ETV Bharat / state

ଗିରଫ ହେଲା WAY TO ADD pvt ltd ମାଲିକ, ଠକିଥିଲା ୫୦ କୋଟିରୁ ଉର୍ଦ୍ଧ୍ୱ - EOW Arrests WAY TO ADD Director

author img

By ETV Bharat Odisha Team

Published : May 29, 2024, 1:16 PM IST

EOW Arrests WAY TO ADD pvt ltd Director: ରାଜଧାନୀରେ ହାଇପ୍ରୋଫାଇଲ ଠକ WAY TO ADD ପ୍ରାଇଭେଟ ଲିମିଟେଡର ମାଲିକ ମୋହନ ପରିଡ଼ା ଗିରଫ । ଆକର୍ଷଣୀୟ ସ୍କିମ ଦେଖାଇ ଲୁଟିଥିଲା ୫୦ କୋଟି ଟଙ୍କା । ଅଧିକ ପଢନ୍ତୁ

WAY TO ADD pvt ltd
WAY TO ADD pvt ltd (ETV Bharat Odisha)

ଭୁବନେଶ୍ୱର: ରାଜଧାନୀରେ ହାଇପ୍ରୋଫାଇଲ ଠକ ଗିରଫ । ରିଚାର୍ଜ ସ୍କିମ୍ ରିଟର୍ଣ୍ଣ ଲୋଭ ଦେଖାଇ କୋଟି କୋଟି ଟଙ୍କା ହୋଇଥିଲା ଠକେଇ । WAY TO ADD ପ୍ରାଇଭେଟ ଲିମିଟେଡର ମାଲିକ ମୋହନ ପରିଡ଼ାଙ୍କୁ ୫୦କୋଟି ଟଙ୍କା ଠକେଇ ଅଭିଯୋଗରେ‌ ମଙ୍ଗଳବାର ଦିନ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ଏନେଇ ସୂଚନା ଦେଇଛନ୍ତି EOW ଏସପି ଦିଲ୍ଲୀପ କୁମାର ତ୍ରିପାଠୀ ।

ସୂଚନା ଅନୁଯାୟୀ, ରିଚାର୍ଜ ସ୍କିମରେ ଅଧିକ ରିଟର୍ଣ୍ଣର ଲୋଭ ଦେଖାଇ ଠକେଇ କରୁଥିଲେ WAY TO ADD pvt ltd ସଂସ୍ଥାର ସିଏମଡି ମୋହନ ପରିଡ଼ା ଓ ତାଙ୍କ ପତ୍ନୀ । ବିଭିନ୍ନ ସ୍କିମରେ‌ ଲୋକଙ୍କୁ ୨୬ ପ୍ରତିଶତ ଲାଭାଂଶ ଆଳରେ ନିବେଶ ପାଇଁ ପ୍ରବର୍ତ୍ତାଉଥିଲେ । ଏପରିକି ଲୋକଙ୍କ ଭରସା ଓ ବିଶ୍ବାସ ପାଇଁ କମ୍ପାନିର‌ ରେଜିଷ୍ଟ୍ରେସନ ସାର୍ଟିଫିକେଟ ମଧ୍ୟ ଦେଖାଉଥିଲେ । ଏହି ସଂସ୍ଥା ବିଶେଷକରି ଅନଲାଇନ ରିଚାର୍ଜ, ଡିଟିଏଚ, ଏୟାର ଟିକଟ, ବସ ଟିକଟ ଇତ୍ୟାଦି ଡିଲ୍ କରୁଥିଲା । ୧୦୦ ଟଙ୍କା ରିଚାର୍ଜ କଲେ ୧୧୦୦ ଟଙ୍କାର ଲାଭ ଦେଇ ଲୋକଙ୍କୁ ଆକର୍ଷିତ କରିଥିଲେ ।ସ୍କିମ ମାଧ୍ୟମମରେ ପ୍ରଥମେ ନିବେଶକାରୀଙ୍କୁ ସଂସ୍ଥା ଅଳ୍ପ କିଛି ଲାଭ ଦେଉଥିଲା । କୌଣସି ବ୍ୟକ୍ତି ଯଦି ୩ ଜଣ ଜମାକାରୀ ସଂସ୍ଥାକୁ ଆଣନ୍ତି ତେବେ ତାଙ୍କୁ ଅଧିକ ୨ ପ୍ରତିଶତ ଟଙ୍କା ମିଳିବ ବୋଲି ପ୍ରତିଶୃତି ମିଳୁଥିଲା ।ଏହି ଲୋଭନୀୟ ଅଫର ଦେଖି ଶହ ଶହ ଜମାକାରୀ ଲକ୍ଷ ଲକ୍ଷ ଟଙ୍କା ନିବେଶ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ଚେକ୍ ନକଲ କରି ଟଙ୍କା ଠକେଇ ରାକେଟ୍, ନକ୍ସଲ ଅଞ୍ଚଳରୁ ଠକକୁ ଗିରଫ କଲା EOW - Cheque Cloning

ଏନେଇ ଧିରେ ଧିରେ ଲୋକଙ୍କ ଭିତରେ ମାର୍କେଟିଂ ହେବା ସହ ଗାଁରେ ଓ ସହରରେ ଥିବା ବିଭିନ୍ନ SHG ମହିଳା ଗ୍ରୁପର ସଦସ୍ୟା ମଧ୍ୟ ନିଜର ଗ୍ରୁପରୁ ଟଙ୍କା ଆଣି ଏହି ସ୍କିମରେ ନିବେଶ କରିଥିଲେ । ଏପରିକି ଅଟୋ ବ୍ୟବସାୟ ଠୁ ଆରମ୍ଭ କରି ଖୁଚୁରା ଦୋକାନି ମଧ୍ୟ ନିବେଶ କରିଥିଲେ । କମ୍ପାନୀ ପ୍ରଥମ ଏକ ବର୍ଷ ପର୍ଯନ୍ତ ଲାଭାଂଶ ଦେବା ସହ ବଡ଼ ନିବେଶ ପାଇଁ ଲୋକଙ୍କୁ ତୋପ ପକାଇଥିଲା । ଆଉ ବଡ ବଡ ପରିମାଣର ଲୋକ ନିବେଶ ପରେ ହଠାତ୍ କମ୍ପାନୀ ବନ୍ଦ କରି ସ୍ବାମୀ ସ୍ତ୍ରୀ ଚମ୍ପଟ ମାରିଥିଲେ‌ ।

ଏହିଭଳି ୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ନେଇ ପରେ ଅଫିସରେ ତାଲା ପକାଇ ଫେରାର ହୋଇଯାଇଥିଲେ ଏହି ଦମ୍ପତି । ନିବେଶକାରୀମାନେ ଏନେଇ ଥାନାରେ ଏତଲା ଦେବା ପରେ EOW ମାମଲାର ତଦନ୍ତ ଆରମ୍ଭ କରିଥିଲା । ତେବେ ମଙ୍ଗଳବାର ସ୍ୱାମୀ ମୋହନକୁ ପୋଲିସ ଗିରଫ କରିଥିବା ବେଳେ ଖୁବଶୀଘ୍ର ସ୍ତ୍ରୀକୁ ମଧ୍ୟ ଗିରଫ କରାଯିବ ବୋଲି EOW ସୂଚନା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.