ETV Bharat / state

ନିର୍ବାଚନ ପୂର୍ବରୁ ଅବକାରୀ ବିଭାଗର ଧରପଗଡ; ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, 2 ଗିରଫ - Bhadrak Excise team Raid

author img

By ETV Bharat Odisha Team

Published : May 12, 2024, 10:23 AM IST

Bhadrak Excise team seized brown sugar: ନିର୍ବାଚନ ପୂର୍ବରୁ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ । ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ୧୨ ହଜାର ଟଙ୍କା ଜବତ । ଦୁଇ ଜଣ ଗିରଫ । ଅଧିକ ପଢନ୍ତୁ

Bhadrak Excise team
Bhadrak Excise team (ETV Bharat Odisha)
Bhadrak Excise team (ETV Bharat Odisha)

ଭଦ୍ରକ: ନିର୍ବାଚନ ପୂର୍ବରୁ ଅବକାରୀ ବିଭାଗର ଧରପଗଡ । ଭଦ୍ରକ ବାଗୁରାଇ ମେଡିକାଲ ନିକଟରେ ପାଟ୍ରୋଲିଂ ବେଳେ 37 ଗ୍ରାମ ବ୍ରାଉନସୁଗାର ସମେତ 12 ହଜାର ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ 2 ଜଣଙ୍କୁ ଗିରଫ କରାଯାଇ ଥିବାବେଳେ ଗୋଟିଏ ସ୍କୁଟି ଜବତ ହୋଇଛି । ଜବତ ବ୍ରାଉନସୁଗାର ଓ ସ୍କୁଟିର ଆନୁମାନିକ ମୂଲ୍ୟ 4 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

ନିର୍ବାଚନକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ବିଭିନ୍ନ ସ୍ଥାନରେ ହେଉଥିବା ବେଆଇନ ନିଶାଦ୍ରବ୍ୟ କାରବାର ଉପରେ କଡାକଡି ନଜର ରଖିବା ପାଇଁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ନରୋତ୍ତମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଧରପଗଡ ଜାରି ରହିଛି । ଅବକାରୀ ନିରୀକ୍ଷକ ପ୍ରଶାନ୍ତ କୁମାର ମହାନ୍ତି ଏବଂ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ ମୁର୍ମୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି ।

ଏହାମଧ୍ୟ ପଢନ୍ତୁ... ନିର୍ବାଚନ ପୂର୍ବରୁ ନିଶା ବ୍ୟବସାୟୀଙ୍କ ଉପରେ ପୋଲିସ ପ୍ରହାର, ୨୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଏହି କ୍ରମରେ ଶନିବାର ଦିନ ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ବାଗୁରାଇ ମେଡିକାଲ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ, ସେହି ବାଟ ଦେଇ ଆସୁଥିବା ଗୋଟିଏ ସ୍କୁଟିକୁ ଯାଞ୍ଚ କରିଥିଲେ ଅବକାରୀ ବିଭାଗ ଟିମ । ତନଖି ସମୟରେ ସେହି ସ୍କୁଟିରୁ 37 ଗ୍ରାମ ବ୍ରାଉନସୁଗାର ସମେତ 12 ହଜାର ଟଙ୍କା ଜବତ କରିଥିଲା ଅବକାରୀ ବିଭାଗ । ଏଥିସହ ଘଟଣାରେ ସମ୍ପୃକ୍ତ ସହରାଞ୍ଚଳ ଥାନା ଅନ୍ତର୍ଗତ ନରିପୁର ଗ୍ରାମର ଗୀତାରାଣୀ ବେହେରା ଏବଂ ପ୍ରଶାନ୍ତ ବେହେରାଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାର ଏବଂ ସ୍କୁଟିର ଆନୁମାନିକ ମୂଲ୍ୟ 4 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

ଉକ୍ତ ଚଢ଼ାଉରେ ଏସ୍ଆଇ ଅଭିଳାଷ ପାଲ, ଏଏସ୍‌ଆଇ ରମେଶ ଚନ୍ଦ୍ର ନାୟକ ଏବଂ ଦୀପକ ରାଉତଙ୍କ ସମେତ କନେଷ୍ଟବଳ ଅଜିତ କୁମାର, ରୁଦ୍ର ନାରାୟଣ ଦାସ, ସୁଦର୍ଶନ ପଲ୍ଲାଇ, ପରେଶ ଟୁଡୁ ପ୍ରମୁଖ ସାମିଲ ଥିଲେ । ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ କେସ ନଂ 33/24-25 ଆଧାରରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.