ETV Bharat / state

ରାଜ୍ୟରେ ଅଛନ୍ତି ମୋଟ ୫,୧୬,୩୩୦ ଭିନ୍ନକ୍ଷମ ଭୋଟର, ଭୋଟିଂ ପାଇଁ ରହିବ ସ୍ଵତନ୍ତ୍ର ବ୍ୟବସ୍ଥା

author img

By ETV Bharat Odisha Team

Published : Mar 7, 2024, 8:42 PM IST

ECI On Disabled Voters: ରାଜ୍ୟରେ ବଢିଛି ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା । ରାଜ୍ୟରେ ଭିନ୍ନକ୍ଷମ ଭୋଟଙ୍କ ସଂଖ୍ୟା ୫,୧୬,୩୩୦କୁ ବୃଦ୍ଧି ପାଇଛି । ସକ୍ଷମ ମୋବାଇଲ ଆପ୍ଲିକେସନରେ ଅଧିକ ସଂଖ୍ୟକ ଭିନ୍ନକ୍ଷମ ଭୋଟରଙ୍କୁ ଚିହ୍ନଟ କରି ଇ-ରୋଲରେ ଚିହ୍ନିତ କରିବାର ରହିଛି ବ୍ୟବସ୍ଥା । ଅଧିକ ପଢନ୍ତୁ

ଭିନ୍ନକ୍ଷମ ଭୋଟରଙ୍କ ଭୋଟିଂ ପାଇଁ ରହିବ ସ୍ଵତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟରେ ବଢିଛି ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା । ଚଳିତ ବର୍ଷ ଜାନୁଆରୀ ୫ ପର୍ଯ୍ୟନ୍ତ ଭୋଟର ତାଲିକାରେ ଥିଲେ ୪,୫୭,୮୨୭ ଜଣ ପଞ୍ଜିକୃତ ଭିନ୍ନକ୍ଷମ ଭୋଟର । ଇ-ରୋଲରେ ଏହି ସଂଖ୍ୟା ବର୍ତ୍ତମାନ ୧୨ ପ୍ରତିଶତ ବୃଦ୍ଧି ହୋଇଛି । ଫଳରେ ରାଜ୍ୟରେ ଭିନ୍ନକ୍ଷମ ଭୋଟଙ୍କ ସଂଖ୍ୟା ୫,୧୬,୩୩୦କୁ ବୃଦ୍ଧି ପାଇଛି । ଏହାସହ ଅଧିକରୁ ଅଧିକ ସଂଖ୍ୟକ ଭିନ୍ନକ୍ଷମ ଭୋଟରଙ୍କୁ ଚିହ୍ନଟ କରି ଇ-ରୋଲରେ ଚିହ୍ନିତ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସକ୍ଷମ ମୋବାଇଲ ଆପ୍ଲିକେସନରେ ଏହି ଚିହ୍ନଟ ପ୍ରକ୍ରିୟା କରାଯାଇପାରିବ । ସେପଟେ ରାଜ୍ୟରେ ଚିହ୍ନଟ ହୋଇଥିବା ଭିନ୍ନକ୍ଷମ ଭୋଟରଙ୍କ ଭୋଟିଂ ପାଇଁ କରାଯାଉଛି ସ୍ଵତନ୍ତ୍ର ବ୍ୟବସ୍ଥା । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ ।

ଆଜି ଭିନ୍ନକ୍ଷମ ଓ ୮୫ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ଭୋଟରଙ୍କ ମତଦାନ ବଢାଇବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବୈଠକ ଆୟୋଜିତ ହୋଇଛି । ଭିସି ଜରିଆରେ ଅନୁଷ୍ଠିତ ବୈଠକରେ ସମସ୍ତ ରାଜ୍ୟର ପ୍ରସ୍ତୁତି ବିଷୟରେ ସମୀକ୍ଷା କରାଯାଇଛି । ଏଥିରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଓଡ଼ିଶାରେ ଭିନ୍ନକ୍ଷମ ଭୋଟରଙ୍କ ମତଦାନ ପ୍ରକ୍ରିୟାକୁ ସୁବିଧା ସମ୍ପନ୍ନ କରିବା ଲାଗି ଯାହା ସବୁ ଅନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି ସେ ବିଷୟରେ ସବିଶେଷ ତଥ୍ୟ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ... ନିର୍ବାଚନ ପୂର୍ବରୁ ରାଜଧାନୀରେ CAPF ଯବାନଙ୍କ ଫ୍ଲାଗ ମାର୍ଚ୍ଚ

ରାଜ୍ୟରେ ବର୍ତ୍ତମାନ ରହିଥିବା ୩୭,୮୦୯ ବୁଥ ପାଇଁ ୩୯,୯୯୯ ହୁଇଲ ଚେୟାରର ବ୍ୟବସ୍ଥା କରାଯାଇଛି । ଏହା ମଧ୍ୟରୁ ବର୍ତ୍ତମାନ ଯାଏଁ ୧୪,୦୫୪ଟି ହୁଇଲ ଚେୟାର ଜିଲ୍ଲାସ୍ତରକୁ ପଠାଯାଇଛି । ବାକି ସମସ୍ତ ହୁଇଲ ଚେୟାର ମାର୍ଚ୍ଚ ୩୦ ସୁଦ୍ଧା ପଠାଇ ଦିଆଯିବ । ସମସ୍ତ ବୁଥରେ ବିନା ଅସୁବିଧାରେ ହୁଇଲ ଚେୟାର ଯାତାୟାତ କରିବା ପାଇଁ ରେଲିଙ୍ଗର ବ୍ୟବସ୍ଥା ମଧ୍ୟ ରହିବ । ଏହାସହ ଭୋଟର ତାଲିକାରେ ଚିହ୍ନିତ ହୋଇଥିବା ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମତା ଥିବା ଭୋଟର ନିଜେ ଘରୁ ମତଦାନ କରିବା ପାଇଁ ରିଟର୍ନିଙ୍ଗ ଅଫିସରଙ୍କଠାରେ ଆବେଦନ କରିପାରିବେ ।

ଭିନ୍ନକ୍ଷମ ଓ ବରିଷ୍ଠ ଭୋଟରଙ୍କ ବିଭିନ୍ନ ଅଭିଯୋଗର ସମାଧାନ ପାଇଁ ଜିଲ୍ଲାସ୍ତରରେ ଏକ ହେଲ୍ପଲାଇନ ମଧ୍ୟ କାର୍ଯ୍ୟ କରିବ । ଭିନ୍ନକ୍ଷମ ଓ ବରିଷ୍ଠ ଭୋଟରମାନେ ମତଦାନ କେନ୍ଦ୍ରକୁ ଆସିବାରେ ଯେମିତି କୌଣସି ବାଧା ନଉପୁଯିବ ସେଥିପ୍ରତି ସମସ୍ତ ବ୍ୟବସ୍ଥା କରିବାକୁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି । ବୈଠକରେ ଓଡିଶା ପକ୍ଷରୁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ଉପସ୍ଥିତ ଥିଲେ ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.