ETV Bharat / state

ମିଳିଲା ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି, ଭୋଟ ଦେବାକୁ ରାଜି ହେଲେ 22 ଖଣ୍ଡ ଗ୍ରାମବାସୀ - FARMERS DROP VOTE BOYCOTT DECISION - FARMERS DROP VOTE BOYCOTT DECISION

Farmers Community Drop Vote Boycott Decision: ନୂଆପଡା ଜିଲ୍ଲା ଅଣ ଜଳସେଚିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଥିବା ଭୋଟ ବର୍ଜନ ନିଷ୍ପତ୍ତି ପ୍ରତ୍ୟାହୃତ ହୋଇଛି । ଆଚରଣ ବିଧି ପ୍ରତ୍ୟାହାର ହେବା ପରେ ତୁରନ୍ତ ମେଗା ଜଳସେଚନ କାମ ତ୍ୱରାନ୍ୱିତ କରିବା ନେଇ ନୂଆପଡା ଜିଲ୍ଲାପାଳଙ୍କଠାରୁ ଲିଖିତ ପ୍ରତିଶ୍ରୁତି ପାଇଲେ ଚାଷୀ । ଅଧିକ ପଢନ୍ତୁ

Farmers Community Withdraw Vote Boycott Decision
Farmers Community Withdraw Vote Boycott Decision (ETV Bharat)
author img

By ETV Bharat Odisha Team

Published : May 12, 2024, 8:21 AM IST

Farmers Community Withdraw Vote Boycott Decision (ETV Bharat Odisha)

ନୂଆପଡା: ଚାଷୀମାନଙ୍କ ଭୋଟ ବର୍ଜନ ନିଷ୍ପତ୍ତି ହୋଇଛି ପ୍ରତ୍ୟାହୃତ । ନୂଆପଡା ଜିଲ୍ଲା ଅଣ ଜଳସେଚିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଥିବା ଭୋଟ ବର୍ଜନ ଚେତାବନୀ ପ୍ରତ୍ୟାହାର ହୋଇଥିବା କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ଜଳସେଚନ ସମସ୍ୟାର ସମାଧାନ ପାଇଁ ନୂଆପଡା ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା 546 ତାରିଖ 8/5/24 ଲିଖିତ ପ୍ରତିଶ୍ରୁତି ମିଳିବା ପରେ 5ଗୋଟି ଗ୍ରାମ ପଞ୍ଚାୟତର 22 ଖଣ୍ଡ ଗ୍ରାମବାସୀ ଚଳିତ ନିର୍ବାଚନରେ ମତଦାନ କରିବାକୁ ରାଜି ହୋଇଛନ୍ତି ।

ତିଖାଲି ଲୋୟର ଇନ୍ଦ୍ର ଡ୍ୟାମ ପାଣି ନିଜ ଚାଷ ଜମିକୁ ଜଳସେଚିତ କରିବା ପାଇଁ ସାନମହେଶ୍ୱର, ଚାନ୍ଦୋପଲା , ଭୋଜପୁର, ବରଗାଁ, ଚନାବେଡା ଆଦି 5ଟି ଗ୍ରାମ ପଞ୍ଚାୟତର 22 ଗୋଟି ଗ୍ରାମର ଚାଷୀମାନେ ଗତ 2014 ମସିହାରୁ ରାଜ୍ୟ ସରକାରଙ୍କୁ ଦାବି କରିଆସୁଥିଲେ । ହେଲେ ରାଜ୍ୟ ସରକାର ଚାଷୀଙ୍କ ଦାବିକୁ ଗୁରୁତ୍ୱ ଦେଉନଥିଲେ । ଚାଷୀଙ୍କ ଜମି ଜଳସେଚନ ବ୍ୟବସ୍ଥାରୁ ବଞ୍ଚିତ ହେଉଥିଲା । ଫଳରେ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପାଇଥିଲା । ଧୀରେ ଧୀରେ ଚାଷୀ ଅସନ୍ତୋଷ ଆନ୍ଦୋଳନର ଦାନା ବାନ୍ଧିଥିଲା । କାଳକ୍ରମେ 2024 ସାଧାରଣ ନିର୍ବାଚନ ଆସି ପହଞ୍ଚିବା ବେଳକୁ ସମୂହ ଚାଷୀ ଗାଁ ଗାଁରେ ପଲ୍ଲୀ ସଭା କରି ଭୋଟ ବର୍ଜନ ପାଇଁ ଚୂଡାନ୍ତ ନିଷ୍ପତ୍ତି ନେଇ ସରକାରଙ୍କୁ ଚେତାବନୀ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ... ପ୍ରଚାରର ଶେଷ ପର୍ଯ୍ୟାୟରେ ଗର୍ଜିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଓଡିଶା ସହ ଛତିଶଗଡ଼ର କଲେ ତୁଳନା - NUAPADA ASSEMBLY CONSTITUENCY

ଚାଷ ଜମିକୁ ପାଣି ନାହିଁ ତ ଭୋଟ ନାହିଁ ଏଭଳି ବଜ୍ର ଶପଥ କରି ସରକାରଙ୍କୁ ଲିଖିତ ଜଣାଇଥିଲେ । ଭୋଟ ବର୍ଜନରେ 5ଟି ଗ୍ରାମ ପଞ୍ଚାୟତର 22 ଗୋଟି ଗାଁ ସାମିଲ ଥିବାବେଳେ ସରକାର ତଥା ଜିଲ୍ଲା ପ୍ରଶାସନ ଭୋଟ ବର୍ଜନ ନକରି ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ନିର୍ବାଚନ ଆଚରଣ ବିଧି ଲାଗୁଥିବା କାରଣରୁ ମେଗା ଜଳସେଚନ ଯୋଜନା କାମ ହୋଇ ପାରୁନାହିଁ । ଆଗକୁ ଆଚରଣ ବିଧି ପ୍ରତ୍ୟାହାର ହେବା ପରେ ତୁରନ୍ତ ମେଗା ଜଳସେଚନ କାମ ତ୍ୱରାନ୍ୱିତ କରିବା ପାଇଁ ନୂଆପଡା ଜିଲ୍ଲାପାଳଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ପାଇବା ପରେ ଆଜି ଭୋଟ ବର୍ଜନ ନିଷ୍ପତ୍ତି ପ୍ରତ୍ୟାହାର କରିଥିବା କ୍ରିୟାନୁଷ୍ଠାନ କମିଟି ସୂଚନା ଦେଇଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.