ETV Bharat / state

ନକଲି ସିବିଆଇ ଅଧିକାରୀଙ୍କୁ ବାନ୍ଧିଲା ପୋଲିସ, ଚାକିରି କରେଇ ଦେବା ଆଳରେ ଠକୁଥିଲେ

Fake CBI officer arrested: ସୁନ୍ଦରଗଡ଼ରେ ନକଲି ସିବିଆଇ ଅଫିସର ଗିରଫ । ଚାକିରି କରାଇଦେବ ନାଁରେ ଆଶାୟୀଙ୍କ ଠାରୁ ନେଉଥିଲା ଟଙ୍କା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 3, 2024, 10:15 AM IST

Fake CBI officer arrested
Fake CBI officer arrested
ନକଲି ସିବିଆଇ ଅଧିକାରୀ

ସୁନ୍ଦରଗଡ଼: ଠକେଇ ଅଭିଯୋଗରେ ଗିରଫ ହେଲେ ନକଲି ସିବିଆଇ ଅଫିସର । ଚାକିରି କରାଇଦେବା ନାଁରେ ଆଶାୟୀଙ୍କ ଠାରୁ କରୁଥିଲେ ଠକେଇ । ଏନେଇ ଅଭିଯୋଗ ପରେ ନକଲି ସିବିଆଇ ଅଫିସର ଗିରଫ । ଏବେ ସୁଦ୍ଧା ୪ ଜଣ ଆଶାୟୀଙ୍କ ଠାରୁ ୨ ଲକ୍ଷ ୨୫ ହଜାର ଟଙ୍କା ଠକେଇ କରିଥିବା ଜଣାପଡିବା ପରେ ଟାଉନ ଥାନା ପୋଲିସ ତାଙ୍କୁ ଗିରଫ କରିଛି । ତେବେ ଅଭିଯୁକ୍ତ ଜଣକ ସୁନ୍ଦରଗଡ ଟାଉନ ଥାନା ପଣ୍ଡରୀଢ଼ିପା ଅଞ୍ଚଳ ଉମେଶ ତନ୍ତୀ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ରେଳବାଇ ବିଭାଗରେ ନର୍ସ, ଟିକେଟ୍‌ କାଉଣ୍ଟରରେ ଚାକିରି କରାଇ ଦେବି କହି ସେ ଜିଲ୍ଲାର ସବ୍‌ଡେଗା କିରାଲଗା ଅଞ୍ଚଳର ଜଣେ ମହିଳାଙ୍କ ସହଯୋଗରେ ଟାଙ୍ଗରଗାଁ ଅଞ୍ଚଳର ୩ ଜଣ ଯୁବତୀ ଓ ଜଣେ ଯୁବକଙ୍କଠାରୁ ଟଙ୍କା ନେଇଥିଲେ । ଚାକିରି ପାଇଁ ୫ ଲକ୍ଷ ଲାଗିବ, ତେବେ ଅଗ୍ରୀମ ୫୦ ହଜାର ଦେଲେ ଚଳିବ ବୋଲି କହିବାପରେ ୪ ଜଣ ୨ ଲକ୍ଷ ୨୫ ହଜାର ଟଙ୍କା ଦେଇଥିଲେ । ଏହାପରେ ନିଯୁକ୍ତିପତ୍ର ଆଜି ଦେବି କାଲି ଦେବି କହି ଦିନ ଗଡ଼ାଇ ଚାଲିଥି‌‌ଲେ ଏବଂ ଆଉ ଧରାଛୁଆଁ ଦେଇନଥିଲେ ।

ଏହା ମଧ୍ୟ ପଢନ୍ତୁୃ- ପିଲାଙ୍କ ଭବିଷ୍ୟତ ସହ ଖେଳ, ନକଲି ଶିକ୍ଷକଙ୍କ ତଥ୍ୟ ଦେଉନାହାଁନ୍ତି ୧୧ ଜିଲ୍ଲା ଶିକ୍ଷା ଅଧିକାରୀ

ଏହା ମଧ୍ୟ ପଢନ୍ତୁୃ- କଟକରୁ ନକଲି ଡାକ୍ତର ଗିରଫ, ବ୍ୟାଙ୍କକୁ ଚକମା ଲୁଟିଛନ୍ତି ୬୫ ଲକ୍ଷ

ଠକେଇରେ ପଡ଼ିଥିବା ଜାଣିବା ପରେ ଦୁଇଜଣ ଯୁବତୀ ସେନାସ କୁଲ୍ଲୁ, ସ୍ବାତୀ ଏକ୍କା ଟାଉନ ଥାନାରେ ଏତଲା ଦେଇଥିଲେ । ପୋଲିସ ଏକ ମାମଲା ରୁଜୁ କରିବା ସହ ଠକ ଉମେଶଙ୍କ ମୋବାଇଲ ନମ୍ବରକୁ ଟ୍ରେସ୍‌ କରି ତାଙ୍କୁ ଘରୁ ଗିରଫ କରି କୋର୍ଟଚାଲାଣ କରିଛି । ଏଥିସହ ତାଙ୍କ ଠାରୁ ଏକ କେଟିଏମ୍ ବାଇକ, ୨୫ ହଜାର ନଗଦ ଓ ମୋବାଇଲ ଜବତ କରିଛି । ଏସ୍‌ଆଇ ଡୋଳାମଣି ନାୟକ ମାମଲାର ତଦନ୍ତ କରୁଥିବା ବେଳେ ପୂର୍ବରୁ ମଧ୍ୟ ବହୁବାର ବିଭିନ୍ନ ନକଲି ଅଧିକାରୀ ହୋଇ ଚାକିରି ବାହାନାରେ ଲୋକଙ୍କୁ ଠକିଥିବା ସୂଚନା ରହିଛି । ଏନେଇ ସମସ୍ତ ଲୋକଙ୍କ ଅଭିଯୋଗକୁ ଆଧାର କରି ପୋଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.