ETV Bharat / state

ବଢିବ ଗଣିତ ଦକ୍ଷତା, ଆମୋଦ ପ୍ରମୋଦ ମାଧ୍ୟମରେ ସଂଖ୍ୟାଜ୍ଞାନ ଶିଖିବେ ଛାତ୍ରଛାତ୍ରୀ - education department - EDUCATION DEPARTMENT

Math skills : ଛାତ୍ରଛାତ୍ରୀଙ୍କ ଗଣିତ ଜ୍ଞାନ ବୃଦ୍ଧି ପାଇଁ ଗଣଶିକ୍ଷା ବିଭାଗର ସ୍ବତନ୍ତ୍ର ପ୍ରୟାସ । ଆମୋଦ ପ୍ରମୋଦ ମାଧ୍ୟମରେ ଶିଖିବେ ସଂଖ୍ୟାଜ୍ଞାନ । ପ୍ରଥମ ପର୍ଯ୍ୟାୟରେ 4ହଜାର ସ୍କୁଲ ହେବ ସାମିଲ । ଅଧିକ ପଢନ୍ତୁ

ବଢିବ ଗଣିତ ଦକ୍ଷତା, ଆମୋଦ ପ୍ରମୋଦ ମାଧ୍ୟମରେ ସଂଖ୍ୟାଜ୍ଞାନ ଶିଖିବେ ଛାତ୍ରଛାତ୍ରୀ

author img

By ETV Bharat Odisha Team

Published : Apr 24, 2024, 7:23 AM IST

ଭୁବନେଶ୍ବର: ଗଣିତ ଏବଂ ଅଙ୍କ ଶିକ୍ଷାରେ କିପରି ଛାତ୍ରଛାତ୍ରୀ ଦକ୍ଷ ହେବେ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ଯାହାଦ୍ଵାରା ଅଧିକାଂଶ ଛାତ୍ରଛାତ୍ରୀ ଏହାର ସୁଫଳ ପାଇପାରିବେ । ଆଗାମୀ ଦିନରେ ଗଣିତ ଜ୍ଞାନରେ ଛାତ୍ରଛାତ୍ରୀ କିପରି ସର୍ବାଗ୍ରେ ରହିବେ ସେଥିପାଇଁ ସ୍ୱତନ୍ତ୍ର ଭାବେ ଶିକ୍ଷଣ ସାମଗ୍ରୀ ଏବଂ ଭିଡିଓ ପ୍ରସ୍ତୁତ ହେଉଥିବା ବେଳେ, ଶିକ୍ଷକ ଏବଂ ଶିକ୍ଷକ-ପ୍ରଶିକ୍ଷକମାନଙ୍କ ସହିତ ଜାତୀୟସ୍ତରର ଅଗ୍ରଣୀ ସଂସ୍ଥା ଖାନ ଏକାଡେମୀକୁ ନେଇ ଏବେ ବିଚାରବିମର୍ଶ କରାଯାଇଛି । ଚଳିତବର୍ଷ କେବଳ ନବମ ବେଂ ଦଶମ ଶ୍ରେଣୀରେ ଏହା କାର୍ଯ୍ୟକାରୀ ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ଶ୍ରେଣୀ ପାଇଁ ପ୍ରସ୍ତୁତ ହେବାକୁ ଯୋଜନା ରଖାଯାଇଛି । ବିଷୟଗତ ଜ୍ଞାନ ସହିତ ବାହ୍ୟଜ୍ଞାନରେ ଛାତ୍ରଛାତ୍ରୀ କିପରି ଦକ୍ଷ ହୋଇପାରିବେ ଏବଂ ଜାତୀୟସ୍ତରୀୟ ପରୀକ୍ଷାରେ ସଫଳ ହୋଇପାରିବେ ସେଥିନେଇ ରୂପରେଖ ପ୍ରସ୍ତୁତ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।

ଓଡିଆ ମାଧ୍ୟମ ବିଦ୍ୟାଳୟଗୁଡିକର ଛାତ୍ରଛାତ୍ରୀ କପରି ଆଗ୍ରହର ସହିତ ଗଣିତ ଶିକ୍ଷା ପ୍ରତି ଆକୃଷ୍ଟ ହେବେ ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇବ ସେନେଇ ମୋ ସ୍କୁଲ ଅଭିଯାନ ଏବଂ ଖାନ ଏକାଡେମୀ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏହିକ୍ରମରେ ଗଣିତ ଶିକ୍ଷଣ ସାମଗ୍ରୀ ସହିତ ଅନ୍ୟାନ୍ୟ ଶିକ୍ଷା ଉପକରଣ ପ୍ରସ୍ତୁତ କରାଯାଉଛି । ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ପାଠ୍ୟକ୍ରମ ଏବଂ ବିଷୟକୁ ଆଧାର କରି ଏହି ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ହେଉଛି । ଏଥିରେ ଛାତ୍ରଛାତ୍ରୀମାନେ କିପରି ସରଳ ଏବଂ ସହଜରେ ଶିକ୍ଷା ଗ୍ରହଣ କରିପାରିବେ ଏବଂ ଗଣିତକୁ ନେଇ ସେମାନେ ସାମ୍ନା କରୁଥିବା ଦ୍ୱନ୍ଦ୍ୱ ଦୂର କରିପାରିବେ ସେନେଇ ଗୁରୁତ୍ୱ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ :-ମେ’ ୬ରୁ OJEE ପରୀକ୍ଷା, 27ରୁ ମିଳିବ ଆଡମିଟ କାର୍ଡ - OJEE Exam 2024

କ୍ରୀଡା ଏବଂ ଆମୋଦ ପ୍ରମୋଦ ମାଧ୍ୟମରେ ବିଦ୍ୟାଳୟରେ ଶିକ୍ଷାଦାନ କରାଯାଇ ପାରିବ ତା’ ଉପରେ ଧ୍ୟାନ ଦିଆଯାଉଛି । ଏଥିପାଇଁ ବିଦ୍ୟାଳୟ ସମୟ ମଧ୍ୟରେ ସ୍ୱତନ୍ତ୍ର ସମୟ ଅବିଧି ମଧ୍ୟ ରହିବ । ବିଦ୍ୟାଳୟ ସମୟ ବାଦ ଛାତ୍ରଛାତ୍ରୀ ମଧ୍ୟ ସ୍ମାର୍ଟଫୋନ ଏବଂ କମ୍ପ୍ୟୁଟର ମାଧ୍ୟମରେ ଲଗଇନ୍ କରି ଅନଲାଇନ ମାଧ୍ୟମରେ ଅଧିକ ଜ୍ଞାନ ହାସଲ କରିପାରିବେ । ଆବଶ୍ୟକ ପଡିଲେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ପାରିବେ । ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ୪ ହଜାରରୁ ଅଧିକ ଉଚ୍ଚ ବିଦ୍ୟାଳୟରେ ପ୍ରାଥମିକ ଭାବେ ଏହା କାର୍ଯ୍ୟକାରୀ କରାଯିବ । ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ବିଦ୍ୟାଳୟରେ ଏବଂ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲାମାନଙ୍କ ପାଇଁ ଶିକ୍ଷା ଉପକରଣ ପ୍ରସ୍ତୁତ କରାଯିବ । ସରଳ ଢଙ୍ଗରେ ଓଡିଆ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଗଣିତରେ ସେମାନଙ୍କ ଦକ୍ଷତା ବୃଦ୍ଧି କରିପାରିବା ଦିଗରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.