ETV Bharat / state

ନିର୍ବାଚନ ପ୍ରସ୍ତୁତି; ସାରା ରାଜ୍ୟରେ ଚାଲୁ ରହିଛି ମକ ମତଦାନ - ଓଡିଶା ବିଧାନସଭା ନିର୍ବାଚନ 2024

Election Preparedness: ଆଗାମୀ ସାଧାରଣ ନିର୍ବାଚନରେ ମତଦାନ ହାର ବୃଦ୍ଧିକୁ ଗୁରୁତ୍ବ । ନୂତନ ଯୁବ ଭୋଟରଙ୍କୁ ଇଭିଏମ/ଭିଭିପ୍ୟାଟ ମାଧ୍ୟମରେ ମତଦାନ କରିବାର କୌଶଳ ଶିକ୍ଷା ଦିଆଯାଉଛି । ଏଥିପାଇଁ ଭାରତ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶାନୁସାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆନୁକୂଲ୍ୟରେ ସାରା ରାଜ୍ୟରେ ଜାନୁଆରୀ ୧୫ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ନିର୍ବାଚନ ପ୍ରସ୍ତୁତି; ସାରା ରାଜ୍ୟରେ ଚାଲୁ ରହିଛି ମକ ମତଦାନ

author img

By ETV Bharat Odisha Team

Published : Feb 1, 2024, 10:34 PM IST

ଭୁବନେଶ୍ବର: ଆଗକୁ ରହିଛି ସାଧାରଣ ନିର୍ବାଚନ । ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଜୋରଦାର । ମତଦାନ ହାର ବୃଦ୍ଧି ଏବଂ ନୂତନ ଯୁବ ଭୋଟରଙ୍କୁ ଇଭିଏମ/ଭିଭିପ୍ୟାଟ ମାଧ୍ୟମରେ ମତଦାନ କରିବାର କୌଶଳ ଶିକ୍ଷା ଯାଉଛି । ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆନୁକୂଲ୍ୟରେ ସାରା ରାଜ୍ୟରେ ଜାନୁଆରୀ ଜାରୀ ରହିଛି ଏହି କାର୍ଯ୍ୟକ୍ରମ । ଜାନୁଆରୀ ୧୫ ତାରିଖରୁ ମୋବାଇଲ ଭ୍ୟାନ ଜରିଆରେ ଇଭିଏମ/ଭିଭିପ୍ୟାଟ ମାଧ୍ୟମରେ ମତଦାନ କରିବାର କୌଶଳ ଭୋଟରଙ୍କୁ ପ୍ରଦର୍ଶନ କରାଯିବା ସହ ମତଦାନ କରାଯାଉଛି । ଏହି ସଚେତନତା କାର୍ଯ୍ୟକ୍ରମ ନିର୍ବାଚନ ତାରିଖ ଘୋଷଣା ହେବା ପର୍ଯ୍ୟନ୍ତ ଚାଲୁ ରହିବ ।

ଆଗାମୀ ସାଧାରଣ ନିର୍ବାଚନରେ ମତଦାନ ହାର ବୃଦ୍ଧିକୁ ଗୁରୁତ୍ବ । ନୂତନ ଯୁବ ଭୋଟରଙ୍କୁ ଇଭିଏମ/ଭିଭିପ୍ୟାଟ ମାଧ୍ୟମରେ ମତଦାନ କରିବାର କୌଶଳ ଶିକ୍ଷା ଦିଆଯାଉଛି । ଏଥିପାଇଁ ଭାରତ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶାନୁସାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆନୁକୂଲ୍ୟରେ ସାରା ରାଜ୍ୟରେ ଜାନୁଆରୀ ୧୫ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୋବାଇଲ ଭ୍ୟାନ ଜରିଆରେ ଇଭିଏମ/ଭିଭିପ୍ୟାଟ ମାଧ୍ୟମରେ ମତଦାନ କରିବାର କୌଶଳ ଭୋଟରଙ୍କୁ ପ୍ରଦର୍ଶନ କରାଯାଉଛି । ଏହା ସହ ମକ ମତଦାନ କରାଯାଉଛି । ଇଭିଏମ/ଭିଭିପ୍ୟାଟର ଏହି ସଚେତନତା କାର୍ଯ୍ୟକ୍ରମ ନିର୍ବାଚନ ତାରିଖ ଘୋଷଣା ହେବା ପର୍ଯ୍ୟନ୍ତ ଚାଲୁ ରହିବ । ଏହି କାର୍ଯ୍ୟକ୍ରମ ସବୁ ଜିଲ୍ଲାର ସଦର ମହକୁମା, ସବୁ ଉପଖଣ୍ଡ ସଦର ମହକୁମା ଏବଂ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ହୋଇଥିବା ସ୍ଥାନରେ ଭୋଟର ତଥା ଜନସାଧାରଣଙ୍କ ସଚେତନତା ନିମନ୍ତେ କରାଯାଉଛି ।

ଅଧିକ ପଢନ୍ତୁ- Elections2024: ବିଜେଡି ଖେଳିବ ମହିଳା କାର୍ଡ ! ବିରୋଧୀ କହିଲେ କିଛି କାମ ଦେବନାହିଁ

ଜାନୁଆରୀ ୧୫ ରୁ ୨୬ ତାରିଖ ପର୍ଯ୍ୟନ୍ତ ସବୁ ଜିଲ୍ଲା ସଦର ମହକୁମାରେ ସମୁଦାୟ ୯୬୦୨ ଜଣ ଭୋଟର ଇଭିଏମ/ଭିଭିପ୍ୟାଟ ପ୍ରଦର୍ଶନୀ ଦେଖିଛନ୍ତି । ଏହା ସହ ୯୪୫୪ ଜଣ ଭୋଟର ମକ ମତଦାନରେ ଅଂଶ ଗ୍ରହଣ କରିଛନ୍ତି । ସେହିପରି ଉପଖଣ୍ଡ ସ୍ତରରେ ହୋଇଥିବା ଇଭିଏମ/ଭିଭିପ୍ୟାଟ ପ୍ରଦର୍ଶନ କାର୍ଯ୍ୟକ୍ରମରେ ୨୨୩୧୧ ଜଣ ଭୋଟର ଏହି କାର୍ଯ୍ୟକ୍ରମକୁ ଦେଖିଛନ୍ତି । ଏହା ସହ ୨୧୯୧୩ ଜଣ ଭୋଟର ମକ ମତଦାନରେ ଅଂଶଗ୍ରହଣ କରିଛନ୍ତି । ମୋବାଇଲ ଡେମନଷ୍ଟ୍ରେସନ ଭ୍ୟାନ ମାଧ୍ୟମରେ ଇଭିଏମ/ଭିଭିପ୍ୟାଟ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ ଥିବା ସ୍ଥାନଗୁଡ଼ିକୁ ଜନସାଧାରଣଙ୍କ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ କରାଯାଉଛି । ଅନୁଗୋଳ ଜିଲ୍ଲାର ପାଲଲହଡ଼ା, ତାଳଚେର, ଅନୁଗୋଳ ଛେଣ୍ଡିପଦା ଓ ଆଠମଲ୍ଲିକ ପରି ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ୨୬୨ଟି ସ୍ଥାନରେ ଥିବା ବୁଥ, ବଲ୍ଲାଙ୍ଗିର ଜିଲ୍ଲାର ଲୋଇସିଂହା, ପାଟନାଗଡ଼, ବଲାଙ୍ଗିର, ଟିଟିଲାଗଡ଼ ଓ କାନ୍ତବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀର ୪୫୫ଟି ସ୍ଥାନରେ ଥିବା ବୁଥରେ ଇଭିଏମ/ଭିଭିପ୍ୟାଟର ପ୍ରଦର୍ଶନ ମୋବାଇଲ ଭ୍ୟାନ ମାଧ୍ୟମରେ କରାଯାଇଛି ।

ସେହିପରି ବାଲେଶ୍ବର ଜିଲ୍ଲାର ଜଳେଶ୍ବର, ଭୋଗରାଇ, ବସ୍ତା, ବାଲେଶ୍ବର, ରେମୁଣା, ନୀଳଗିରି, ସୋର ଓ ସିମୁଳିଆ ଆଦି ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୩୭୦ଟି ସ୍ଥାନରେ ଥିବା ବୁଥ, ବରଗଡ଼ ଜିଲ୍ଲାର ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା ଓ ଭଟଲୀ ଆଦି ୫ଟି ନିର୍ବାଚନମଣ୍ଡଳୀର ୨୨୫ ଗୋଟି ସ୍ଥାନରେ ଥିବା ବୁଥ, ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ଆଦି ୫ଟି ନିର୍ବାଚନ ମଣ୍ଡଳୀର ୩୧୪ଟି ସ୍ଥାନରେ ଥିବା ବୁଥ, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନମଣ୍ଡଳୀର ୮୩ଟି ସ୍ଥାନରେ ଥିବା ବୁଥ, କଟକ ଜିଲ୍ଲାର ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ କଟକ, ଚୌଦ୍ବାର କଟକ, ନିଆଳି, କଟକ ସଦର, ସାଲେପୁର ଓ ମାହାଙ୍ଗା ଆଦି ୯ଟି ନିର୍ବାଚନ ମଣ୍ଡଳୀରେ ୪୮୯ଟି ସ୍ଥାନରେ ଥିବା ବୁଥ, ଦେବଗଡ଼ ଜିଲ୍ଲାର ଦେବଗଡ଼ ନିର୍ବାଚନ ମଣ୍ଡଳୀରେ ୯୫ଟି ସ୍ଥାନରେ ଥିବା ବୁଥ, ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର ଓ ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ୩୨୯ଟି ସ୍ଥାନରେ ଥବା ବୁଥରେ ଇଭିଏମ/ଭିଭିପ୍ୟାଟର ପ୍ରଦର୍ଶନ ମୋବାଇଲ ଭ୍ୟାନ ମାଧ୍ୟମରେ କରାଯାଇଛି ।

ସେହିପରି ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ୨୬୫ଟି ସ୍ଥାନରେ ଥିବା ବୁଥ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଛତ୍ରପୁର, ଆସିକା, ସୁରଡ଼ା, ସାନଖେମୁଣ୍ଡି, ହିଞ୍ଜିଳି, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀର ୫୬୭ଟି ସ୍ଥାନରେ ଥିବା ବୁଥ, ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ, ତିର୍ତ୍ତୋଲ, ବାଲିକୁଦା, ଏରସମା ଓ ଜଗତସିଂହପୁର ଆଦି ୪ଟି ନିର୍ବାଚନ ମଣ୍ଡଳୀର ୩୦୩ଟି ସ୍ଥାନରେ ଥିବା ବୁଥ, ଯାଜପୁର ଜିଲ୍ଲାର ବିଂଝାରପୁର, ବରି, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ ଓ ସୁକିନ୍ଦା ଆଦି ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୨୧୧ଟି ସ୍ଥାନରେ ଥିବା ବୁଥ, ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଓ ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା ପରି ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୨୫୧ଟି ସ୍ଥାନରେ ଥିବା ବୁଥ, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ଜି.ଉଦୟଗିରି ଓ ଫୁଲବାଣୀ ଆଦି ୩ଟି ନିର୍ବାଚନ ମଣ୍ଡଳୀର ୧୪୮ଟି ସ୍ଥାନରେ ଥବା ବୁଥ ଇଭିଏମ/ଭିଭିପ୍ୟାଟର ପ୍ରଦର୍ଶନ ମୋବାଇଲ ଭ୍ୟାନ ମାଧ୍ୟମରେ କରାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଓ ମହାକାଳପଡ଼ା ପରି ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୨୩୬ଟି ସ୍ଥାନରେ ଥିବା ବୁଥ, କେଉଁଝର ଜିଲ୍ଲାର ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟନା, କେଉଁଝର ଓ ଚମ୍ପୁଆ ଆଦି ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୭୧୧ଟି ସ୍ଥାନରେ ଥିବା ବୁଥ, ଖୋର୍ଦ୍ଧା ଜିଲ୍ଲା ଜୟଦେବ, ଭୁବନେଶ୍ୱର(ମଧ୍ୟ), ଭୁବନେଶ୍ବର(ଉତ୍ତର), ଏକାମ୍ର ଭୁବନେଶ୍ବର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ଓ ଚିଲିକା ଆଦି ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୨୬୦ଟି ସ୍ଥାନରେ ଥିବା ବୁଥ, କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର, କୋରାପୁଟ ଓ ପଟାଙ୍ଗି ଆଦି ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୯୯୯ଟି ସ୍ଥାନରେ ଥିବା ବୁଥ, ମାଲାକନଗିରି ଜିଲ୍ଲାର ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ୩୧୧ଟି ସ୍ଥାନରେ ଥିବା ବୁଥ, ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରପୋଶି, କରଞ୍ଜିଆ, ଉଦଳା, ବଡ଼ସାହି, ବାରିପଦା ଓ ମୋରଡ଼ା ୯ଟି ନିର୍ବାଚନ ମଣ୍ଡଳୀର ୩୨୨ଟି ସ୍ଥାନରେ ଥିବା ବୁଥ ଇଭିଏମ/ଭିଭିପ୍ୟାଟର ପ୍ରଦର୍ଶନ ମୋବାଇଲ ଭ୍ୟାନ ମାଧ୍ୟମରେ କରାଯାଇଛି ।

ନବରଙ୍ଗପୁର ଜିଳ୍ଲାର ଉମରକୋଟ, ଝରିଗାଁ, ନବରଙ୍ଗପୁର ଓ ଓ ଡାବୁଗାଁ ପରି ୪ଟି ନିର୍ବାଚନମଣ୍ଡଳୀର ୩୨୩ଟି ସ୍ଥାନରେ ଥିବା ବୁଥ୍‌, ନୂଆପଡ଼ା ଜିଲ୍ଲାର ନୂଆପଡ଼ା ଓ ଖରିଆର ବିଧାନସଭା ନିର୍ବାଚନ ମଣ୍ଡଳୀର ୧୪୬ଟି ସ୍ଥାନରେ ଥିବା ବୁଥ, ନୟାଗଡ଼ ଜିଲ୍ଲାର ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା ଓ ନୟାଗଡ଼ ଆଦି ୪ଟି ବିଧାନସଭା ନିର୍ବାଚନମଣ୍ଡଳୀର ୧୯୭ଟି ସ୍ଥାନରେ ଥିବା ବୁଥ, ପୁରୀ ଜିଲ୍ଲାର କାକଟପୁର, ନିମାପଡ଼ା, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୪୦୦ଟି ସ୍ଥାନରେ ଥିବା ବୁଥ, ରାୟଗଡ଼ା ଜିଲ୍ଲାର ଗୁଣୁପୁର, ବିଷମକଟକ ଓ ରାୟଗଡ଼ା ନିର୍ବାଚନମଣ୍ଡଳୀର ୩୧୮ଟି ସ୍ଥାନରେ ଥିବା ବୁଥ, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର ଓ ରେଢ଼ାଖୋଲ ଆଦି ୪ଟି ନିର୍ବାଚନ ମଣ୍ଡଳୀର ୨୧୦ଟି ସ୍ଥାନରେ ଥିବା ବୁଥ, ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଓ ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀର ୮୭ଟି ସ୍ଥାନରେ ଥିବା ବୁଥରେ ଇଭିଏମ/ଭିଭିପ୍ୟାଟର ପ୍ରଦର୍ଶନ ମୋବାଇଲ ଭ୍ୟାନ ମାଧ୍ୟମରେ କରାଯାଇଛି ।

ସୁନ୍ଦରଗଡ଼ ଜିଲ୍ଲାର ତଳସରା, ସୁନ୍ଦରଗଡ଼, ବିରମିତ୍ରପୁର, ରଘୁନାଥପାଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର ଓ ବଣାଇଁ ଆଦି ୭ଟି ବିଧାନସଭା ନିର୍ବାଚନମଣ୍ଡଳୀର ୫୯୬ ଟି ସ୍ଥାନରେ ଥିବା ବୁଥଗୁଡ଼ିକରେ ଇଭିଏମ/ଭିଭିପ୍ୟାଟର ପ୍ରଦର୍ଶନ ମୋବାଇଲ ଭ୍ୟାନ ମାଧ୍ୟମରେ କରାଯାଇଛି । ଜାନୁଆରୀ ୨୬ ତାରିଖ ସୁଦ୍ଧା ସମୁଦାୟ ୩୦୬୮୮ଟି ଭୋଟ ଗ୍ରହଣ କେନ୍ଦ୍ର ସ୍ଥାନ ମଧ୍ୟରୁ ୯୯୮୨ଟି ଭୋଟ ଗ୍ରହଣ କେନ୍ଦ୍ର ସ୍ଥାନରେ ମୋବାଇଲ ଭ୍ୟାନ ମାଧ୍ୟମରେ ଇଭିଏମ/ଭିଭିପ୍ୟାଟର ପ୍ରଦର୍ଶନ ସହ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଫେବୃଆରୀ ମାସ ଶେଷ ସୁଦ୍ଧା ସବୁ ଭୋଟ ଗ୍ରହଣ କେନ୍ଦ୍ର ସ୍ଥାନଗୁଡ଼ିକରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.