ETV Bharat / state

ବେଲେଶ୍ୱର ଡବଲ ମର୍ଡର ଘଟଣା: ୪ ବର୍ଷରେ ବଦଳିଲେଣି ୩ ଡିସିପି, ମିଳୁନି ଅଭିଯୁକ୍ତଙ୍କ ପତ୍ତା

author img

By ETV Bharat Odisha Team

Published : Jan 27, 2024, 7:30 PM IST

Elderly couple double murder case unsolved: ୪ବର୍ଷ ପରେ ବି ବେଲେଶ୍ୱର ଡବଲ ମର୍ଡର ମାମଲାର ଅଭିଯୁକ୍ତଙ୍କ ଟେର୍ ପାଇନି ପୋଲିସ । ଏହାରି ଭିତରେ ୩ ଜଣ ଡିସିପିଙ୍କ ବଦଳି ହେଲାଣି । ଅଧିକ ପଢନ୍ତୁ

ବେଲେଶ୍ୱର ଡବଲ ମର୍ଡର
ବେଲେଶ୍ୱର ଡବଲ ମର୍ଡର
ବେଲେଶ୍ୱର ଡବଲ ମର୍ଡର

କଟକ: ବେଲେଶ୍ୱର ଡବଲ ମର୍ଡର ଘଟଣାକୁ ୪ ବର୍ଷ ବିତିଲାଣି । ୩ ଜଣ ଡିସିପିଙ୍କ ବଦଳି ବି ହେଲାଣି ମାତ୍ର ଅଭିଯୁକ୍ତର ଟେର ମିଳିନାହିଁ। ଗତ ୪ ବର୍ଷ ମଧ୍ୟରେ ପିନାକ ମିଶ୍ରଙ୍କୁ ମିଶାଇ ୩ ଜଣ ଡିସିପି ବଦଳିଛନ୍ତି । ହେଲେ ମାମଲାର ତଦନ୍ତ କରୁଥିବା କମିଶନରେଟ ପୋଲିସର ହାତ ଖାଲି । ବୃଦ୍ଧ ଦମ୍ପତି ଶ୍ରୀନାଥ ଓ ବିଦୁଲତା ସାମଲଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ଆଜି ବି ଏକ ମିଷ୍ଟ୍ରି ହୋଇ ରହିଛି । ପିନାକ ମିଶ୍ର ବଦଳିବା ଖବର ପାଇବା ପରେ ନ୍ୟାୟ ଆଶାରେ ତାଙ୍କୁ ପୁଣି ଭେଟିଛନ୍ତି ମୃତ ଦମ୍ପତିଙ୍କ ପରିବାରଲୋକେ ।

୨୦୧୯ ମସିହା ଡିସେମ୍ବର ମାସ ୧୨ ତାରିଖ ସନ୍ଧ୍ୟା ପ୍ରାୟ ସାଢେ ୬ ଟା ରୁ ୭ ଟାରେ ଘଟିଥିଲା ହତ୍ୟାକାଣ୍ଡ । କଟକ ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ବରଠାରେ ଘର କରି ରହୁଥିବା ବୃଦ୍ଧ ଦମ୍ପତି ଶ୍ରୀନାଥ ମିଶ୍ର ଓ ପତ୍ନୀ ବିଦୁଲତା ମିଶ୍ରଙ୍କୁ ହତ୍ୟା କରାଯାଇଥିଲା । କେହି ଦୁବୃର୍ତ୍ତ ଧାରୁଆ ଅସ୍ତ୍ର ସାହାଯ୍ୟରେ ଏହି ଦମ୍ପତ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଗଲା । ପାରିପାର୍ଶ୍ବିକ ସ୍ଥିତି ଓ ମର୍ଡର ସିନ୍ ଦେଖି ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଥିଲା । ଏହାରି ଭିତରେ ହତ୍ୟାକାଣ୍ଡକୁ ୪ ବର୍ଷ ପୁରି ସାରିଥିବାବେଳେ ଏବେ ବି ନ୍ୟାୟ ଅପେକ୍ଷାରେ ଅଛନ୍ତି ଶ୍ରୀନାଥ ଓ ବିଦୁଲତାଙ୍କ ପରିବାରଲୋକେ । ପ୍ରଥମେ ଅଖିଳେଶ୍ବର ସିଂ, ପରେ ପ୍ରତୀକ ସିଂ ଏବଂ ଏବେ ପିନାକ ମିଶ୍ରଙ୍କ ବଦଳି ହୋଇଛି । କଟକ ଡିସିପି ପଦରୁ ତିନି ତିନି ଜଣ ଆଇପିଏସ ଅଧିକାରୀଙ୍କ ବଦଳି ହୋଇସାରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ପୋଲିସ ।

ଏହା ମଧ୍ୟ ପଢନ୍ତୁ...ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟା ମାମଲା, ଅଭିଯୁକ୍ତ ଡାକ୍ତରଙ୍କୁ ଆଜୀବନ ଜେଲ୍

ଏପରିକି ଦିଲ୍ଲୀରୁ କିଛି ବିଶେଷଜ୍ଞଙ୍କୁ ଡ଼କାଯାଇ ସନ୍ଦିଗ୍ଧମାନଙ୍କୁ ଜେରା କରାଯାଇଥିଲା । କିନ୍ତୁ କୋଭିଡ ଆରମ୍ଭ ହୋଇଯିବା ପରେ ଏହି ମାମଲାର ତଦନ୍ତ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଯେତେବେଳେ ବି କଟକକୁ କୌଣସି ନୂଆ ଡିସିପି ଆସନ୍ତି, ସମସ୍ତେ ଏହି ମାମଲା ପଛରେ ଲାଗନ୍ତି । ଏହି ଘଟଣାର ପୁଣି ଥରେ ଖୋଳତାଡ଼ ଆରମ୍ଭ ହୁଏ । କିନ୍ତୁ ଦୁର୍ଭାଗ୍ୟ ଯେ, ଡିସିପିମାନଙ୍କ କାର୍ଯ୍ୟକାଳ ସିନା ଶେଷ ହୋଇଯାଏ, କିନ୍ତୁ ବୃଦ୍ଧ ଦମ୍ପତି ଶ୍ରୀନାଥ ଓ ବିଦୁଲତାଙ୍କ ହତ୍ୟା ମାମଲାର ତଦନ୍ତ ଶେଷ ହୁଏ ନାହିଁ । କଟକ ଡିସିପି ପିନାକ ମିଶ୍ର କହିଛନ୍ତି, "ଏହି ମାମଲାର ପର୍ଦ୍ଦାଫାସ କରିବାକୁ ବହୁତ ପରିଶ୍ରମ କରିଛି । ହେଲେ ଏହାର ସମାଧାନ ହୋଇନପାରିବାରୁ ଏହା ମତେ ବ୍ୟଥିତ କରିଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.