ETV Bharat / state

ବଲାଙ୍ଗୀରରେ ଅଲୌକିକ ଦୃଶ୍ୟ: ଘର ଭିତରେ ଶହ ଶହ ଊଇ ହୁଙ୍କା, ମହାଦେବଙ୍କ ସହ ନାଗ ସାପ ପୂଜାର୍ଚ୍ଚନା - Cobra Living inside devotees home

author img

By ETV Bharat Odisha Team

Published : Jul 29, 2024, 6:08 PM IST

Cobra Living inside devotees home: ବଲାଙ୍ଗୀରରେ ଦେଖିବାକୁ ମିଳିଛି ଅଲୌକିକ ଦୃଶ୍ୟ । ଘର ଭିତରେ ଶହ ଶହ ଊଇ ହୁଙ୍କା ଭିତରେ ସ୍ଥାପିତ ହୋଇଛି ଶିବ ଲିଙ୍ଗ । ଯେଉଁଠାରେ ନିର୍ଭୟରେ ନାଗସାପକୁ ପୂଜା କରୁଛନ୍ତି ପରିବାର । ଅଧିକ ପଢନ୍ତୁ

Snake Living inside devotees home
Snake Living inside devotees home (ETV Bharat Odisha)

ବଲାଙ୍ଗୀର: ଘରେ ସ୍ଥାପିତ ହୋଇଛି ଶିବ ଲିଙ୍ଗ । ଯାହାକୁ ଘେରି ରହିଛି ଶତାଧିକ ଉଇହୁଙ୍କା । ବଲାଙ୍ଗୀରର ଗୋପବନ୍ଧୁପଡାରେ ଏଭଳି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ପୂଜାର୍ଚ୍ଚନା ପାଇଁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି ।

ଘର ଭିତରେ ଅଲୌକିକ ଦୃଶ୍ୟ:
ବଲାଙ୍ଗୀର ସହରର ଗୋପବନ୍ଧୁ ପଡ଼ାରେ ରୁହନ୍ତି ଜୟନ୍ତୀ ବଗର୍ତ୍ତି । ଜୟନ୍ତୀଙ୍କ ଘରେ ଏଭଳି କିଛି ଦୀର୍ଘ 25 ବର୍ଷରୁ ଘଟି ଆସୁଛି । ଏନେଇ ଜୟନ୍ତୀ କହିଛନ୍ତି, "୫ବର୍ଷର ପୁଅକୁ ଶିବ ଲିଙ୍ଗ ସ୍ଥାପନ କରିବାକୁ ସ୍ବପ୍ନାଦେଶ ହୋଇଥିଲା । ଲିଙ୍ଗ ସ୍ଥାପନ ପରେ ବଜ୍ରାଘାତ ହୋଇ ତାର ଚାରିପଟେ ଆପେ ଆପେ ଖାଲ ସୃଷ୍ଟି ହୋଇଗଲା । ବାରମ୍ବାର ସଫା ଯେତେ ସଫା କରି କଂକ୍ରିଟ କଲେ ମଧ୍ୟ ଗଢି ଉଠୁଥିଲା ଶହ ଶହ ଊଇ ହୁଙ୍କା । ସେବେଠୁ ଏଠାରେ ପୂଜା ପାଇ ଆସୁଛନ୍ତି ଭୋଳା ବାବା ।" ଶ୍ରାବଣ ସୋମବାରରେ ଏଠାରେ ସ୍ଥାନୀୟ ଲୋକଙ୍କ ଭିଡ ଜମୁଛି ।

ନାଗ ଯୋଡିଙ୍କ ଦର୍ଶନ:

ପଡୋଶୀଙ୍କ କହିବା ଅନୁସାରେ, "ଏଠାରେ ନାଗ ସାପ ଯୋଡ଼ିଙ୍କ ଦର୍ଶନ ଦେଇଥାନ୍ତି । ଏହି ଯୋଡି ନାଗ ସାପ କେଉଁଠୁ ଆସନ୍ତି ଓ କେଉଁଠିକୁ ଯାଆନ୍ତି ତାହା କେହି ଜାଣି ପାରନ୍ତି ନାହିଁ । ସେହିପରି ଦୀର୍ଘ 25 ବର୍ଷରୁ ଏଭଳି ହୋଇ ଆସୁଥିବାବେଳେ ସେହି ସାପ କାହାରି ଅନିଷ୍ଟ ମଧ୍ୟ ଆଜି ଯାଏଁ କରି ନାହାନ୍ତି ।" ତେଣୁ ଏହାକୁ ବାବାଙ୍କ ଲୀଳା ବୋଲି କହିଛନ୍ତି ସାହି ପଡ଼ିଶା ଓ ଜୟନ୍ତୀଙ୍କ ପରିବାର ।

ଏହା ବି ପଢନ୍ତୁ...ଶ୍ରାବଣ ସୋମବାରରେ ‘ବୋଲବମ୍ ହରହର ବମ୍‌’ରେ ଫାଟିପଡୁଛି ଶୈବ ପୀଠ, ମହାଦେବଙ୍କୁ ଜଳଲାଗି କଲେ ଲକ୍ଷ ଲକ୍ଷ କାଉଡିଆ - Kanwariya At Lord Shiva Temple

'ଏହା ବାବାଙ୍କ ଲୀଳା'
ସେହପରି ଜୟନ୍ତୀଙ୍କ ଝିଅ ମିନା ବଗର୍ତ୍ତି ପେଶାରେ ଶିକ୍ଷକ ଥିବାବେଳେ ସେ ମଧ୍ୟ ଏଠାରେ ପୂଜାର୍ଚ୍ଚନା କରନ୍ତି । ଏନେଇ ମିନା କହିଛନ୍ତି, "ପିଲାଟି ଦିନରୁ ଘରେ ଊଇ ହୁଙ୍କା ଥିବାର ଦେଖି ଆସିଛି । ହୁଙ୍କା ମଧ୍ୟରେ ମହାଦେବଙ୍କ ଲିଙ୍ଗକୁ ପୂଜା କରୁ । ବିଭିନ୍ନ ସମୟରେ ଏଠାକୁ ନାଗ ସାପ ଆସୁଥିଲେ କେବେ କାହାରି ଅନିଷ୍ଟ କରନ୍ତି ନାହିଁ । ଏହା ବାବାଙ୍କ ଲୀଳା ।"

ଶ୍ରାବଣ ସୋମବାରରେ ଏଠାରେ ସ୍ଥାନୀୟ ଲୋକଙ୍କ ଭିଡ ଜମୁଛି । ଅନ୍ୟପଟେ ବଲାଙ୍ଗୀରର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଉ ଏହି ପରିବାର କ୍ଷେତ୍ରରେ ସତେ ଯେମିତି ଭକ୍ତି ଆଗରେ ଭୟ ହାରିମାନିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.