ETV Bharat / state

ବନ୍ୟା ଉଜାଡିଲା ସୁନାର ଫସଲ; ଏକର ଏକର ପରିବା ଚାଷ ନଷ୍ଟ, ହତାଶ ଚାଷୀ - Flood water damages crops

author img

By ETV Bharat Odisha Team

Published : Aug 10, 2024, 8:48 AM IST

Updated : Aug 10, 2024, 2:25 PM IST

Flood water damages crops: କଣାସରେ ପଶିଲା ଦୟା, ରାଜୁଆ, ମକରା ନଦୀର ବନ୍ୟାଜଳ । ଉଡୁଜିଲା ଏକର ଏକର ପରିବା ଫସଲ । ଗତ ବନ୍ୟାରେ କ୍ଷତିପୂରଣ ପାଇନଥିବା ଚାଷୀ ପୁଣିଥରେ ବନ୍ୟାକୁ ନେଇ ହତାଶ । ଅଧିକ ପଢନ୍ତୁ

ବନ୍ୟା ଉଜାଡିଲା ସୁନାର ଫସଲ; ଏକର ଏକର ପରିବା ଚାଷ ନଷ୍ଟ, ହତାଶ ଚାଷୀ
ବନ୍ୟା ଉଜାଡିଲା ସୁନାର ଫସଲ; ଏକର ଏକର ପରିବା ଚାଷ ନଷ୍ଟ, ହତାଶ ଚାଷୀ (ETV Bharat Odisha)

ନିମାପଡା: ରାଜ୍ୟରେ ଲଗାଣ ବର୍ଷା ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । କଣାସରେ ପଶିଛି ଦୟା, ରାଜୁଆ ଓ ମକରା ନଦୀର ବନ୍ୟାଜଳ । ୩ଟି ପଞ୍ଚାୟତର ଏକର ଏକର ଚାଷ ଜମିରେ ଲହଡି ଭାଙ୍ଗୁଛି ବନ୍ୟା ପାଣି । ଏଥିରେ ପ୍ରାୟ ୩ ହଜାର ଏକରରୁ ଅଧିକ ଚାଷୀ ଜମି ଉଜୁଡି ଯାଇଛି । ବାଇଗଣ, କଲରା, ପୋଟଳ, ଭେଣ୍ଡି ଭଳି ବିଭିନ୍ନ ପନିପରିବା ଫସଲ ଏବେ ପାଣିରେ ବୁଡି ରହିବା ଯୋଗୁଁ ମୁଣ୍ଡରେ ହାତ ଦେଇଛି ଚାଷୀ ।

କିଛି ଦିନ ତଳେ ବନ୍ୟା ଯୋଗୁଁ କଣାସ ଅଞ୍ଚଳରେ ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଥିଲା । ଯାହା କିଛି ଫସଲ ରହିଯାଇଥିଲା ଯାଇଥିଲା ତାହା ଏବେ ପୁଣିଥରେ ବନ୍ୟାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି କହିଛନ୍ତି ଚାଷୀ । ତେବେ ଗତ ବନ୍ୟାରେ ଫସଲ ନଷ୍ଟ ନେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ କୌଣସି ସରକାରୀ ସହାୟତା ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି । ଏବେ ପୁଣିଥରେ ଫସଲ ଉଜୁଡିବା ପରେ ଧାରକରଜ କରି ଚାଷ କରିଥିବା ଚାଷୀକୂଳ ହତାଶ ହୋଇଯାଇଛନ୍ତି । ଅନ୍ୟପଟେ କଣାସର ବିଭିନ୍ନ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଥିବା ବେଳେ ସ୍ଥିତି ନିୟନ୍ତ୍ରଣ ରହିଥିବା ତହସିଲଦାର ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବୌଦ୍ଧରେ ବନ୍ୟା ବିତ୍ପାତ: ମହାନଦୀ କୂଳରେ ଘାଇ, ତଳିଆ ଅଞ୍ଚଳବାସୀଙ୍କ ମନରେ ଛନ୍‌କା - Flood Situation In Boudh

କଣାସ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ କହିଛନ୍ତି, "ଦୟା ନଦୀର ବିପଦ ସଂକେତ ୩.୯୯ ମିଟର ଥିବାବେଳେ ଏବେ ୪.୨୬ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି । ଗତବର୍ଷ ୫ ମିଟର ପର୍ଯ୍ୟନ୍ତ ପାଣି ଚାଲୁଥିଲା । ପଣ୍ଡିଆକେରା, ବଡାସ, ଦୋକନ୍ଦା ପଞ୍ଚାୟତରେ କିଛି ଚାଷ ଜମି ପାଣିରେ ବୁଡିକି ଅଛି । ଗତ ୫/୬ ଦିନ ପୂର୍ବରୁ ୬ ଲକ୍ଷ କ୍ୟୁସେକ୍ ପାଣି ଛଡାଯିବାରୁ ସେଥିରେ କିଛି ପନିପରିବା ଚାଷ ନଷ୍ଟ ହୋଇଥିଲା । ସେଗୁଡିକ ରିପୋର୍ଟ କରାଯାଇଛି । ବର୍ତ୍ତମାନ ଯେଉଁ ପାଣି ଆସିଛି ତାହା ସମ୍ପୂର୍ଣ୍ଣ ଛାଡ଼ିଗଲା ପରେ ଫସଲ କ୍ଷୟକ୍ଷତିର ଆକଳନ କରାଯିବ । ଏବେ ଯାହା ପାଣି ଚାଲୁଛି ଆଉ ଅଧିକ ପାଣି ଆସିଲେ ମଧ୍ୟ ବନ୍ଧ ଅତିକ୍ରମ କରିବ ନାହିଁ । ଜଳ ସମ୍ପଦ ବିଭାଗର ଅଧିକାରୀ ଦିନ ରାତି ପୁରୀ ଓ କଣାସରେ ପାଟ୍ରୋଲିଂ କରୁଛନ୍ତି ।'' ପ୍ରଶାସନ ପୁରା ସଜାଗ ଅଛି ବୋଲି କହିଛନ୍ତି ତହସିଲଦାର ।

ଇଟିଭି ଭାରତ, ନିମାପଡ଼ା

Last Updated : Aug 10, 2024, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.