ETV Bharat / state

ମାଓବାଦୀ ଭୟ ଦେଖାଇ ଅର୍ଥ ଆଦାୟ କରୁଥିଲା, ଜଣଙ୍କୁ ବାନ୍ଧିଲା ପୋଲିସ; ଜାଣନ୍ତୁ ମୋଡସ ଅପରେଣ୍ଡି - fake maoist arrested - FAKE MAOIST ARRESTED

Odisha man used technology to extort money posing as naxal commander arrested by Malkangiri Police: ନକଲି ମାଓବାଦୀ ଗିରଫ । ମାଲକାନଗିରି ପୋଲିସ ଦ୍ବାରା ନକଲି ମାଓବାଦୀ ଗିରଫ। ମାଓବାଦୀଙ୍କ ନାଁରେ ଟଂକା ଆଦାୟ ଅଭିଯୋଗ । ଅଧିକ ପଢନ୍ତୁ

fake maoist arrested
fake maoist arrested (ETV Bharat Odisha)
author img

By ETV Bharat Odisha Team

Published : Aug 24, 2024, 12:50 PM IST

ମାଲକାନଗିରି: ମାଓବାଦୀ ନାମରେ ଟଙ୍କା ଆଦାୟ କରିଥିବା ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ । ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ୟବସାୟ ସଂସ୍ଥାର ମାଲିକ ମାନଙ୍କୁ ମାଓବାଦୀ ଭୟ ଦେଖାଇ ଅର୍ଥ ଆଦାୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ମାଲକାନଗିରି ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏ ସମ୍ବନ୍ଧରେ ମାଲକାନଗିରି ଏସ୍‌.ଡି.ପି.ଓ ସଚିନ ପଟେଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଂଚାୟତ ଅନ୍ତର୍ଗତ ଏମ୍‌.ଭି. ୧୦୦ ଗ୍ରାମର ଅନିଲ ବର୍କନ୍ଦାଜ ନାମକ ବ୍ୟକ୍ତିଙ୍କୁ ଗତ ଏପ୍ରିଲ ୪ ତାରିଖରେ ଜଣେ ବ୍ୟକ୍ତି ହ୍ୱାଟ୍ସପ୍ ନମ୍ବରରେ ଫୋନ କରି ନିଜକୁ ମାଓବାଦୀ ବୋଲି କହିବା ସହ ତାଙ୍କ ନାମ ଆର୍‌. ରାଜେଶ୍ୱର ତାରାଇ ବୋଲି ପରିଚୟ ଦେଇ ୫ ହଜାର ଟଙ୍କା ପଠାଇବାକୁ ଧମକ ଦେଇଥିଲ । ଯଦି ଟଙ୍କା ନ ପଠାଇଲେ ତୁମକୁ ହତ୍ୟା କରିବି ବୋଲି ମଧ୍ୟ ଧମକ ଦେଇଥିଲୋ ପୁନର୍ବାର ଗତ ଅଗଷ୍ଟ ୯ ତାରିଖ ଦିନ ଅନ୍ୟ ଏକ ନମ୍ବରରେ ଅନିଲଙ୍କୁ ଫୋନ୍ କରି ୨ ହଜାର ଟଙ୍କା ପଠାଇବାକୁ କହିଥିଲା ।

ନକଲି ମାଓବାଦୀ ଗିରଫ (ETV Bharat Odisha)

ସେହିଦିନ ଅନିଲ ମାଲକାନଗିରି ଥାନାରେ ଏ ସମ୍ବନ୍ଧରେ ଲିଖିତ ଅଭି ଯୋଗ କରିବା ସହ ଅଭି ଯୁକ୍ତଙ୍କ ଦୁଇଟି ଫୋନ୍ ନମ୍ବର ମଧ୍ୟ ଦେଇଥିଲୋ ତାଙ୍କ ଅଭି ଯୋଗକୁ ଆଧାର କରି ମାଲକାନଗିରି ପୋଲିସ ତଦନ୍ତ ଆରମ୍ଭ କରିବା ସହ ଉକ୍ତ ଫୋନ୍ ନମ୍ବରକୁ ଆଧାର କରି ଟ୍ରାକ କରିଥିଲା ମାଲକାନଗିରି ପୋଲିସ୍ । ଏହି ତଦନ୍ତରେ ମାଲକାନଗିରି ଜିଲ୍ଲାର ବିଭଇନ୍ନ ବ୍ୟବସାୟ ପ୍ରତିଷ୍ଠାନ ଠାରୁ ଲକ୍ଷାଧୀକ ଟଙ୍କା ମାଓବାଦୀ ନାରେ ନେଇଥିବା ପୋଲିସ ଜାଣିବାକୁ ପାଇଥିଲା ।

ଏହା ବି ପଢନ୍ତୁ- ପ୍ରତିଶୋଧ ନେଉଛି କି ଲାଲବାହିନୀ ? ବଡ଼ଭାଇକୁ ମାରିବାର ସପ୍ତାହେ ନ ପୂରୁଣୁ ସାନ ଭାଇକୁ ନିର୍ମମ ହତ୍ୟା - Naxalites Killed Minor

ପରେ ଉକ୍ତ ବ୍ୟକ୍ତି ଖୋର୍ଦ୍ଧାରେ ଥିବା ଜାଣି ମାଲକାନଗିରି ପୋଲିସ ତାଙ୍କୁ ଖୋର୍ଦ୍ଦାରୁ ଗିରଫ କରି ଆଣିଥିଲା । ପରେ ପଚରା ଉଚୁରା କରିବାରୁ ଉକ୍ତ ବ୍ୟକ୍ତି ପୁରୀ ଜିଲ୍ଲା ରଘୁନାଥ ପୁର ଗ୍ରାମର ସନ୍ତୋଷ କୁମାର ମହାନ୍ତି ବୋଲି ଜଣାପଡିଥିଲା ।

"ଏ ସମ୍ବନ୍ଧରେ ମାଲକାନଗିରି ଥାନା କେଶ ନଂ. ୪୮୪ ତାରିଖ ୨୨.୦୮.୨୦୨୪ ପ୍ରକାରେ ମାମଲା ରୁଜୁ କରିଯାଇଛି । ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରା ଯିବ," ବୋଲି ଏସ୍‌ଡିପିଓ ସଚିନ୍ ପଟେଲ ସୁଚନା ଦେଇଛନ୍ତି । ପ୍ରକାଶଥାଉ କି, ଉକ୍ତ ଆସାମୀ ନାମରେ ମୋଟୁ ଥାନା କେଶ୍ ନଂ ୧୧୨ ତା. ୧୯.୦୮.୨୦୨୪ ରିଖ ପ୍ରକାରେ ଏକ ମାମଲା ରୁଜୁ ହୋଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କୋରୁକୋଣ୍ଡା ଥାନା ଅଧିକାରୀ ହିମାଂଶୁ ଶେଖର ବାରିକ, ମାଲକାନଗିରି ଥାନା ଏସ୍‌.ଆଇ ଅମିତ କୁମାର ଧଳ ପ୍ରମୁଖ ଉପସ୍ଥିତ ଥିଲୋ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.