ETV Bharat / state

ପାରାଦ୍ବୀପରୁ ଆଉ ଏକ ଜାହାଜକୁ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି - Egyptian ship arrested at Paradip - EGYPTIAN SHIP ARRESTED AT PARADIP

Egyptian ship arrested at Paradip: କିଛି ଦିନର ବ୍ୟବଧାନ ପରେ ପୁଣି ପାରାଦ୍ବୀପରେ ବିଦେଶୀ ଜାହାଜ ଗିରଫ । ତୁରନ୍ତ ଜାହାଜକୁ ଗିରଫ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାଣନ୍ତୁ ପୂରା ଘଟଣା

Egyptian ship arrested at Paradip
Egyptian ship arrested at Paradip (ETV Bharat Odisha)
author img

By ETV Bharat Odisha Team

Published : Aug 16, 2024, 4:05 PM IST

କଟକ: ପାରାଦ୍ବୀପ ବନ୍ଦରରୁ ଆଉ ଏକ ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ସାମୁଦ୍ରିକ ବିବାଦ ସମ୍ପର୍କିତ ମାମଲାର ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ଗତ କିଛି ଦିନ ତଳେ ବନ୍ଦରରୁ ଚାଇନା ଜାହାଜକୁ ଗିରଫ କରାଯାଇଥିବା ବେଳେ ଏବେ ଇଜିପ୍ଟର ‘MV Wadi Albostan’ ନାମକ ଜାହାଜକୁ ଗିରଫ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପାରାଦ୍ବୀପ ବନ୍ଦର କର୍ତ୍ତୃପକ୍ଷ (PPA) ପକ୍ଷରୁ ଉକ୍ତ ଜାହାଜକୁ ଅଟକ ରଖାଯାଇଛି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ
ହାଇକୋର୍ଟଙ୍କ ନିର୍ଦ୍ଦେଶ (ETV Bharat Odisha)

କଣ ପାଇଁ ଗିରଫ ହେଲା ଜାହାଜ ?

ଇଜିପ୍ଟର ଏହି ଜାହାଜକୁ ଗିରଫ କରିବା ଲାଗି ଜର୍ମାନର ଏକ କମ୍ପାନୀ 'Elboil GMBH' ପକ୍ଷରୁ ମାମଲା ଦାଏର ହୋଇଥିଲା । ଏହି ଜାହାଜ ନିକଟରୁ ୩ କୋଟି ୯୬ ଲକ୍ଷ ୧୮ ହଜାର ୧୨୯ ଟଙ୍କା ୪୦ ପଇସା ଅର୍ଥ ଦାବିକରି ଆବେଦନକାରୀ ସଂସ୍ଥା ଏହି ମାମଲା ଦାୟର କରିଛି । ଲୋ ସଲଫର ମେରାଇନ ଗ୍ୟାସ ଅଏଲ ଯୋଗାଣକୁ ନେଇ ଏପରି ଦାବି କରାଯାଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି । ଜାହାଜଟି ପାରାଦ୍ବୀପ ବନ୍ଦରରୁ ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଛି ଏବଂ ମୂଳ ମାମଲା ବିଚାରଧୀନ ଥିବାରୁ ଏହାକୁ ଗିରଫ କରିଵାକୁ ଆବେଦନକାରୀ ସଂସ୍ଥା କୋର୍ଟଙ୍କୁ ପ୍ରାର୍ଥନା କରିଥିଲା ।

ଅଗଷ୍ଟ 6ରେ ବନ୍ଦରରେ ଲାଗିଥିଲା ଇଜିପ୍ଟ ଜାହାଜ:-

ଇଜିପ୍ଟର ଜାହାଜ ଏମଭି ୱାଡି ଆଲବୋଷ୍ଟୋନ ଗତ ଅଗଷ୍ଟ 6 ତାରିଖରେ ପାରାଦ୍ବୀପ ବନ୍ଦରରେ ପହଞ୍ଚିଥିଲା । ପ୍ରାଥମିକ ସୂଚନା ଅନୁସାରେ ଜାହାଜଟି ବାଂଲାଦେଶରୁ ଆସିଛି । ଏହା 55ମେଟ୍ରିକ ଟନ୍‌ର ଆଇରନ ନେଇ ଚୀନ ଗସ୍ତ କରିବାର ଥିଲା । କିନ୍ତୁ ଏକ ଜର୍ମାନ କମ୍ପାନୀ ଅର୍ଥ ହେରଫେରକୁ ନେଇ ଜାହାଜ ମାଲିକଙ୍କ ବିରୋଧରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ।

ପୂର୍ବରୁ ଚୀନ ଜାହାଜ ଗିରଫ ହୋଇଥିଲା:-

ଏମଭି ଝେ ହାଇ ୫୦୫ ଜାହାଜକୁ ଗିରଫ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପାରାଦ୍ବୀପ ବନ୍ଦରରେ ହିଁ ଗିରଫ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସ୍କାଣ୍ଡି ଟ୍ରେଡିଂ ଲିମିଟେଡ ପକ୍ଷରୁ ଦାୟର କରାଯାଇଥିବା ଆବେଦନର ଶୁଣାଣି କରି ଏମଭି ଝେ ହାଇ ୫୦୫କୁ ପାରାଦ୍ବୀପ ବନ୍ଦରରେ ଗିରଫ କରିବା ପାଇଁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏହା ବି ପଢନ୍ତୁ- ପାରାଦ୍ବୀପରେ ଗିରଫ ହେଲା ଚୀନ ଜାହାଜ; ହେଲେ କ'ଣ କାରଣ ?

ଜଷ୍ଟିସ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍କାଣ୍ଡି ଟ୍ରେଡିଂର ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସେହିପରି ଏମଭି ଝେ ହାଇ ୫୦୫ ନିକଟରୁ ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କାର ଅର୍ଥ ଦାବି କରି ଆବେଦନକାରୀ ସଂସ୍ଥା ଏହି ମାମଲାଦାୟର କରିଥିଲା । ଲୋ ସଲଫର ମେରାଇନ ଗ୍ୟାସ୍ ଅଏଲ ଯୋଗାଣକୁ ନେଇ ଏପରି ଦାବି କରାଯାଇଥିବା ଆବେଦନରେ ଉଲ୍ଲେଖ କରାଯାଇଥିଲା । ତେବେ ଉକ୍ତ ଜାହାଜକୁ ପରବର୍ତ୍ତୀ ସମୟରେ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.