ଆନ୍ଦୋଳନ ଉପରେ ଅମିତ ଶାହଙ୍କ ଅଧିନରେ ଥିବା ଦିଲ୍ଲୀ ପୋଲିସ ଏବଂ ବିଜେପି ଶାସିତ ହରିୟାଣା ପୋଲିସର ଭୟଙ୍କର ଆକ୍ରମଣ ତଥା ଚାଷୀ ହତ୍ୟା ବିରୋଧରେ ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଏହି କୃଷକ ମହାପଞ୍ଚାୟତ ସଂଗଠିତ ହୋଇଥିଲା । ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଯୁକ୍ତ (ଏମ୍‌ଏସ୍‌ପି) ଆଇନକୁ ସଂସଦରେ ପ୍ରଣୟନ କରିବା, ଚାଷୀ ଆତ୍ମହତ୍ୟା ରୋକିବା, ଚାଷୀ କରିଥିବା ସମସ୍ତ ପ୍ରକାରର କୃଷି ଋଣ ଓ ମହାଜନୀ ଋଣ ଛାଡ କରିବା, କୃଷିର କର୍ପୋରେଟ କରଣ ବନ୍ଦ କରିବା, ଅତ୍ୟାବଶ୍ୟକ ସାମଗ୍ରୀ, କୃଷି ଯନ୍ତ୍ରପାତି ସହ କୃଷି ଉପକରଣ ଉପରୁ ଜିଏସଟି ପ୍ରତ୍ୟାହାର, ଜାତୀୟ ସମ୍ପତ୍ତି ବିକ୍ରି ବନ୍ଦ କରିବା, ସମ୍ବିଧାନର ସୁରକ୍ଷା, ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନ ଗୁଡିକର ସାଂପ୍ରଦାୟିକରଣ ବନ୍ଦ କରିବା, ସାମ୍ପ୍ରଦାୟୀକରଣ, ବ୍ୟବସାୟୀକରଣ, ଗୈରୀ କରଣ ଆଦି ବନ୍ଦ କରିବା ପାଇଁ ଦାବି ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ..... ମେଣ୍ଟ ରାଜନୀତି: କଂଗ୍ରେସର କଟାକ୍ଷ, ନିଆଁ ନଥିଲେ ଧୂଆଁ ଉଠେନି

ନିଜର ଅନେକ ଦାବି ନେଇ ଭଦ୍ରକ ଜିଲ୍ଲାର ଚାଷୀ ମାନେ ସଂଯୁକ୍ତ କୃଷକ ମୋର୍ଚ୍ଚା ବ୍ୟାନର ତଳେ ଏକଜୁଟ ହୋଇ ବନ୍ତ ଛକ ଠାରୁ ଏକ ବିଶାଳ ଲାଲ୍ ଶୋଭାଯାତ୍ରାରେ ଆସି ଭଦ୍ରକ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ କୃଷକ ମହାପଞ୍ଚାୟତରେ ସାମିଲ ହୋଇଥିଲେ । ସଂଯୁକ୍ତ କୃଷକ ମୋର୍ଚ୍ଚାର ଅନ୍ୟତମ ରାଜ୍ୟ ଆବାହକ ତଥା ଅଖିଳ ଭାରତ କୃଷକ ସଭା ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଚାଷୀମାନେ ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ଏକଜୁଟ ହୋଇ ଲଢେଇ କରିବାକୁ ଆହ୍ବାନ ଦେଇଥିଲେ । ଚାଷୀ ସପକ୍ଷବାଦୀ ବିକଳ୍ପ କୃଷି ନୀତି-2024 ପାଇଁ ଚାଷୀ ବିରୋଧୀ ମୋଦି ସରକାର ଏବଂ ନବୀନ ପଟ୍ଟନାୟକ ସରକାର ବିରୋଧରେ ଆଗାମୀ ନିର୍ବାଚନରେ ଭୋଟ ଦେବାକୁ ଚାଷୀ ମାନଙ୍କୁ ଆହ୍ବାନ ଦେଇଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.