ETV Bharat / state

'ଜର୍ମାନୀ ବିରୋଧରେ ଅମିତ ଖେଳିଥିଲେ ଆମେ ନିଶ୍ଚିତ ଫାଇନାଲରେ ଖେଳିଥାନ୍ତୁ' - Excitement among hockey players

author img

By ETV Bharat Sports Team

Published : Aug 9, 2024, 10:46 PM IST

EXCITEMENT AMONG HOCKEY PLAYERS: ପ୍ୟାରିସ ଅଲିମ୍ପିକ୍ସ 2024 ଭାରତୀୟ ଦଳ ବ୍ରୋଞ୍ଜ ମେଡାଲ ଜିତିବା ପରେ ହକି ଖେଳାଳିଙ୍କ ମଧ୍ୟରେ ଉତ୍ସାହ ମାହୋଲ ଦେଖିବାକୁ ମିଳିଛି । ଏନେଇ ଏମିତି କହିଲେ ଯୁବ ଖେଳାଳି । ଅଧିକ ପଢନ୍ତୁ

EXCITEMENT AMONG HOCKEY PLAYERS
EXCITEMENT AMONG HOCKEY PLAYERS (ETV Bharat Odisha)

ରାଉରକେଲା: ଅଲମ୍ପିକରେ ଭାରତ ଲଗାତାର ଭାବରେ ଦ୍ୱିତୀୟ ଥର ପାଇଁ ବ୍ରୋଞ୍ଜ ମେଡାଲକୁ ଡିଫଣ୍ଡ କରିବାରେ ସଫଳ ହୋଇଛି ଭାରତୀୟ ହକି ଦଳ । ତେବେ ଗୋଲ୍ଡ ଆଶା ଥିଲେ ମଧ୍ୟ ସେମି ଫାଇନାଲରେ ଜର୍ମାନୀ ଠାରୁ ପରାଜିତ ହେବା ପରେ ହାର ନମାନି ଦେଶ ପାଇଁ ଗୌରବ ଆଣି ବ୍ରୋଞ୍ଜ ମେଡାଲ ବିଜୟୀ ହୋଇଛନ୍ତି ।

ହକିର ଏନ୍ତୁଡ଼ିଶାଳରେ ଖୁସିରଲହରି :

ବର୍ତ୍ତମାନ ଭାରତୀୟ ଦଳର ଖେଳକୁ ଦେଖି ଉତ୍ସାହିତ ହେଉଛନ୍ତି ହକି ପ୍ରେମୀ ଏବଂ ଯୁବ ହକି ଖେଳାଳି । ଭାରତୀୟ ଦଳରେ ଦିନେ ଖେଳିବା ପାଇଁ ଏବଂ ଭାରତକୁ ଅନ୍ତର୍ଜାତୀୟସ୍ତରରେ ଉପସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଖେଳାଳି । ଆମ ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ମଧ୍ୟ ଦେଖି ପିଲାମାନେ ଆହୁରି ଉତ୍ସାହିତ ହେଉଛନ୍ତି ଏବଂ ଅମିତଙ୍କ ଭଳି ଜଣେ ଉତ୍କୃଷ୍ଟ ଖେଳାଳି ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ତେବେ ଏହାକୁ ନେଇ ଗତକାଲି ଯେଉଁଭଳି ଭାବରେ ଭାରତ ଖେଳ ପ୍ରଦର୍ଶନ କରିଛି ସମସ୍ତେ ଏହାକୁ ସ୍ୱାଗତ କରି ଅଭୁଲା ସ୍ମୃତି ଭଳି ସାଇତି ରଖିବା କଥା କହିଛନ୍ତି ।

'ଜର୍ମାନୀ ବିରୋଧରେ ଅମିତ ଖେଳିଥିଲେ ଆମେ ନିଶ୍ଚିତ ଫାଇନାଲରେ ଖେଳିଥାନ୍ତୁ'
ଅଲମ୍ପିୟାନ ଲାଜରୁଷ ବାର୍ଳା କହିଛନ୍ତି," ଭାରତ ଭଲ ପ୍ରଦର୍ଶନ କରିଛି । ଆମର ଆଶା ଥିଲା ଯେ ନିଶ୍ଚିତ ମେଡାଲ ଆଣିବ । ସେମିଫାଇନାଲରେ ଜର୍ମାନୀ ଠାରୁ ଭାରତ ଦଳ ଅଧିକ ଭଲ ଥିଲା । ଜର୍ମାନୀ ଯେଉଁଭଳି ଭୁଲ କରିଥିଲା ତାହାକୁ କାଉଣ୍ଟର କରିବାରେ ବିଫଳ ହେଲା ଟିମ । ଛୋଟ ଛୋଟ ଭୁଲରୁ ସେମିଫାଇନାଲରେ ଆମେ ପରାସ୍ତ ହେଲୁ କିନ୍ତୁ ବ୍ରୋଞ୍ଜ ମେଡାଲ ମଧ୍ୟ କମ୍ ନୁହେଁ । ଭାରତୀୟ ପୁରୁଷ ହକି ଦଳ ଭଲ ପ୍ରଦର୍ଶନ କରିଛନ୍ତି । ସେମିଫାଇନାଲ ହାରିବା ପ୍ରେସର ନନେଇ ଭଲ ଖେଳ ଖେଳିଛି ଭାରତ । ଏହି ବିଜୟ ଏବଂ ସରକାରଙ୍କ ପ୍ରୋତ୍ସାହନ ପିଲାଙ୍କୁ ହକି ଆଡକୁ ଆହୁରି ଆକର୍ଷିତ କରିବ । ଜର୍ମାନୀ ବିରୋଧରେ ଅମିତ ଖେଳିଥିଲେ ଆମେ ନିଶ୍ଚିତ ଫାଇନାଲରେ ଖେଳିଥାନ୍ତୁ ।"

'ଅମିତଙ୍କୁ ଭାରତୀୟ ଦଳରେ ଦେଖି ବହୁତ ଖୁସି ଲାଗୁଛି'

ଯୁବ ହକି ଖେଳାଳି ପ୍ରତିଭା ଏକ୍କା କହିଛନ୍ତି," ଭାରତ ହକି ଦଳକୁ ଦେଖି ବର୍ତ୍ତମାନ ସମସ୍ତ ଯୁବ ବର୍ଗ ମଧ୍ୟରେ ହକି ଖେଳକୁ ନେଇ ଆହୁରି ଉତ୍ସାହ ଆସୁଛି । ଅଲମ୍ପିକରେ ବ୍ରୋଞ୍ଜ ମେଡାଲ ଜିତିବା ପରେ ଆମେ ହକି ପ୍ରେମୀ ଏବଂ ଖେଳାଳି ବହୁତ ଖୁସି ଅଛୁ । ହକିକୁ ଆହୁରି ଆଗକୁ ନେବାକୁ ଚେଷ୍ଟା କରିବୁ । ଆମେ ଆଶା କରିଥିଲୁ ଯେ ମେଡାଲ ନିଶ୍ଚିତ ବିଜୟୀ ହୋଇ ଆଣିବେ । ଅମିତ ରୋହିଦାସଙ୍କୁ ଭାରତୀୟ ଦଳରେ ଦେଖି ଖୁସି ଲାଗୁଛି ।"

ଏହା ମଧ୍ୟ ପଢନ୍ତୁ .....ପ୍ୟାରିସ ଅଲିମ୍ପିକ୍ସ: କିଏ DSP ତ କିଏ PCS ଅଧିକାରୀ; ଦେଶକୁ ମେଡାଲ ଆଣିଥିବା ଭାରତୀୟ ହକି ଖେଳାଳି ପଡ଼ିଆ ବାହାରେ ବି ହିରୋ - Paris Olympics 2024

'ଶ୍ରୀଜେଶଙ୍କୁ ମିସ୍ କରିବୁ'
ଜାତୀୟ ହକି ଖେଳାଳି ସୁରଜ କେର୍କେଟା କହିଛନ୍ତି," ଭାରତୀୟ ଦଳ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରୁଛି । ମେଡାଲ ଆମେ ନିଶ୍ଚିତ ଆଣିଥାନ୍ତୁ । ଏହାସହ ସରକାର ମଧ୍ୟ ଯେଉଁଭଳି ଭବରେ ହକିକୁ ପ୍ରୋତ୍ସାହନ ଦେଉଛନ୍ତି , ଏହା ସମସ୍ତଙ୍କୁ ଆକର୍ଷଣ କରୁଛି । ଶ୍ରୀଜେଶ ବର୍ତ୍ତମାନ ଅବସର ପରେ ତାଙ୍କୁ ଭାରତୀୟ ହକି ଖେଳାଳି ଏବଂ ଆମ ଭଳି ଯୁବ ଖେଳାଳି ନିଶ୍ଚିତ ମିସ କରିବୁ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.