ଖୋର୍ଦ୍ଧା: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୁବନେଶ୍ବର ଲୋକସଭା ଅନ୍ତର୍ଗତ ୭ଟି ନିର୍ବାଚନମଣ୍ଡଳୀ ଯଥା ଖୋର୍ଦ୍ଧା, ବେଗୁନିଆ, ଜଟଣୀ, ଜୟଦେବ, ଭୁବନେଶ୍ବର-ଏକାମ୍ର, ମଧ୍ୟ, ଉତ୍ତର ଏବଂ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀ ମୋଟ ୮ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବୁଥ ସ୍ତରୀୟ ଇଭିଏମ ଓ ଭିଭିପ୍ୟାଟ ମେସିନ ନିର୍ଦ୍ଧାରିତ ସ୍ଥାନକୁ କଣ୍ଟେନର ମାଧ୍ୟମରେ ସ୍ଥାନାନ୍ତର କରାଯାଇଛି । ଖୋର୍ଦ୍ଧା ଓ ବେଗୁନିଆ ପାଇଁ ଖୋର୍ଦ୍ଧା ଜିଲା ୱେର ହାଉସ ଠାରେ ମେସିନ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।
ସେହିପରି ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ଚିଲିକା ଏବଂ ଜଟଣୀ ସମେତ ଜୟଦେବ, ଭୁବନେଶ୍ବର ତିନି ନିର୍ବାଚନ ମଣ୍ଡଳୀ ମୋଟ ୫ ନିର୍ବାଚନ ମଣ୍ଡଳୀର ଇଭିଏମ ଭିଭିପ୍ୟାଟ ରହିବ । କଡା ସୁରକ୍ଷା ବଳୟ ଭିତରେ ରିଟର୍ଣ୍ଣ ଅଫିସରଙ୍କ ଉପସ୍ଥିତିରେ ୬ ନିର୍ବାଚନ ମଣ୍ଡଳୀର ଏହି ମେସିନ ସ୍ଥାନାନ୍ତର ଚାଲିଛି । ମେସିନ ପହଞ୍ଚିବା ପରେ ଏହା ପୋଲିସ ସୁରକ୍ଷା ବଳୟରେ ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ସୂଚନା ଦେଇଛନ୍ତି ।
ଆସନ୍ତା ମାସ ୨୫ ତାରିଖରେ ଖୋର୍ଦ୍ଧା ଜିଲାରେ ଅନୁଷ୍ଠିତ ହେବ ନିର୍ବାଚନ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଉକ୍ତ ଦିନ ଭୁବନେଶ୍ଵର ଲୋକସଭା ଓ ଆଠ ବିଧାନସଭା ମଣ୍ଡଳୀରେ ୧୯୦୭ ମତଦାନ କେନ୍ଦ୍ରରେ ହେବ ମତଦାନ । ବ୍ୟବହାର ହେବାକୁ ଥିବା ଇଭିଏମ ଓ ଭିଭିପ୍ୟାଟ ଲୋକସଭା ଅର୍ନ୍ତଗତ ମତଦାନ କେନ୍ଦ୍ର ନିମନ୍ତେ ୨୩୮୧ ବିୟୁ , ୨୩୮୧ ସିୟୁ ଅଫିସର ହେପାଜତରେ ରହିବ । ଯାହା ଶତକଡ଼ା ୧୨୫ ପ୍ରତିଶତ ଥିବା ଜଣାପଡ଼ିଛି ।
ଏହା ମଧ୍ୟ ପଢନ୍ତୁ ... ସରକାର ଲଗାଇଲେ ଏସମା; ଧର୍ମଘଟକୁ ୬ ମାସ ପାଇଁ ନିଷିଦ୍ଧ - ESMA On Vet Strike
ସେହିପରି ୨୫୭୪ ଭିଭିପ୍ୟାଟ ମେସିନ ଥିବା ବେଳେ ଏହା ଆବଶ୍ୟକତାର ଶତକଡ଼ା ୧୩୫ ପ୍ରତିଶତ ରହିଛି । ଜୟଦେବ ଓ ଭୁବନେଶ୍ବର କେନ୍ଦ୍ର ବିଧାନସଭା ମଣ୍ଡଳୀର ଆବଶ୍ୟକତା ଅନୁସାରେ ୧୩୦ପ୍ରତିଶତ ବିୟୁ , ସିୟୁ ଏବଂ ୧୪୨ ପ୍ରତିଶତ ଭିଭିପ୍ୟାଟ ଆବଶ୍ୟକ ଥିବା ଜଣାପଡିଛି । ସେହିପରି ଭୁବନେଶ୍ବର ଉତ୍ତର , ଏକାମ୍ର ନିମନ୍ତେ ୧୩୨ ପ୍ରତିଶତ ବିୟୁ ଓ ସିୟୁ ମେସିନ ଓ ଅବଶିଷ୍ଟ ୫ ବିଧାନସଭା ମଣ୍ଡଳୀ ମତଦାନ କେନ୍ଦ୍ର ନିମନ୍ତେ ଶତକଡ଼ା ୧୩୦ ପ୍ରତିଶତ ବିୟୁ ଓ ସିୟୁ ମେସିନ ଆବଶ୍ୟକ ଥିବା ଜଣାପଡ଼ିଛି । ସମସ୍ତ ବିଧାନସଭା ନିମନ୍ତେ ଆବଶ୍ୟକ ୨୪୯୪ ବିୟୁ ଓ ସିୟୁ ଏବଂ ୨୭୨୩ ଭିଭିପ୍ୟାଟ ମେସିନ ଗୁଡିକୁ ଷ୍ଟ୍ରଙ୍ଗରୁମରୁ ନିର୍ଦ୍ଧାରିତ ସ୍ଥାନକୁ ପୃଥକ ପୃଥକ ଭାବେ କରାଯାଇ ନିଆଯାଇଛି ।
ଏ କାର୍ଯ୍ୟକ୍ରମରେ ରିଟର୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା , ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସାଫଲ୍ୟ ମଣ୍ଡିତ ପ୍ରଧାନ , ଭୁବନେଶ୍ଵର ଅତିରିକ୍ତ ଜିଲ୍ଲାପାଳ ରାଧାମୋହନ ମହାନ୍ତି , ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ , ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ବାଦଲ ମହାନ୍ତି , ଉପଜିଲ୍ଲାପାଳ ଭୁବନେଶ୍ଵର ନୀତେଶ ତ୍ରିପାଠୀ , ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଖୋର୍ଦ୍ଧା