ETV Bharat / state

ବିଜେଡି ବିଧାୟକଙ୍କ ଘରୁ ଦାମି କାର ସିଜ୍, ED ସ୍କାନରରେ ପ୍ରଫୁଲ୍ଲ ସାମଲଙ୍କ ଆର୍ଥିକ ଲିଙ୍କ - ଦାମି କାର ସିଜ୍

BJD MLA Prafulla Samal: ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରୁ ଜବତ ହେଲା ଦାମି ଗାଡ଼ି । ସମାନ ନମ୍ବରରୁ ଆହୁରି ଦୁଇଟି ଗାଡି ଥିବା ନେଇ ଇଡିର ଖୁଲାସା । ଅଧିକ ପଢନ୍ତୁ

BJD MLA Prafulla Samal
BJD MLA Prafulla Samal
author img

By ETV Bharat Odisha Team

Published : Feb 16, 2024, 10:53 PM IST

ଭୁବନେଶ୍ବର: ମନି ଲଣ୍ଡରିଂ ମାମଲାର ଅଡୁଆରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ । ଇଡି ହାତରେ ଲାଗିଛି ଏକ ଦାମି କାର‌ । ଯାହାକୁ ବିଧାୟକଙ୍କ ପଳାଶପଲ୍ଲୀ ସ୍ଥିତ ଘରୁ ଜବତ କରାଯାଇଛି । ତେବେ ଗାଡିଟି ବିଧାୟକଙ୍କ ନାଁରେ ନଥିଲେ ମଧ୍ୟ ଗାଡ଼ିର ନମ୍ବର ବିଧାୟକଙ୍କୁ ଅଡୁଆରେ ପକାଇଛି । କାରଣ ସମାନ ନମ୍ବରରୁ ଆହୁରି ଦୁଇଟି ଗାଡି ବିଧାୟକଙ୍କ‌ ଘରେ ରହିଛି । ତେବେ ଆର୍ଥିକ କାରବାର ଲୁଚାଇବାକୁ ଏପରି କରାଯାଇଥାଇପାରେ ବୋଲି ସନ୍ଦେହ କରି ଅଧିକ ତନାଘନା ଜାରି ରଖିଛି ଇଡି ।

ତେବେ କେବଳ ଗାଡି ଜବତ ନୁହେଁ । ଇଡି ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୧୦ଲକ୍ଷ ଟଙ୍କା ମଧ୍ୟ ଚଢାଉ ବେଳେ ମିଳିଛି । କାରଣ ଭଦ୍ରକରେ ୬ଟି ସ୍ଥାନରେ ଓ ଭୁବନେଶ୍ବରର ୪ଟି ସ୍ଥାନରେ ରେଡ ବେଳେ ବିଧାୟକଙ୍କ ଅନେକ କାଗଜପତ୍ର ଓ ତଥ୍ୟ ପାଇଛି‌ ଇଡି । ଆର୍ଥିକ କାରବାର ନେଇ ତନାଘନା ବେଳେ କିଭଳି ବିଧାୟକଙ୍କ ସହ ବିଧାୟକଙ୍କ ପୁଅର ଆର୍ଥିକ କାରବାର ରହିଥିଲା ସେନେଇ ଖୋଜା ଚାଲିଛି । ତେବେ ଭଦ୍ରକ ବରପଦା ଜମି ଓ ଟଙ୍କା ଜାଲିଆତି ମାମଲାରେ ତନାଘନା ଚଳାଇଛି ଇଡି । ତେବେ ୨୦୧୪ମସିହାରେ‌ ବରପଦା ଇଞ୍ଜିନିୟରିଂ କଲେଜ ଆଳରେ ଜମି ଜାଲିଆତି ଓ ଟଙ୍କା ଜାଲିଆତି ହୋଇଥିବା ନେଇ ଏକ ଅଭିଯୋଗ ଆସିଥିଲା ।

ସେତେବେଳେ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା । ହେଲେ ପରେ ଏହି ଘଟଣା ଇଡି ନେବା ପରେ ‌ଏହାର ସୂତ୍ର କଣ ସେ ନେଇ ଯାଞ୍ଚ କରୁଛି ଇଡି । ଏଥିପାଇଁ ବିଧାୟକଙ୍କ ବିଭିନ୍ନ ସହଯୋଗୀ ଓ ବ୍ୟବସାୟିକ କାରବାର ସହ ଜଡ଼ିତ ଥିବା ଲୋକଙ୍କ ଘରେ ମଧ୍ୟ‌ ରେଡ କରାଯାଉଛି । ଏହି ଅର୍ଥ ହେରଫେର ମାମଲାରେ ବିଧାୟକଙ୍କ ଲିଙ୍କ୍ କଣ ରହିଛି ସେନେଇ ତଦନ୍ତ କରାଯାଉଛି । ଏନେଇ ପୂର୍ବରୁ ମୁହଁ ଖୋଲି ସାରିଛନ୍ତି ବିଧାୟକ ପ୍ରଫୁଲ ସାମଲ । ସେ କହିଛନ୍ତି, "ଏହା ଉଦ୍ଦେଶ୍ୟମୂଳକ ଭାବେ କରାଯାଉଛି । ତାଙ୍କୁ ହରାଇବା ପାଇଁ ଏଭଳି ଏକ ଚକ୍ରାନ୍ତ ହେଉଛି।"

ଏହା ବି ପଢନ୍ତୁ- ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସଭବନରେ ED ରେଡ୍

ଏହା ବି ପଢନ୍ତୁ- ED ରେଡ୍ ନେଇ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟା, 'ଚଢ଼ାଉ ପଛରେ ରାଜନୈତିକ ଆକ୍ରୋଶ'

ତେବେ ବରପଦା ଜମି ଜାଲିଆତି ପଛରେ ବିଧାୟକଙ୍କ କଣ କନେକ୍ସନ୍ ରହିଛି ? ଏ ନେଇ ତଦନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ ଅଧିକ ତଦନ୍ତ ଚଳାଇଛି ଇଡି । ତେବେ ମିଳିଥିବା ଗାଡି ପାଖାପାଖି ୪୦ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ‌ କରଯାଉଛି । ସେପଟେ ଗାଡ଼ିର ନମ୍ବର ନେଇ ଇଡି ତଦନ୍ତ ଜୋରସୋର କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.