ETV Bharat / state

ବିଟେକ ଇଞ୍ଜିନିୟରରୁ IAS ହେବା ଥିଲା ସ୍ୱପ୍ନ, ଏକତରଫା ପ୍ରେମରେ ପଡି ସାଜିଲେ ଅଭିଯୁକ୍ତ - Civil services aspirant arrested

author img

By ETV Bharat Odisha Team

Published : Jul 28, 2024, 10:49 AM IST

Civil services aspirant arrested: ଏକତରଫା ପ୍ରେମରେ ପାଗଳ ହୋଇଗଲେ ୟୁପିଏସି ଆଶାୟୀ । ପାଠ ଛାଡି ଯୁବତୀଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ । ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

Civil services aspirant arrested
Civil services aspirant arrested (ETV BHARAT ODISHA)

ଭୁବନେଶ୍ୱର: ନାମ ପ୍ରତ୍ୟୁଷ ମହାନ୍ତି... ପାଠ ପଢିଛନ୍ତି ବିଟେକ୍ ମେକାନିକାଲ ଇଞ୍ଜିନିୟର, ଏବେ ସିଭିଲ ସର୍ଭିସ ପାଇଁ ହେଉଥିଲେ ପ୍ରସ୍ତୁତ । ପ୍ରିଲିମିନାରୀ ମଧ୍ୟ ପାସ କରିଥିଲେ, ହେଲେ ଏହି ପାଠୁଆ ଯୁବକଙ୍କ କାରନାମା ଶୁଣିଲେ ଆପଣ ବି ହୋଇଯିବେ ତାଜୁବ । ସ୍ବପ୍ନ ଥିଲା ଆଇଏଏସ ହେବାର, କିନ୍ତୁ ବନିଗଲେ ଅଭିଯୁକ୍ତ । ଜଣେ ପାଠ ପଢୁଆ ବ୍ୟକ୍ତି ଏକତରଫା ପ୍ରେମ କରି କେତେ ଯେ ଭୟଙ୍କର ହୋଇପାରେ ତାହା ଜାଣିଲେ କେହି ବି ମୁଣ୍ଡରେ ହାତ ଦେବେ । ସେ ପାଠରେ ଯେମିତି ଧୃତ ପ୍ରେମରେ ତା'ଠୁ ଅଧିକ । ସିଭିଲ ସର୍ଭିସ ମେନ ପରିକ୍ଷା ପୂର୍ବରୁ ଏକତରଫା ପ୍ରେମରେ ପାଗଳ ହୋଇଗଲେ ପ୍ରତ୍ୟୁଷ । କଲେଜ ସମୟରେ ଏକତରଫା ଭଲ ପାଉଥିବା ଯୁବତୀ ବିବାହ କରିବା ପରେ ପ୍ରତିଶୋଧ ପରାୟଣ ହୋଇଉଠିଲେ । ପାଠ ପଢା ଛାଡି ଯୁବତୀଙ୍କ ବୈବାହିକ ଜୀବନ ବିଚ୍ଛେଦ ପାଇଁ ଲାଗି ପଡିଲେ । କିନ୍ତୁ ଏଥିରେ ବିଫଳ ହୋଇଥିଲେ, ଶେଷରେ ପୋଲିସ ତାଙ୍କୁ ଗିରଫ କରିଛି ।

ପାଗଳ କରିଦେଲା ଏକତରଫା ପ୍ରେମ: ଏକତରଫା ପ୍ରେମ କରୁଥିବା ଯୁବତୀ ଓ ଅଭିଯୁକ୍ତ ଭୁବନେଶ୍ୱର ସିଇଟି କଲେଜରେ ମିଶିକି ବିଟେକ ପଢୁଥିଲେ । ସେହି ସମୟରେ ସେ ଯୁବତୀଙ୍କୁ ଏକତରଫା ଭଲ ପାଉଥିଲେ । ପାଠ ପଢା ସରିବା ପରେ ଯୁବତୀଙ୍କ ବିବାହ ହୋଇଯାଇଥିଲା । ଯାହାକୁ ଆଉ ସହ୍ୟ କରିପାରିନଥିଲେ ପ୍ରତ୍ୟୁଷ । ଯୁବତୀଙ୍କୁ ପାଇବା ପାଇଁ ଆରମ୍ଭ କରି ଦେଲେ ବ୍ଲାକମେଲ । କେମିତି ବୈବାହିତ ଜୀବନରେ ଫାଟ ସୃଷ୍ଟି ହେବେ ସେନେଇ ଲାଗିପଡିଲେ । ଯୁବତୀଙ୍କ ସ୍ବାମୀ ଓ ପରିବାର ଲୋକଙ୍କୁ ହଇରାଣ କରିବା ଆରମ୍ଭ କରିଦେଇଥିଲେ । କେତେବେଳେ ମିଛ ତଥ୍ୟ ଦେଇ ଯୁବତୀଙ୍କ ଘରେ ଚଢାଉ ଓ ଆଉ କେତେବେଳେ ମିଛ ପରିଚୟ ଦେଇ ଚିଠି, ପୁଣି କେତେବେଳେ ସୋସିଆଲ ମିଡିଆରେ ଫେକ ଆକାଉଣ୍ଟ ଖୋଲି ମାନସିକ ଚାପ ବଢାଇ ଦେଉଥିଲେ ।

ଏହା ମଧ୍ୟ ପଢନ୍ତୁ-ବାରଙ୍ଗ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ଗିରଫ, ମହିଳାଙ୍କୁ ହତ୍ୟା ପୂର୍ବରୁ ନେଇଥିଲା ସିନ୍ଦୁର ଓ ବାହାଘର କାର୍ଡ

ଏମିତି ହରାଇରାଣ କରୁଥିଲା ଅଭିଯୁକ୍ତ: ବିବାହ ପରେ ଯୁବତୀ ଓ ତାଙ୍କ ସ୍ବାମୀ ଉତ୍ତରାଖଣ୍ଡରେ ରୁହନ୍ତି । ସେମାନେ ରାଜ୍ୟ ବାହାରେ ରହୁଥିଲେ ମଧ୍ୟ ଓଡ଼ିଶାରେ ଥାଇ ତାଙ୍କୁ ହଇରାଣ କରୁଥିଲା ଅଭିଯୁକ୍ତ । ପ୍ରେମରେ ସଫଳ ନହେବା ପରେ ବିବାହିତା ଯୁବତୀଙ୍କ ସ୍ବାମୀଙ୍କ ନାଁରେ ସୋସିଆଲ ମିଡିଆରେ ଫେକ ଆକାଉଣ୍ଟ ଖୋଲି ବଦନାମ କରିବାକୁ ଚେଷ୍ଟା କରୁଥିଲା । ସ୍ବାମୀଙ୍କ ଅଫିସକୁ ଏକ ଫେକ ଆଇଡିରୁ ମେଲ କରି ଅଫିସରେ ଏକପ୍ରକାର ଅସ୍ବାଭାବିକ ପରିସ୍ଥିତ ଉପୁଜାଇଥିଲେ । ଏପରିକି ଦମ୍ପତି ଉତ୍ତରାଖଣ୍ଡରେ ରହୁଥିବାରୁ ସେମାନଙ୍କ ଘରେ ଡ୍ରଗ୍ସ ଥିବା ପୋଲିସକୁ ମିଛ ସୂଚନା ଦେଇଥିଲା । ଏହାପରେ ପୋଲିସ ସେଠାରେ ଚଢାଉ କରିଥିଲା । ଏହାକୁ ନେଇ ମାନସିକ ଚାପରେ ରହୁଥିଲେ ଦମ୍ପତି । ଏତିକିରେ ମନ ନବୁଝିବାରୁ ଯୁବତୀଙ୍କ ବାପ ଘର ଲୋକଙ୍କ ପରିଚୟରେ ଚିଠି ଲେଖି ଶାଶୁଘର ଲୋକଙ୍କୁ ବିଭ୍ରାନ୍ତିକର କଥା ଲେଖି ପଠାଉଥିଲା ଅଭିଯୁକ୍ତ । ଫଳରେ ଦୁଇ ପରିବାର ମଧ୍ୟରେ ବିବାଦୀୟ ପରିସ୍ଥତି ଓ ବଦାନାମ ଭଳି ସ୍ଥିତି ଉପୁଜାଇ ଥିଲା ।

ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ: ମାନସିକ ଚାପ ଦିନକୁ ଦିନ ବଢିବାରୁ ଏଥିରେ ଅତିଷ୍ଠ ହୋଇ ଯୁବତୀଙ୍କ ବାପା ଏନେଇ ସାଇବର ଥାନାରେ ପହଞ୍ଚିଥିଲେ । ଅଭିଯୋଗ ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ପୋଲିସ ଡିଜିଟାଲ ପ୍ରମାଣରୁ ପରିଚୟ ଖୋଜିବା ମୁସ୍କିଲ ହେବାରୁ ଭୁବନେଶ୍ୱରରୁ ଉତ୍ତରାଖଣ୍ଡ ପଠାଯାଇଥିବା ପୋଷ୍ଟାଲ ଚିଠିକୁ ତଦନ୍ତ ସମୟରେ ଆଧାର କରିଥିଲା । ଚିଠି ପଠାଯାଇଥିବା ପୋଷ୍ଟ ଅଫିସ ଯାଇ ପୋଲିସ ତନାଘନା କରିବା ବେଳେ ସିସିଟିଭିରୁ ଅଭିଯୁକ୍ତର ପରିଚୟ ମିଳିଥିଲା । ଯେ କି ଦୀର୍ଘ ୮ମାସ ଧରି ନିଜ ପରିଚୟ ଗୋପନ ରଖି ସୋସିଆଲ ମିଡିଆରେ ବିଭ୍ରାନ୍ତିକର, ଆପତ୍ତିଜନକ ଓ ଅପମାନଜନକ ପୋଷ୍ଟ ସହ ଚିଠି ପଠାଉଥିଲା । ପୋଲିସ ଅଭିଯୁକ୍ତର ଘର କଟକ ଚାଉଳିଆଗଞ୍ଜରେ ପହଞ୍ଚି ତନାଘନା ପରେ ଶେଷରେ ଅଭିଯୁକ୍ତକୁ ଗିରଫ କରିଥିଲା । ଗିରଫ ସମୟରେ ଅଭିଯୁକ୍ତ ଘରୁ ଇଣ୍ଟରନେଟ୍ ବକ୍ସ, ଟ୍ୟାବ ଓ ମୋବାଇଲ ଜବତ କରିଛି ପୋଲିସ । ଅନେକ ଡିଜିଟାଲ ଏଭିଡେନ୍ସ ଯେପରିକି ଫେକ ଆଇଡି ତିଆରି କରିବା ଭଳି ବିଭିନ୍ନ ପ୍ରମାଣ ମିଳିଛି । ଗିରଫ ପରେ ଅଭିଯୁକ୍ତକୁ ଭୁବନେଶ୍ୱର SDJM କୋର୍ଟକୁ ଚାଲାଣ କରାଯାଇଛି । ଏନେଇ ସାଇବର ସେଲ ଏସିପି ଅଞ୍ଜନା ଟୁଡୁ ସୂଚନା ଦେଇଛନ୍ତି ।

ଏନେଇ ଯୁବତୀଙ୍କ ବାପା କହିଛନ୍ତି ଯେ, ଦୀର୍ଘ ଆଠ ମାସ ହେବ ସୋସିଆଲ ମିଡ଼ିଆରେ ବିଭ୍ରାନ୍ତିକର ପୋଷ୍ଟ ଦେଖି ଅଣଦେଖା କରିବାକୁ କହିଥିଲୁ । ଫେସବୁକ, ଟ୍ବିଟର ଓ ଇନଷ୍ଟାଗ୍ରାମରେ ଜ୍ବାଇଁ ନାମରେ ଫେକ ଆକାଉଣ୍ଟ ଖୋଲାଯାଇଥିଲା । ଝିଅ ସ୍ବାମୀର ଅଫିସକୁ ମେଲ୍ ପଠାଇ ଓ ଘରକୁ ଭିତରେ ପୋଲିସ ପଠାଇ ମାନସିକ ଯନ୍ତ୍ରଣା ଦେଉଥିଲା ଅଭିଯୁକ୍ତ । ଶେଷରେ ବାଧ୍ୟ ହୋଇ ସାଇବର‌ ଥାନାର ଦ୍ବାରସ୍ଥ ହୋଇଥିଲେ । ଏନେଇ ସେ HER ଟିମକୁ ଧନ୍ୟବାଦ ଦେବା ସହ ଏପରି କାହା ସହ ଘଟୁଥିଲେ ଚୁପ୍ ନରହି ପୋଲିସକୁ ଜଣାନ୍ତୁ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.