ETV Bharat / state

ପୂର୍ବତନ ମନ୍ତ୍ରୀଙ୍କ ସମ୍ପର୍କରେ ଆପତ୍ତିଜନକ ପୋଷ୍ଟ, ମାମଲା ରୁଜୁ - Pradip Kumar Amat - PRADIP KUMAR AMAT

Pradip Kumar Amat: ଫଳାଫଳ ପ୍ରକାଶ ପାଇବା ପରେ ପ୍ରଦୀପ କୁମାର ଅମାତ କୂଅକୁ ଡେଇଁ ପଡିବା ନେଇ ଖବର ପ୍ରସାରିତ ହୋଇଥିଲା । ଏନେଇ ବିଜେଡି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇବା ସହିତ ଥାନାରେ ମାମଲା ରୁଜୁ କରାଯାଇଛି । ଅଧିକ ପଢନ୍ତୁ

Pradip Kumar Amat
Pradip Kumar Amat (ETV Bharat Odisha)
author img

By ETV Bharat Odisha Team

Published : Jun 6, 2024, 3:22 PM IST

ବୌଦ୍ଧ: ନିର୍ବାଚନରେ ହାରିଲା ପରେ କୂଅରେ ଡେଇଁପଡିଲେ ପ୍ରଦୀପ କୁମାର ଅମାତ । ଏକଥା ଆମେ କହୁନାହୁଁ ବରଂ ଏଭଳି ଖବର ସୋସିଆଲ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ସମ୍ବେଦନଶୀଳ ଖବର ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ସହିତ ଏନେଇ ଥାନାରେ ଏତଲା କରାଯାଇଛି ।

Pradip Kumar Amat (ETV Bharat Odisha)

ପୂର୍ବତନ ବିଧାୟକ ତଥା ମନ୍ତ୍ରୀଙ୍କ ସମ୍ପର୍କରେ ଆପତ୍ତିଜନକ ଖବର ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ବିଜେଡି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମଙ୍ଗଳବାର ଚଳିତ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ପରାଜୟ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ପାଞ୍ଚ ପାଞ୍ଚ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ହରାଇ ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ବିଜୟୀ ହୋଇଛନ୍ତି । ତେବେ ବରିଷ୍ଠ ବିଜେଡି ନେତା ପ୍ରଦୀପ କୁମାର ଅମାତ ପରାଜିତ ହେବାପରେ କୌଣସି ଦୁର୍ବୃତ୍ତ ସାମାଜିକ ଗଣମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ଖବରକାଗଜ ମାଧ୍ୟମରେ ପ୍ରଦୀପ ଅମାତ କୂଅକୁ ଡେଇଁ ପଡ଼ିଲେ ବୋଲି ପୋଷ୍ଟ କରିଥିଲେ । ଯାହା ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହୋଇଥିଲା । ଏଭଳି ଖବରକୁ ନେଇ ଜିଲ୍ଲା ବିଜେଡି ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

ଏନେଇ ବୌଦ୍ଧ ଥାନାରେ ଏତଲା ଦାୟର କରାଯିବା ସହିତ ଏଭଳି ହୀନ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ବୁଧବାର ସଂଧ୍ୟାରେ ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଉଭୟ ନିର୍ବାଚିତ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ଦଳ ପକ୍ଷରୁ ସ୍ବାଗତ କରାଯିବା ସହିତ ଜିଲ୍ଲାର ବିକାଶ ଦିଗରେ ସମସ୍ତ ସହଯୋଗ କରାଯିବ ବୋଲି ସୂଚନା ଦିଆଯାଇଛି । ତେବେ ଜଣେ ପ୍ରତିଷ୍ଠିତ ରାଜନେତାଙ୍କ ସମ୍ପର୍କରେ ଏଭଳି କଦର୍ଯ୍ୟ ପୋଷ୍ଟ ଆଦୌ ଗ୍ରହଣୀୟ ନୁହେଁ ତଥା ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.