ETV Bharat / state

'ଜନଜାତି ଛାତ୍ରଛାତ୍ରୀଙ୍କ ଇଂରାଜୀ ଶିକ୍ଷାକୁ ସୁଦୃଢ କରାଯିବ' - Tribal Students Education

author img

By ETV Bharat Odisha Team

Published : Jul 12, 2024, 7:03 PM IST

Tribal Students Education: ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ଗୁରୁତ୍ବ । ଜନଜାତି ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଶିକ୍ଷାକୁ ସୁଦୃଢ କରାଯିବ । ଭିତ୍ତିଭୂମି ବିକାଶର ଆବଶ୍ୟକତା ଥିବା ବେଳେ ୪୫୦ ଟି ଆବାସିକ ବିଦ୍ୟାଳୟରେ ହଷ୍ଟେଲ ନିର୍ମାଣ କରାଯାଉଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ

Nityananda Gond
Nityananda Gond (ETV BHARAT ODISHA)

ଭୁବନେଶ୍ବର: ଶିକ୍ଷା ମାଧ୍ୟମରେ ସଶକ୍ତ ହେବେ ଜନଜାତି ଛାତ୍ରଛାତ୍ରୀ । ଜନଜାତି ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ଇଂରାଜୀ ଶିକ୍ଷା । ଏଥି ପାଇଁ ଭିତ୍ତିଭୂମି ବିକାଶର ଆବଶ୍ୟକତା ଥିବା ବେଳେ ୪୫୦ଟି ଆବାସିକ ବିଦ୍ୟାଳୟରେ ହଷ୍ଟେଲ ନିର୍ମାଣ କରାଯାଉଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ ଆହୁରି ମଧ୍ୟ କହିଛନ୍ତି, ଆବାସିକ ବିଦ୍ୟାଳୟର ହଷ୍ଟେଲ ଯୁଦ୍ଧକାଳୀନ ଭିତ୍ତିରେ ସରିବ । ଏହା ସହ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲକୁ ବିକଶିତ କରାଯିବ । ପରିଚିତି ଯୋଜନା ମାଧ୍ୟମରେ ୯୯ଟି ବିଦ୍ୟାଳୟରେ ଜନଜାତି ଛାତ୍ରଛାତ୍ରୀ ନିଜସ୍ୱ କଳା, ସଂସ୍କୃତି, ଭାଷା ସହ ଯୋଡ଼ି ହୋଇ ରହିବେ । ଜନଜାତି ଛାତ୍ରଛାତ୍ରୀମାନଙ୍କ ଆନୁଷ୍ଠାନିକ ଓ ବୌଦ୍ଧିକ ବିକାଶ ସମେତ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

Nityananda Gond
Nityananda Gond (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ବିଜେଡି ବନ୍ଦ କରିଥିବା ସ୍କୁଲକୁ ଖୋଲିବେ ସରକାର, ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ - Closed School Reopen

ସେହିପରି ଡ଼େଙ୍ଗୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାର ସମସ୍ତ ଆବାସିକ ହଷ୍ଟେଲ ଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ମଶାରୀ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବିଭିନ୍ନ ଭିତ୍ତିଭୂମି ନିର୍ମାଣରେ ଗୁଣବତ୍ତା ବଜାୟ ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଉପଯୁକ୍ତ ବ୍ୟବହାର ସମେତ ଅବ୍ୟବହୃତ ଭିତ୍ତିଭୂମିକୁ କାର୍ଯ୍ୟକ୍ଷମ କରିବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଯେଉଁଠାରେ ଆବାସିକ ବିଦ୍ୟାଳୟ ଗୁଡ଼ିକ ଅଛି, ସେଠାରେ ଆବଶ୍ୟକତାକୁ ଧ୍ୟାନରେ ରଖି ସ୍ଥାନୀୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଯୁବକଙ୍କୁ ନିଯୁକ୍ତି ଦେବାକୁ ମନ୍ତ୍ରୀ ପରାମର୍ଶ ଦେବା ସହ ଶିକ୍ଷକ, ପାଚିକା ତଥା ସହାୟିକା, ଏଏନଏମ୍‌, ମାଟ୍ରନ ନିଯୁକ୍ତି ଉପରେ ମଧ୍ୟ ଧ୍ୟାନ ଦେବାକୁ ମନ୍ତ୍ରୀ ସୂଚନା ଦେଇଛନ୍ତି । ଫଳରେ ଛାତ୍ରଛାତ୍ରୀମାନେ ଏକ ନିରାପଦ ପରିବେଶରେ ଆବାସିକ ବିଦ୍ୟାଳୟରେ ରହି ନିଜ ଭବିଷ୍ୟତ ଗଠନ କରିପାରିବେ ।

SC/ST ଉନ୍ନୟନ ବିଭାଗ ପକ୍ଷରୁ ଆଦିବାସୀ ବିକାଶ ନେଇ ସମୀକ୍ଷା କରିଥିଲେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ୪୫୦ PSH ହଷ୍ଟେଲ ପାଇଁ ୧.୦୫ କୋଟି ଖର୍ଚ୍ଚ ହେବ । ୧୦୦ ହଷ୍ଟେଲ ବିଲଡିଂ ଯାହା ଅଚଳ ଥିଲା, ତାହା କାର୍ଯ୍ୟକ୍ଷମ ହେବ । ୯୯ ପରିଚିତ ଲାବକୁ ପରିଚିତ ଯୋଜନାରେ କାର୍ଯ୍ୟକାରୀ କରାଯିବ। ଏଥି ସହ ଅନ୍ତେବାସୀଙ୍କୁ ମଶାରୀ, ଡ୍ରେସ ଓ ଖଟ ଦିଆଯିବ। CBSE ପାଠ ପଢିବାକୁ ଗାଁରୁ ସହର ଆସି ଅନ୍ଵେଷା ହଷ୍ଟେଲରେ ରହୁଛନ୍ତି ଛାତ୍ରୀ। ସେମାନଙ୍କ ପାଇଁ ଭଲ ଟିୟୁସନ୍ ମଧ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.