ETV Bharat / state

ସ୍ତ୍ରୀର ପରକ୍ରିୟା ପ୍ରୀତି ପଡିଲା ମହଙ୍ଗା, ପ୍ରେମିକକୁ ହାଣିଲା ସ୍ୱାମୀ - HUSBAND KILLED LOVER OF WIFE

author img

By ETV Bharat Odisha Team

Published : Jul 2, 2024, 3:43 PM IST

Husband Killed Wife Lover: କୁଜଙ୍ଗରେ ବିଭତ୍ସ ହତ୍ୟାକାଣ୍ଡ । ପରକ୍ରିୟା ପ୍ରୀତି କରିବା ସ୍ତ୍ରୀକୁ ପଡିଲା ମହଙ୍ଗା । ପ୍ରେମିକକୁ ହାଣି ହତ୍ୟା କଲା ସ୍ୱାମୀ । ଅଧିକ ପଢନ୍ତୁ,

ସ୍ତ୍ରୀର ପରକ୍ରିୟା ପ୍ରୀତି ପଡିଲା ମହଙ୍ଗା, ପ୍ରେମିକକୁ ହାଣିଲା ସ୍ୱାମୀ
ସ୍ତ୍ରୀର ପରକ୍ରିୟା ପ୍ରୀତି ପଡିଲା ମହଙ୍ଗା, ପ୍ରେମିକକୁ ହାଣିଲା ସ୍ୱାମୀ (ETV Bharat Odisha)

ଜଗତସିଂହପୁର: ପରକୀୟା ପ୍ରୀତିର କରୁଣ ପରିଣତି । ସ୍ତ୍ରୀର ପ୍ରେମିକକୁ ହାଣି ହତ୍ୟା କଲା ସ୍ବାମୀ । ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗଣ୍ଡକି ପୁର ପଞ୍ଚାୟତର କାବୁଲପୁର ଗାଁରେ । ମୃତକ ଜଣକ ହେଲେ ଦୀନବନ୍ଧୁ ସାମଲ । ଘଟଣାରେ ଅଭିଯୁକ୍ତ ସ୍ୱାମୀ ଗିରଫ ହୋଇଥିବା ବେଳେ ନିଜ ସ୍ତ୍ରୀର ପରକୀୟା ପ୍ରୀତି ଯୋଗୁଁ ଏହି ବିଭତ୍ସ ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ କୁଜଙ୍ଗ ଥାନା ଅନ୍ତର୍ଗତ କାବୁଲପୁର ଗାଁରେ ତପନ ମାଝୀ ଓ ତାଙ୍କ ପତ୍ନୀ କବିତା ମାଝୀଙ୍କ ରହିଆସୁଥିଲେ । ଉଭୟ କାମଧନ୍ଦା କରି ପରିବାର ପ୍ରତିପୋଷଣ କରିଥାନ୍ତି । କିଛିଦିନ ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଝଗଡା ଲାଗି ରହୁଥିଲା । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଘରୋଇ କଳି ଉଗ୍ର ହେବାରୁ ତପନଙ୍କ ସ୍ତ୍ରୀ କବିତା ସ୍ୱାମୀକୁ ଛାଡି ଦୀନବନ୍ଧୁ ସାମଲ ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ରହିଥିଲେ । କବିତା ଦୀନବନ୍ଧୁଙ୍କୁ ନିଜ ସମ୍ପର୍କୀୟ ମାମୁଁ କହୁଥିବା ବେଳେ ତପନ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ ।

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦୀନବନ୍ଧୁ କଣ୍ଟା ସାଜୁଥିବା ତପନ ସନ୍ଦେହ କରିଥିଲା । ଦୀନବନ୍ଧୁଙ୍କୁ ରାସ୍ତାରୁ ହଟାଇବା ପାଇଁ ଖୋଜିଥିଲା ସୁଯୋଗ । ଯାହା ପରେ ଗତକାଲି ଅପରାହ୍ନ ୪ଟା ସମୟରେ ସମ୍ପର୍କୀୟ ମାମୁଁ ବୋଲାଉଥିବା ଦୀନବନ୍ଧୁ ଅଭିଯୁକ୍ତ ତପନର ଘର ଦେଇ ଯାଉଥିବା ବେଳେ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ପରେ ତପନ ଅତି ନିର୍ମମ ଭାବେ ହାଣି ହତ୍ୟା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ସ୍ତ୍ରୀର ପ୍ରେମିକକୁ ଖଣ୍ଡ ଖଣ୍ଡ କରି ଅଳିଆ ଗଦାରେ ଫିଙ୍ଗିଲା ସ୍ବାମୀ

ଖବର ପାଇ କୁଜଙ୍ଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ତପନକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି । ପରକୀୟା ପ୍ରୀତି ଯୋଗୁଁ ଏହିଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ପୋଲିସ ଜାଣିବାକୁ ପାଇଛି । ମୃତଦେହକୁ ପୋଲିସ ଜବତ କରି ପୋଷ୍ଟମଟମ ପାଇଁ ପଠାଇ ଅଧକ ତଦନ୍ତ ଚଳାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.