ETV Bharat / state

ବରଗଡ଼ ପାଇକମାଳରେ SOG ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟ ପରେ ସର୍ଚ୍ଚ ଅପରେସନ

author img

By ETV Bharat Odisha Team

Published : Feb 23, 2024, 1:13 PM IST

Updated : Feb 24, 2024, 6:01 AM IST

SOG-Maoists Firing in Bargarh: ମୁହାଁମୁହିଁ ହେଲେ SOG ଯବାନ ଓ ମାଓବାଦୀ । ପାଇକମାଳ ଜଙ୍ଗଲରେ ମାଓବାଦୀ ଓ SOG ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି l ଅଧିକ ପଢ଼ନ୍ତୁ,

SOG ଯବାନ-ମାଓବାଦୀ ମୁହାଁମୁହିଁ
SOG ଯବାନ-ମାଓବାଦୀ ମୁହାଁମୁହିଁ

ବରଗଡ଼: ମୁହାଁମୁହିଁ ହେଲେ SOG ଯବାନ ଓ ମାଓବାଦୀ । ବରଗଡ଼ ଜିଲ୍ଲା ପାଇକମାଲ ଜଙ୍ଗଲରେ ମାଓବାଦୀ ଓ SOG ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି l ଶୁକ୍ରବାର ସକାଳ 9 ଘଣ୍ଟା ସମୟରେ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି । ଏହି ଗୁଳି ବିନିମୟରେ କେହି ଆହତ କିମ୍ବା ମୃତାହତ ହୋଇଥିବା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ l ଗୁଳି ବିନିମୟ ପରେ ସର୍ଚ୍ଚ ଅପରେସନକୁ ଜୋଦଦାର କରାଯାଇଛି।

ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଅଞ୍ଚଳ ମାଓ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଏହି ଅଞ୍ଚଳରେ CRPF ଯବାନ ଓ SOG ଯବାନମାନଙ୍କର କ୍ୟାମ୍ପ ଦୀର୍ଘ ବର୍ଷରୁ ରହି ଆସିଛି । ମଝିରେ ମଝିରେ ଯବାନମାନଙ୍କ ଦ୍ୱାରା ଜଙ୍ଗଲ ଭିତରେ କମ୍ବିଂ ଅପରେସନ କରାଯାଇଥାଏ । ତେବେ ନୂତନ ଭାବେ SOGରେ ଭର୍ତ୍ତି ହୋଇଥିବା ଯବାନମାନଙ୍କର ମଧ୍ୟ ଏହି ଅଞ୍ଚଳରେ ପ୍ରଶିକ୍ଷଣ ଚାଲିଥାଏ l ଗତ 3 ଦିନ ହେଲା SOG ଯବାନମାନଙ୍କର ପ୍ରଶିକ୍ଷଣ ପାଇକମାଳ ଅଞ୍ଚଳରେ ରହିଥିବା ଖଣ୍ଡିଝରଣ ଗ୍ରାମର ଘଞ୍ଚ ଜଙ୍ଗଲ ଭିତରେ ଚାଲିଆସୁଥିଲା l ଏହି ପ୍ରଶିକ୍ଷଣରେ ଜଙ୍ଗଲ ଭିତରେ କିପରି ସର୍ଚ୍ଚ ଅପରେସନ ଏବଂ କମ୍ବିଂ ଅପରେସନ କରାଯାଇଥାଏ ସେନେଇ ପ୍ରଶିକ୍ଷଣ ଦିଆଯାଉଥିଲା । SOG ଯବାନମାନଙ୍କର ଆଜି ମଧ୍ୟ ଖଣ୍ଡିଝରଣ ରଞ୍ଜିତପୁର ଗ୍ରାମର ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ପ୍ରଶିକ୍ଷଣ ଚାଲିଥିଲା ଏବଂ ଏହି ପ୍ରଶିକ୍ଷଣ ସମୟରେ ହଠାତ ମାଓବାଦୀଙ୍କ ସହିତ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି l

ଏହା ମଧ୍ୟ ପଢ଼ନ୍ତୁ...ବୌଦ୍ଧ ଜିଲ୍ଲାକୁ ମାଓ ପ୍ରଭାବିତ ଜିଲ୍ଲା ଘୋଷଣା ଦାବି

ଯବାନମାନଙ୍କର ପ୍ରଶିକ୍ଷଣ ଉଚ୍ଚ ପାହାଡିଆ ଅଞ୍ଚଳରେ ଚାଲିଥିବା ବେଳେ ପାହାଡ଼ ତଳେ ଡେରା ଡାଳିଥିବା କିଛି ମାଓବାଦୀ କୁମ୍ବିଂ ଅପରେସନ ଚାଲିଥିବା ସନ୍ଦେହ କରି ପାଲଟା ଗୁଳି ଚାଳନା କରି ଫେରାର ମାରିଥିବା ଜଣାପଡ଼ିଛି l ଉଭୟ ପକ୍ଷରୁ ସମୁଦାୟ 25 ରାଉଣ୍ଡ ଗୁଳି ବିନିମୟ ହୋଇଥିବା କିଛି ସ୍ଥାନୀୟ ଗ୍ରାମବାସୀ ଶୁଣିବାକୁ ପାଇଥିବା ଜଣାଇଥିବା ବେଳେ ପ୍ରକୃତ ଘଟଣାଟି ଏପର୍ଯ୍ୟନ୍ତ ଜଣାପଡ଼ିପାରିନାହିଁ । ଅନ୍ୟପଟେ SOG ଯବାନମାନେ ଏବେ ମଧ୍ୟ ଘଞ୍ଚ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଜାରି ରଖିଥିବା ସୂଚନା ମିଳିଛି । ସର୍ଚ୍ଚ ଅପରେସନ ଶେଷ ହେବା ପରେ କୌଣସି ମାଓବାଦୀ ଆହତ ହୋଇଛନ୍ତି ନାଁ ନାହିଁ ? ମାଓବାଦୀଙ୍କ ଏଠାରେ କେମ୍ପ ରହିଥିଲା ନାଁ ନାହିଁ ତାହା ସାମ୍ନାକୁ ଆସିବ l ତେବେ ପାଇକମାଳ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଜଣାପଡିବା ସ୍ଥାନୀୟ ଅଞ୍ଚଳରେ ଭୟର ବାରାବରଣ ସୃଷ୍ଟି ହୋଇଥିବା ବେଳେ ଆଲର୍ଟ ମୋଡରେ ରହିଛନ୍ତି ଯବାନ ।

ଇଟିଭି ଭାରତ, ବରଗଡ଼

Last Updated : Feb 24, 2024, 6:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.