ETV Bharat / state

ଜଗତସିଂହପୁରରେ ହନ୍ତସନ୍ତ ଚାଷୀ, ଖରିଫ ଚାଷ ପାଇଁ ବିହନ ଅଭାବ - Shortage of Seed

author img

By ETV Bharat Odisha Team

Published : Jun 21, 2024, 6:47 AM IST

Shortage of Seed: ଜଗତସିଂହପୁର ଜିଲ୍ଲାରେ ଚିନ୍ତାରେ ଚାଷୀ । ଖରିଫ ଚାଷ ପାଇଁ ବିହନ ଅଭାବ ସାଙ୍ଗକୁ ମୌସୁମୀ ଆସିବାରେ ବିଳମ୍ବରୁ ଅଟକିଛି ଚାଷକାର୍ଯ୍ୟ । ଅଧିକ ପଢନ୍ତୁ,

Shortage of Seed
Shortage of Seed (ETV Bharat Odisha)

ଜଗତସିଂହପୁର: ଚାଷ କାର୍ଯ୍ୟ ଆରମ୍ଭ ନହେଉଣୁ ଦେଖା ଦେଲାଣି ବିହନ ଅଭାବ । ଏଭଳି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲାରୁ । ବିହନ ଅଭାବ ଯୋଗୁଁ ଚାଷୀ ହାତ ବାନ୍ଧି ବସିଛି । ଅକ୍ଷୟ ତୃତୀୟାଠାରୁ ଚାଷୀ ଧାନ ବିଲରେ ବିହନ ଅନୁକୂଳ କରିବା ପରେ ଖରିଫ ଋତୁରେ ଚାଷକାର୍ଯ୍ୟ ଆରମ୍ଭ କରିଥାଏ । ମୌସୁମୀ ଆସିବା ପୂର୍ବରୁ ଖାଲୁଆ ଜମିରେ ଚାଷୀ ବିହନ ବୁଣି ଧାନ ରୁଆ ପାଇଁ ତଳିଘେରା ପ୍ରସ୍ତୁତ କରିଥାଏ । ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଥିବାରୁ ଚାଷକାମ ମଧ୍ୟ ବିଳମ୍ବ ହୋଇଛି । ଅପର ପକ୍ଷରେ ଜଗତସିଂହପୁର ଜିଲ୍ଲାରେ ଧାନ ବିହନ ଅଭାବ ପରିଲକ୍ଷିତ ହୋଇଛି ।

Shortage of Seed (ETV Bharat Odisha)

ଜଗତସିଂହପୁର ଜିଲ୍ଲା କୃଷି ବିଭାଗରେ ଚଳିତ ବର୍ଷ ଆବଶ୍ୟକ ପରିମାଣର ବିହନଠାରୁ କମ ପରିମାଣର ବିହନ ଦେଉଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ବିହନ ଅଭାବରୁ ଚାଷ କାର୍ଯ୍ୟରେ ବାଧା ହେଉଥିବା କହିଛନ୍ତି ଚାଷୀ । ତେବେ ଜିଲ୍ଲା କୃଷି ବିଭାଗର ରିପୋର୍ଟ ଅନୁସାରେ ଜିଲ୍ଲାରେ 62 ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି । ଖରିଫ ଋତୁରେ ଜିଲ୍ଲାରେ ମୋଟ 96ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯିବାକୁ ନେଇ କୃଷି ବିଭାଗ ଆକଳନ କରିଛି । ତେବେ ଏଥିପାଇଁ ମୋଟ 4ହଜାର କୁଇଣ୍ଟାଲ ଧାନ ବିହନ ଆବଶ୍ୟକତା ରହିଛି । ହେଲେ କୃଷି ବିଭାଗ ଏପର୍ଯ୍ୟନ୍ତ ମାତ୍ର 2 ହଜାର କୁଇଣ୍ଟାଲ ଧାନ ବିହନ ଯୋଗାଇ ଦେଇଥିବା ସୂଚନା ମିଳିଛି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ବିହନ ଚିନ୍ତା ଘାରିଲାଣି ।

ଏହା ମଧ୍ୟ ପଢ଼ନ୍ତୁ.. ମଣ୍ଡିରେ ପଡି ରହିଛି ଧାନ, ଚିନ୍ତାରେ ଚାଷୀ - Paddy Procurement

ଅନ୍ୟପଟେ ଜିଲ୍ଲା କୃଷି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖାଲ-ଢ଼ିପ ଆଦି ଜମି ପାଇଁ ବିଭିନ୍ନ କିସମର ବିହନର ଆବଶ୍ୟକତା ରହିଛି । ବର୍ତ୍ତମାନ ପୂଜା, ଶାରଳା, ଏମଟିୟୁ 1009, କଳାଚମ୍ପା, ସ୍ୱର୍ଣ୍ଣ ସୋଆନ, ସିଆର 1018 ଆଦି କିସମର ଧାନ ଯୋଗାଇ ଦିଆଯାଉଛି । ହେଲେ ଏହା ଆବଶ୍ୟକତାଠାରୁ କମ ରହିଥିବାରୁ ଚାଷୀମାନେ ବାଧ୍ୟ ହୋଇ ବଜାରରୁ ବିହନ କିଣୁଥିବା ଅଭିଯୋଗ ହୋଇଛି । ଚାଷୀଙ୍କ କହିବା କଥା ହେଲା କୃଷି ବିଭାଗ ଯେଉଁ ବିହନ ଯୋଗାଇ ଦେବା କଥା କହୁଛନ୍ତି ତାହା ସତ୍ୟ ନୁହେଁ । ଯଦି କୃଷି ବିଭାଗ ପକ୍ଷରୁ ସଠିକ ଭାବରେ ବିହନ ଯୋଗାଇ ଦିଆଯାଏ ତେବେ ଚାଷୀ ନିଶ୍ଚିତ ଭାବରେ ଉପକୃତ ହୋଇପାରିବେ । ଏ ସମ୍ପର୍କରେ ଦାଇତ୍ୱରେ ଥିବା କୃଷି ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.