ETV Bharat / state

ଆରପାରିରେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା - ସାତକଡ଼ି ହୋତାଙ୍କ ପରଲୋକ

Satakadi hota passes away:ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ୯୫ ବର୍ଷ ବୟସରେ ପରଲୋକ । ପୁରୀରେ ହେବ ଶେଷକୃତ୍ୟ । ଅଧିକ ପଢନ୍ତୁ

Satakadi hota
Satakadi hota
author img

By ETV Bharat Odisha Team

Published : Feb 11, 2024, 3:37 PM IST

Updated : Feb 11, 2024, 9:40 PM IST

ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ, ପୁରୀରେ ହେବ ଶେଷକୃତ୍ୟ

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ଗାଳ୍ପିକ ପ୍ରଶାସନିକ ଅଧିକାରୀ ସାତକଡ଼ି ହୋତାଙ୍କର ଆଜି ପରଲୋକ ହୋଇଯାଇଛି । ଭୁବନେଶ୍ବରରେ ୯୫ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଆଇଆରସି ଭିଲେଜ ସ୍ଥିତ ବଡ଼ଝିଅଙ୍କ ଘରେ ୧୨ଟା ୨୫ ମିନିଟରେ ଦେହାନ୍ତ ହୋଇଛି । ତେବେ ପୁରୀରେ ସାତକଡ଼ିଙ୍କ ଶେଷକୃତ୍ୟ ହେବାକୁ ଥିବା ବେଳେ ତାଙ୍କ ଵିୟୋଗକୁ ନେଇ ପରିବାରରେ ଶୋକାକୁଳ ପରିବେଶ ଦେଖିବାକୁ ମିଳୁଛି ।

Satakadi hota
ପତ୍ନୀ ତଥା ବିଶିଷ୍ଟ ସାହିତ୍ୟିକା ଗୀତା ହୋତାଙ୍କ ସହ ସାତକଡ଼ି ହୋତା

ଓଡ଼ିଶା ସାହିତ୍ୟ ଏକାଡେମୀର ସେ ପୂର୍ବତନ ସଭାପତି ଥିଲେ । ସେହିପରି ଓଡ଼ିଆ ଦୈନିକ ଖବରକାଗଜ 'ସମୟ'ର ସେ ଥିଲେ ସମ୍ପାଦକ । ଭାରତୀୟ ରେଳସେବାରୁ ସେ ଅବସର ନେଇଥିଲେ । ମୟୂରଭଞ୍ଜ ଜିଲ୍ଲା ଜଗନ୍ନାଥ ଖୁଣ୍ଟା ଗାଁରେ ୧୯୩୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଦକ୍ଷିଣ ପୂର୍ବ ରେଳ ବିଭାଗର ମହାପ୍ରବନ୍ଧକ ଭାବେ କାର୍ଯ୍ୟକାରୀ ରେଳ ବିଭାଗରେ ନିଜର ବିଚକ୍ଷଣତା ସହ ସାହିତ୍ୟ କ୍ଷେତ୍ରରେ ନିଜର ପାରଦର୍ଶିତାକୁ ପ୍ରତିପାଦିତ କରିଥିଲେ । ଯାହା ତାଙ୍କ ଓଡ଼ିଶାବାସୀଙ୍କ ପାଖରେ ପରିଚିତ ରଖିପାରିଛି । ଆଜି ତାଙ୍କ ବିୟୋଗରେ ସାମାଜିକ ସାହିତ୍ୟିକ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ:- ବିଶିଷ୍ଟ ସାହିତ୍ୟିକ, ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ସାତକଡି ହୋତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଜଣେ ପ୍ରତିଷ୍ଠିତ ତଥା ଖ୍ୟାତି ସମ୍ପନ୍ନ ସାହିତ୍ୟିକ ଭାବେ ସାତକଡି ହୋତାଙ୍କ ସୁନାମ ରହିଥିଲା । ଅନେକ ଉଚ୍ଚକୋଟୀର ଗଳ୍ପ, ଉପନ୍ୟାସ, କବିତା ଓ ଅନୁବାଦ ସାହିତ୍ୟ ରଚନା ମାଧ୍ୟମରେ ଓଡିଆ ସାହିତ୍ୟ ଜଗତରେ ସେ ତାଙ୍କର ଅମଳିନ ସ୍ମୃତି ଛାଡି ଯାଇଛନ୍ତି । ଏଥି ସହିତ ଜଣେ ଦକ୍ଷ ସଂଗଠକ ଓ ସାମ୍ବାଦିକ ଭାବରେ ମଧ୍ୟ ତାଙ୍କର ସୁନାମ ରହିଥିଲା । ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି । ସ୍ଵର୍ଗତ ସାତକଡ଼ି ହୋତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ହୋତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

Satakadi hota
ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା

ସାରସ୍ବତ ସାଧକ ସାତକଡ଼ି:- ସାହିତ୍ୟ, ସାମ୍ବାଦିକତା, ସମ୍ପାଦନାରେ ଖ୍ଯାତି ଅର୍ଜନ କରିଥିଲେ ସାତକଡ଼ି । ଅନେକ ଉପନ୍ଯାସ, ଗଳ୍ପର ସ୍ରଷ୍ଟା ସାତକଡ଼ି ହୋତା । ଅଶାନ୍ତ ଅରଣ୍ୟ ଲାଗି ୧୯୮୭ରେ ପାଇଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର । ମୁକ୍ତିମନ୍ତ୍ର ଓ ଜନନୀ ଜନ୍ମଭୂମି ଲାଗି ୨୦୦୪ରେ ପାଇଥିଲେ ଶାରଳା ପୁରସ୍କାର । ୨୦୦୦ରେ ପାଇଥିଲେ ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ । ବ୍ୟାକୁଳ ହୃଦୟ, ମୁହାଁମୁହିଁ, ସ୍ବପ୍ନ ଶିଉଳୀ, ଏତେ ସ୍ବପ୍ନ ଏତେ , ଆଲୋକ, ଅନେକ ଦିଗନ୍ତ, ଅଶାନ୍ତ ଅରଣ୍ୟ, ଅସମୟ ଆଦି ଅନେକ ଉପନ୍ୟାସ ରଚନା କରିଥିଲେ ସାତକଡ଼ି । ରିବୁରୁ କନ୍ୟା, ଫୁଲର ଗୋଟିଏ ସୁରଭି, ସାୟାହ୍ନର ଶୋଭା, ଅସତର୍କ ମୁହୂର୍ତ୍ତ, ଜଗନ୍ନାଥ ହସ, ଶୋଣିତର ସ୍ୱପ୍ନ ଆଦି ଅନେକ ଗଳ୍ପ ସଂକଳନ ରଚନା କରିଥିଲେ ସାତକଡ଼ି । ଦୀର୍ଘ ଦଶନ୍ଧି ଧରି ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରକାଶ ପାଇଆସୁଛି ମାସିକ ସାହିତ୍ୟ ପତ୍ରିକା ଅମୃତାୟନ । ତାଙ୍କ ବିୟୋଗରେ ଓଡିଶା ସାହିତ୍ୟ, ସାମ୍ବାଦିକତା, ଖବରକାଗଜ ଜଗତରେ ଶୋକର ଛାୟା ପ୍ରକାଶ ପାଇଛି ।

ପୁରୀରେ ଶେଷକୃତ୍ୟ:- ପୁରୀରେ ତାଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଝିଅ ସୌମ୍ୟ ହୋତା ସୂଚନା ଦେଇଛନ୍ତି । ଦୁଇ ଝିଅ ତିନି ପୁଅଙ୍କୁ ନେଇ ତାଙ୍କ ପରିବାର । ସମସ୍ତଙ୍କର ଉପସ୍ଥିତ ପରେ ହିଁ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ । ତାଙ୍କ ଵିୟୋଗକୁ ନେଇ ପରିବାରରେ ଶୋକାକୁଳ ପରିବେଶ ଦେଖିବାକୁ ମିଳୁଛି ।

ଏହା ବି ପଢନ୍ତୁ- ଆଜି ଖଲ୍ଲିକୋଟ ରାଣୀଙ୍କ ଶେଷକୃତ୍ୟ, ବାସଭବନରେ ଶେଷ ଦର୍ଶନ କରୁଛନ୍ତି ଅଞ୍ଚଳବାସୀ

ତେବେ ସେ ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ ଆଦି ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ସେ ଲେଖନୀ ଚାଳନା କରିଥିଲେ । ସାତକଡ଼ିଙ୍କର ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ବହି ପ୍ରକାଶ ପାଇଥିଲା । କବିତାରୁ ସେ ନିଜ ସାହିତ୍ୟ ସର୍ଜନା ଆରମ୍ଭ କରିଥିଲେ । ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ ‘ବ୍ୟାକୁଳ ହୃଦୟ’ ଓ ୧୯୭୧ରେ ପ୍ରଥମ ଗପ ପ୍ରକାଶ ପାଇଥିଲା । ୧୯୮୭ରେ ଉପନ୍ୟାସ ଅଶାନ୍ତ ଅରଣ୍ୟ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ମୁକ୍ତିମନ୍ତ୍ରୀ ଓ ଜନନୀ ଜନ୍ମଭୂମୀ ଗଳ୍ପ ସଙ୍କଳନ ପାଇଁ ୨୦୦୪ରେ ସେ ସମ୍ମାନ ଜନକ ଶାରଳା ପୁରସ୍କାର ପାଇଥିଲେ । ଏହା ବ୍ୟତୀତ ସାହିତ୍ୟ ଭାରତୀ ସମ୍ମାନ ଓ ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ ଭଳି ଅନେକ ସମ୍ମାନ ସେ ପାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 11, 2024, 9:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.