ETV Bharat / state

ନକଲି ପାଥୋଲ୍ୟାବରେ ଚାଲିଥିଲା ଚିକିତ୍ସା, ୬ ବର୍ଷ ଧରି ଜଣାପଡ଼ିଲା ସାଂଘାତିକ ସତ - Fake Diagonstic Centre

author img

By ETV Bharat Odisha Team

Published : Jul 26, 2024, 11:10 PM IST

Fake Diagonstic Centre: ୬ ବର୍ଷ ଧରି ରୋଗୀଙ୍କୁ ଚିକିତ୍ସା କରୁଥିଲେ ନକଲି ଡାକ୍ତର । ଚଢାଉ ପରେ ଜଣାପଡ଼ିଲା ସାଂଘାତିକ ସତ । ପଢନ୍ତୁ ପୂରା ଖବର ।

Fake Diagonstic Centre
Fake Diagonstic Centre (ETV Bharat Odisha)

କେନ୍ଦ୍ରାପଡା: ଫିଟିଲା ନକଲି ଡାକ୍ତରଙ୍କ ଗୁମର । ୬ ବର୍ଷ ଧରି ଚଳାଉଥିଲେ ବେଆଇନ ପାଥୋଲ୍ୟାବ । ତେବେ ସାମ୍ନାପଟେ ପାଥୋଲ୍ୟାବ ରହିଥିବାବେଳେ ଭିତରେ ରୋଗୀଙ୍କୁ ଚିକିତ୍ସା କରାଯାଉଥିଲା । ନିଜକୁ ଡାକ୍ତର ପରିଚୟ ଦେଇ ଜଣେ ବ୍ୟକ୍ତି ସ୍ତ୍ରୀ ରୋଗ ଚିକିତ୍ସା ସହ ଗର୍ଭବତୀମାନଙ୍କୁ ଚେକ ଅପ କରିବା ଏବଂ ପ୍ରେସକିପସନ ଲେଖିବା କାର୍ଯ୍ୟ କରୁଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ମିଳିତ ଚଢ଼ାଉବେଳେ ଜଣାପଡିଥିଲା ନକଲି ଡାକ୍ତରଙ୍କ ଅସଲ କାହାଣୀ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଖରେ ୨୦୧୮ରୁ ଆର୍ଯ୍ୟନ ଡାଇଗନଷ୍ଟିକ ସେଣ୍ଟର ଚଳାଉଥିବାବେଳେ ସ୍ୱାସ୍ଥ୍ୟ ବିଭାଗ କିଭଳି ଏହାର ଟେର୍ ପାଇନଥିଲା ସେନେଇ ପ୍ରଶ୍ନ ଉଠିଛି । ଚଢ଼ାଉ ସମୟରେ ନିଜକୁ ଆସିଷ୍ଟାଣ୍ଟ ପ୍ରଫେସର ପରିଚୟ ଦେଇଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅଲେଖ ନାୟକ।

ନକଲି ଡାକ୍ତର କରୁଥିଲେ ଚିକିତ୍ସା:

କେନ୍ଦ୍ରାପଡା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟ ସହରର ବଳଗଣ୍ଡି ବଜାରରେ ୨୦୧୮ ମସିହାରୁ ଆର୍ଯ୍ୟନ ଡାଇଗନଷ୍ଟିକ ସେଣ୍ଟର ଚାଲିଆସୁଥିଲା।ଏହାର ମାଲିକ ଅଲେଖ ନାୟକ ନିଜକୁ ଡାକ୍ତର ପରିଚୟ ଦେବା ସହ ବିଭିନ୍ନ ସମୟରେ ରୋଗୀ ମଧ୍ୟ ଦେଖୁଥିଲେ। ପାଥୋଲ୍ୟାବ କରି ରକ୍ତ,ମଳ, ମୂତ୍ର ଇତ୍ୟାଦି ପରୀକ୍ଷା କରୁଥିଲେ।

ବିନା ପ୍ରମାଣପାତ୍ରରେ ଚାଲୁଥିଲା ଡାଇଗ୍ନୋଷ୍ଟିକ ସେଣ୍ଟର:

ବିନା ପ୍ରମାଣପାତ୍ରରେ ଚାଲୁଥିଲା ଡାଇଗ୍ନୋଷ୍ଟିକ ସେଣ୍ଟର । ଚଢାଉ ପରେ ଏହାକୁ ସିଜ କଲା ଜିଲ୍ଲାପ୍ରଶାସନ । କେନ୍ଦ୍ରାପଡାର ଏହି ବେଆଇନ ଡାଇଗ୍ନୋଷ୍ଟିକ ସେଣ୍ଟର ଉପରେ ବଡ଼ ଧରଣର ଚଢ଼ାଉ ହୋଇଛି । ଏହି ଚଢ଼ାଉରେ ଉପଜିଲ୍ଲାପାଳ, ଏସଡିପିଓ, ମେଡିକାଲ ଏଡିଏମଓ, ଥାନା ଅଧିକାରୀ ପ୍ରମୁଖ ସାମିଲ ଥିଲେ ।

ଏହା ବି ପଢନ୍ତୁ...କଟକରୁ ନକଲି ଡାକ୍ତର ଗିରଫ, ବ୍ୟାଙ୍କକୁ ଚକମା ଲୁଟିଛନ୍ତି ୬୫ ଲକ୍ଷ

ଏହା ବି ପଢନ୍ତୁ...ପୋଲିସ ପଞ୍ଝାରେ ନକଲି ଡ଼ାକ୍ତର, ସରକାରୀ ହସ୍ପିଟାଲରେ ଡୁପ୍ଲିକେଟ୍ ସାର୍ଟିଫିକେଟ ଦେଇ କରୁଥିଲା ଚାକିରି - fake doctor arrested

କେଉଁ ସବୁ ଚିକିତ୍ସା ହେଉଥିଲା?

ଏହି ଡାଇଗ୍ନୋଷ୍ଟିକ ସେଣ୍ଟରରେ ବିଭିନ୍ନ ପ୍ରକାରର ପରୀକ୍ଷା କରାଯିବା ସହ, ରୋଗୀଙ୍କୁ ଚିକିତ୍ସା ମଧ୍ୟ କରାଯାଉଥିଲା । ଲୋକମାନଙ୍କ ବିଶ୍ୱାସ ଜିତିବା ପାଇଁ ଅନେକ ଡାକ୍ତରମାନଙ୍କ ପ୍ରେସକ୍ରିପସନ ପ୍ୟାଡ଼ ମଧ୍ୟ ବ୍ୟବହାର କରାଯାଉଥିଲା । ଏନେଇ ମାଲିକ ଅମୁଲ୍ୟ କୁମାର ନାୟକଙ୍କୁ ପଚରାଉଚରା କରିବା ସହ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ସମ୍ପୂର୍ଣ୍ଣ ଭାବେ ସିଲ କରିଛି ଜିଲ୍ଲା ପ୍ରଶାସନ । କେବଳ ଏହି ଗୋଟିଏ ଡାଇଗ୍ନୋଷ୍ଟିକ ସେଣ୍ଟର ନୁହେଁ, ଏହାପରେ ଆହୁରି ଅନେକ ସ୍ଥାନରେ ଚଢ଼ାଉ ହେବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.