ETV Bharat / state

ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଅଭିଯୋଗ, ସ୍ପଷ୍ଟୀକରଣ ରଖିଲେ ମେୟର

ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିର ଗୋଡ ବନ୍ଧା ହୋଇଛି। ଆଉ ହାତ ମୁହଁ ଜରିପାଲରେ ଢାଙ୍କି ବନ୍ଧାଯାଇଛି । ପ୍ରଶାସନର ଅବହେଳା ନେଇ ଅଭିଯୋଗ ଆଣିଛନ୍ତି ଭଜନ ସମ୍ରାଟଙ୍କ ପୁଅ।

author img

By ETV Bharat Odisha Team

Published : 7 hours ago

Bhikari Bal Statue Neglegence
Bhikari Bal Statue Neglegence (ETV Bharat Odisha)

କଟକ: ଭଜନ ସମ୍ରାଟ ଭିକାରୀ ବଳଙ୍କୁ ଅସମ୍ମାନ ଅଭିଯୋଗ। ପ୍ରତିମୂର୍ତ୍ତିର ଗୋଡ ବନ୍ଧା ହୋଇଛି, ଆଉ ହାତ ମୁହଁ ଜରିପାଲରେ ଢାଙ୍କି ବନ୍ଧାଯାଇଛି । ଅଭିଯୋଗ ଅନୁସାରେ, ନେତାଜୀ ବସ ଟର୍ମିନାଲ ସମ୍ପ୍ରସାରଣ ସମୟରେ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ଖାନନଗର ବୁରୁଜ ନିକଟରୁ ଉଠାଇ ଦିଆଯାଇଥିଲା। ହେଲେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ସତେ ଯେମିତି ଭିକାରୀ ବଳଙ୍କୁ ଭୁଲି ଯାଇଛି। ଯାହାକୁ ନେଇ ତାଙ୍କ ପୁଅ ଏବଂ ଭିକାରୀ ବଳ ସ୍ମୃତି ସଂସଦ ଅସନ୍ତୋଷ ପ୍ରକାଶ କରିବା ସହ CMCକୁ ଦାୟୀ କରିଛନ୍ତି। ଅନ୍ୟପଟେ ସିଏମସି ମେୟର କହିଛନ୍ତି, "ଖୁବଶୀଘ୍ର ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପନ କରାଯିବ ।"

ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ଅବହେଳା ଅଭିଯୋଗ:
ଲୁହା ଖୁଣ୍ଟିରେ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିର ଗୋଡ ବନ୍ଧା ହେଇଛି ଆଉ ହାତ ମୁଁହ ଜରିପାଲ ଢାଙ୍କି ବନ୍ଧାଯାଇଥିବା ଦେଖିବାକୁ ମିଳିଛି । CMCର‌ ଅଳିଆ ଆବର୍ଜନା ରହୁଥିବା ସ୍ଥାନରେ ଏମିତି ପଡ଼ିରହିଛି ଭଜନ ସମ୍ରାଟଙ୍କ ପ୍ରତିମୂର୍ତ୍ତି । ଶହ ଶହ ଜଗନ୍ନାଥ ଭଜନ ଗାଇ ଓଡ଼ିଶାକୁ ଗୌରବାନିତ କରିଥିବା ଭଜନ ସମ୍ରାଟଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ପାଖରେ ମଦ ବୋତଲ ସହ ଭଙ୍ଗା ଜିନିଷପତ୍ର ମଧ୍ୟ ପଡ଼ିରହିଛି । କଟକ ମହାନଗର ନିଗମ ଅଧୀନ ବିକାଶ ଭବନର ବିଭିନ୍ନ ଯନ୍ତ୍ରାଂଶ ରହୁଥିବା ଖୋଲା ସ୍ଥାନରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଖାନନଗର ପାର୍କ ନିକଟରୁ ଏହି ପ୍ରତିମୂର୍ତ୍ତି ଉଚ୍ଛେଦ ହେବା ପରେ ବର୍ଷେରୁ ଅଧିକ ସମୟ ଧରି ଏହି ସ୍ଥାନରେ ଖୋଲା ଆକାଶ ତଳେ ପଡିରହିଛି । ମୁହଁରେ କଳା ଜରି ବନ୍ଧା ହୋଇଛି । ଗୋଡରେ ପ୍ଲାଷ୍ଟିକ ଦଉଡି ବନ୍ଧା ହୋଇଛି। ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ଏପରି ଅବସ୍ଥାରେ ରଖାଯିବାକୁ ନେଇ ତାଙ୍କ ବଡ ପୁଅ ଏବଂ ସ୍ମୃତି ସଂସଦ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ଭିକାରୀ ବଳଙ୍କ ପୁଅ ଅଶୋକ ବଳ କହିଛନ୍ତି, " ବାରମ୍ବାର ଅବଗତ କରାଇବା ପରେ ମଧ୍ୟ ସିଏମସି ଧ୍ୟାନ ଦେଇନାହିଁ । ବର୍ତ୍ତମାନ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ପରେ ପ୍ରଶାସନିକ ଅଧିକାରୀମାନେ ଆଲୋଚନା କରିଛନ୍ତି ।"

ଏହା ବି ପଢନ୍ତୁ...ଅବହେଳିତ ଅବସ୍ଥାରେ ଗାନ୍ଧୀ ସ୍ମୃତିପୀଠ; ଖର୍ଚ୍ଚ ଲକ୍ଷାଧିକ, ବାସ୍ତବିକତା ଶୂନ - Gandhi Memorial Park

ଏହା ବି ପଢନ୍ତୁ...ଦଳ ଭିତରେ ପରିଚୟ ଖୋଜୁଛି ପୂଣ୍ୟତୋୟା ପ୍ରାଚୀ: ଦିନେ ଥିଲା ନୌବାଣିଜ୍ୟର ମୂକସାକ୍ଷୀ, ଆଜି ପିଣ୍ଡଦାନ ପାଇଁ ନାକ ଟେକୁଛନ୍ତି ଲୋକେ - Prachi river revival demands

ଏହା ମଧ୍ୟ ପଢନ୍ତୁ: ଅନ୍ଧକାରରେ ବୌଦ୍ଧର ଐତିହ୍ୟ ପୀଠ ରାମେଶ୍ବର ମନ୍ଦିର; ପ୍ରତିଶ୍ରୁତିରେ ସୀମିତ ବିକାଶ - Rameshwar temple

ଏହା ବି ପଢନ୍ତୁ...ସ୍ମୃତିରେ ଭଜନ ସମ୍ରାଟ, ସଙ୍ଗୀତ ଜଗତରେ ଛାଡି ଯାଇଛନ୍ତି ଅଲିଭା ଛାପ

୨୦୧୮ ରେ ନିର୍ମାଣ ହୋଇଥିଲା ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି:
ଭିକାରୀ ବଳଙ୍କ ଦେହାନ୍ତ ପରେ ତାଙ୍କୁ ସମ୍ମାନ ଜଣାଇ କାଠଯୋଡ଼ି ରିଙ୍ଗ ବନ୍ଧ ପାର୍ଶ୍ୱ ପାର୍କ ନିକଟରେ ୨୦୧୮ ମସିହାରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । କିନ୍ତୁ ରାସ୍ତା ପ୍ରଶସ୍ତିକରଣ ପାଇଁ ୨୦୨୩ ମସିହାରେ ସିଏମସି ଏହି ପ୍ରତିମୂର୍ତ୍ତିକୁ ଉଚ୍ଛେଦ କରି ଅନ୍ୟତ୍ର ପ୍ରତିଷ୍ଠା କରିବା ପାଇଁ ଯୋଜନା କରିଥିଲା। ହେଲେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା ନହୋଇ ଏପରି ପରିତ୍ୟକ୍ତ ସ୍ଥାନରେ ପଡିରହିଛି । ଏ ସମ୍ପର୍କରେ କଟକ ମେୟର କହିଛନ୍ତି, "କଟକ ମହାନଗର ନିଗମ କୌଣସି ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରିନାହିଁ । ଭିକାରୀ ବଳ ସ୍ମୁତି କମିଟି ସେହି ସ୍ଥାନରେ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ କହୁଛନ୍ତି । ମାତ୍ର ରାସ୍ତା କାର୍ଯ୍ୟ ସରିନଥିବାରୁ ସେହି ସ୍ଥାନରେ ସ୍ଥାପନ କରାଯାଇପାରୁନାହିଁ । କମିଟି ସଦସ୍ୟଙ୍କ ସହ ଆଲୋଚନା କରି ଖୁବଶୀଘ୍ର ପ୍ରତିମୂର୍ତ୍ତିକୁ ଭଲ ସ୍ଥାନରେ ସ୍ଥାପନ କରାଯିବ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.