ETV Bharat / state

ପ୍ରଦୂଷଣ ମୁକ୍ତ କ୍ୟାମ୍ପସ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଗେଟ ଭିତରକୁ କେବଳ ଇ-ଯାନକୁ ଅନୁମତି - FM UNIVERSITY POLLUTION FREE CAMPUS

ପ୍ରଦୂଷଣ ରୋକିବାକୁ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ନିଆରା ପ୍ରୟାସ । କ୍ୟାମ୍ପସ ଭିତରେ କେବଳ ଇ-ଯାନକୁ ଅନୁମତି । ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ସହ ଧୂମ୍ରପାନ ଉପରେ କଡା ରୋକ୍ ।

Fakir Mohan University  vehicle free campus
Fakir Mohan University vehicle free campus (ETV Bharat Odisha)
author img

By ETV Bharat Odisha Team

Published : Dec 9, 2024, 10:33 PM IST

ବାଲେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ପ୍ରଦୂଷଣ । ଏଭଳି ପରିସ୍ଥିତିରେ ପରିବେଶ ପ୍ରଦୂଷଣ ରୋକିବା ଦିଗରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ନିଆଯାଇଛି ନିଆରା ପଦକ୍ଷେପ । ୨ ବର୍ଷ ପୂର୍ବରୁ ପ୍ରଦୂଷଣ ରୋକିବା ଦିଗରେ ଲାଗୁ କରାଯାଇଥିବା ନିୟମ ଏବେବି କଡାକଡି ଭାବେ ପାଳନ କରାଯାଉଛି । ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରକୁ ବାୟୁ କିମ୍ବା ଶବ୍ଦ ପ୍ରଦୂଷଣ କରୁଥିବା ଯାନ ଉପରେ ରୋକ ଲଗାଯାଇଛି । ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରୁ କ୍ୟାମ୍ପସ ଭିତରକୁ କେବଳ ଇଲେକ୍ଟ୍ରି ଗାଡ଼ିଗୁଡିକୁ ଅନୁମତି ପ୍ରଦାନ କରାଯାଇଛି ।

ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ଯିବା ଆସିବା ପାଇଁ ଏହି ଇଲେକ୍ଟ୍ରି ଅଟୋର ବ୍ୟବହାର ହୋଇଥାଏ । ଅଧ୍ୟାପକ ଅଧ୍ୟାପିକା ହୁଅନ୍ତୁ କିମ୍ବା ଛାତ୍ରଛାତ୍ରୀ ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି । ଯଦି ପେଟ୍ରୋଲ ଗାଡ଼ିରେ କେହି ଆସିବେ ତେବେ ତାହା ମୁଖ୍ୟ ଫାଟକ ନିକଟରେ ରଖି ଇଲେକ୍ଟ୍ରି ଅଟୋରେ ଭିତରକୁ ଯିବାକୁ ପଡ଼ିବ। ଏହି ନିୟମ ଲାଗୁ ପାଇଁ ବିଶ୍ୱବିଦ୍ୟାଳୟ ଅନେକ ପୁରସ୍କାର ମଧ୍ୟ ପାଇଛି । ଏହାସହ ଛାତ୍ରଛାତ୍ରୀମାନେ ଏହାକୁ ସ୍ୱାଗତ କରିବା ସହ ନିଜ ବିଶ୍ୱବିଦ୍ୟାଳୟରେ ଏମିତି ନିୟମ ଓ ପରିବେଶ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।

Fakir Mohan University vehicle free campus (ETV Bharat Odisha)

କେବଳ ଇ-ଯାନକୁ ଅନୁମତି:

ବିଶ୍ୱବିଦ୍ୟାଳୟ ଛାତ୍ରୀ ଆଦ୍ୟାଶା ମିଶ୍ର କହିଛନ୍ତି," ଆମର ଯିଏ କୁଳପତି ଅଛନ୍ତି ସନ୍ତୋଷ ତ୍ରିପାଠୀ ସାର, ସିଏ ଏ କ୍ୟାମ୍ପସକୁ ପ୍ରଦୂଷଣ ମୁକ୍ତ କରିଛନ୍ତି । ଏଠି କୌଣସି ପେଟ୍ରୋଲ ଗାଡ଼ି ଯିବାର ଅନୁମତି ନାହିଁ । ଯିଏ ଯେତେ ବଡ଼ ଲୋକ ହୁଅନ୍ତୁ ନା କାହିଁକି ସେ ସେହି ମୁଖ୍ୟ ଫାଟକ ପାଖରେ ଓହ୍ଲାଇବେ ସେଇଠୁ ଇଲେକ୍ଟ୍ରି ଚାଳିତ ଗାଡ଼ିରେ ଆସିବେ । ଆଉ ଆମର କ୍ୟାମ୍ପସ ପୁରା ଗ୍ରୀନି କ୍ୟାମ୍ପସ । ଧାନ, ପାନ, ମୀନର ଏଠି ବ୍ୟବସ୍ଥା ଚାଲିଛି । ସବୁ କ୍ୟାମ୍ପସ ପାଇଁ ଏମିତି ନିହାତି ଆବଶ୍ୟକ । ବିଶ୍ୱ ତାପନ ଯେମିତି ବଢି ଚାଲିଛି ଏଭଳି ଅବସ୍ଥାରେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ, କଲେଜରେ ଏଭଳି ପଦକ୍ଷେପ ଦରକାର ।"

ଏହାମଧ୍ୟ ପଢନ୍ତୁ.. ପ୍ଲାଷ୍ଟିକ ମୁକ୍ତ ହେବ ଉଚ୍ଚଶିକ୍ଷାନୁଷ୍ଠାନ କ୍ୟାମ୍ପସ, ୟୁଜିସି ଆଣିଲା ଗାଇଡଲାଇନ

ଏହାମଧ୍ୟ ପଢନ୍ତୁ.. ନିଶାମୁକ୍ତ ଶିକ୍ଷାନୁଷ୍ଠାନ, ତମାଖୁ ସହ ଇ-ସିଗାରେଟ ମୁକ୍ତ ହେବ କ୍ୟାମ୍ପସ - UGC Guidelines

ନିୟମ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ:

ଅନ୍ୟପଟେ ଏହି ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିଥିବା ବିଶ୍ୱବିଦ୍ୟାଳୟର କୁଳପତି ନିୟମ ଖିଲାପ କରିଥିବା ଜଣେ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନଜିର ରହିଛି । ଏନେଇ କୁଳପତି ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି, " ବର୍ତ୍ତମାନ ଦିଲ୍ଲୀ ଓ ଭୁବନେଶ୍ୱରରେ ନିଶ୍ୱାସ ନେବା କଷ୍ଟ ହୋଇଯାଉଛି । ସେହି ଦୃଷ୍ଟିରୁ ଆମେ ନିଷ୍ପତ୍ତି ନେଲୁ ଅନ୍ତତଃ ଏଠି ଯେଉଁ ଛାତ୍ରଛାତ୍ରୀ, କର୍ମଚାରୀ ଓ ଶିକ୍ଷକ ଅଛନ୍ତି ସେମାନେ ସୁସ୍ଥ ମସ୍ତିଷ୍କରେ କାମ କରି ପାରିବେ। ସେଇଥିପାଇଁ ଆମେ ଆଗ୍ରହ ପ୍ରକାଶ କରି no pollution ଜୋନ କରିଛୁ । ଅଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ କରିଛୁ ଏବଂ କ୍ୟାମ୍ପସରେ ଧୂମ୍ରପାନ ନାହିଁ । କେବଳ ହାଇବ୍ରିଡ଼ କିମ୍ବା ଇଲେକ୍ଟ୍ରି ଗାଡ଼ି କ୍ୟାମ୍ପସ ଭିତରେ ଚାଲିବ । ଏହାଛଡ଼ା କ୍ୟାମ୍ପସ ଭିତରେ 10 ହଜାରରୁ ଅଧିକ ଗଛ ଲଗାଇଛୁ । ଯେଉଁଥିପାଇଁ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଦୁଇବର୍ଷ ତଳେ ଗୋଟେ ଜାତୀୟ ପୁରସ୍କାର ପାଇଥିଲା ଏବଂ 2024ରେ ପ୍ରକୃତି ମିତ୍ର ପୁରସ୍କାର ମଧ୍ୟ ପାଇଛି । "

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.