ETV Bharat / state

ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ ମାମଲା: ଭିନିତ ଲଲାନିଙ୍କୁ ଇଡିର ଜେରା

author img

By ETV Bharat Odisha Team

Published : Mar 13, 2024, 10:57 PM IST

Chitfund Scam: ଚିଟଫଣ୍ଡ କେଳେଙ୍କାରୀ ମାମଲାରେ ଇଡିରେ ହାଜର ହେଲେ ବ୍ୟବସାୟୀ ଭିନିତ ଲଲାନି। ଆର୍ଥିକ କାରବାର ସମ୍ପର୍କରେ ତାଙ୍କୁ ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅଧିକ ପଢନ୍ତୁ

Chitfund Scam
Chitfund Scam

ଭୁବନେଶ୍ବର: ଚିଟଫଣ୍ଡ କେଳେଙ୍କାରୀ ନେଇ ଚାଲିଛି ତନାଘନା। ଇଡିରେ ହାଜର ହେଲେ ବ୍ୟବସାୟୀ ଭିନିତ ଲଲାନି। ଆର୍ଥିକ କାରବାର ସମ୍ପର୍କରେ ତାଙ୍କୁ ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପୂର୍ବରୁ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଗତ ୭ ତାରିଖରେ ତାଙ୍କ ଘରେ ରେଡ ହୋଇଥିଲା। ପରେ ତାକୁ ସମନ କରାଯାଇଥିଲା ଓ ସମନ ଆଧାରରେ ସକାଳ ୧୦ଟାରୁ ସେ ହାଜର ହୋଇଥିଲେ। ଏନେଇ ଇଡି ମାଗିଥିବା ତଥ୍ୟ ଆଧାରରେ ତାଙ୍କୁ ପଚରା କରାଯାଇଛି ।

ତେବେ ଗତ ୭ ତାରିଖ (ଗୁରୁବାର) ଦିନ ଅର୍ଥତତ୍ତ୍ଵ ଚିଟଫଣ୍ଡ ମାମଲାରେ ଇଡି ରେଡ୍ ବେଳେ ୨୩ ଲକ୍ଷରୁ ଉର୍ଦ୍ଧ୍ବ ନଗଦ ଟଙ୍କା ସମେତ ୪ଶହ ଗ୍ରାମ ସୁନା ଓ ଅଡ଼ି କାର ଜବତ କରିଥିଲା। ଭୁବନେଶ୍ୱରର ୫ଟି ସ୍ଥାନ ସମେତ ବ୍ରହ୍ମପୁର ଓ ଛତ୍ରପୁର ଆଦି ୮ଟି ସ୍ଥାନରେ ରେଡ ହୋଇଥିଲା। ଇଡିର କିଛି ବିଲଡର ଓ ଖବର କାଗଜ ମାଲିକ ସଂସ୍ଥା ଉପରେ ଏକକାଳୀନ ରେଡ୍ କରିଥିଲେ ଟିମ୍ । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ,କିଛି ଦସ୍ତାବିଜ ଓ କ୍ୟାସ ଓ ଗହଣା ସମେତ କିଛି ଦାମି ଗାଡିର ସୁରାକ ମିଳିଥିଲା। ଗାଡିଟି ଜଣେ କଣ୍ଟ୍ରାକ୍ଟର ନରସିଂହପାତ୍ରଙ୍କର ବୋଲି ଜଣାପଡ଼ିଥିଲା । ଛତ୍ରପୁର ଅଞ୍ଚଳର ବ୍ୟବସାୟୀ ଅହି ଭୂଷଣ ସାହୁ ବା ବାବୁଲି ସାହୁଙ୍କ ଘରେ ମଧ୍ୟ ରେଡ୍ କରିଥିଲା ଇଡି।

ଏହା ମଧ୍ୟ ପଢନ୍ତୁ...ନିର୍ବାଚନ ପୂର୍ବରୁ ସକ୍ରିୟ ED, ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ବିଭିନ୍ନ ସ୍ଥାନରେ ରେଡ୍

ଏହା ମଧ୍ୟ ପଢନ୍ତୁ...ନିର୍ବାଚନ ପୂର୍ବରୁ ରାଜ୍ୟବ୍ୟାପୀ ଚଢାଉ ଜାରି, ଜବତ ହେଲାଣି ୧୦୦ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ମାଦକ ଦ୍ରବ୍ୟ ସହ ନଗଦ ଟଙ୍କା

ଖବରକାଗଜର ମୁଖ୍ୟ ବିକାଶ ସ୍ୱାଇଁଙ୍କ ଓ ସାଗର ରାୟଙ୍କ ସମେତ ଅନ୍ୟ ସହଯୋଗୀ ଭିନିତ ଲଲାନିଙ୍କ ଘରେ ମଧ୍ୟ ରେଡ ହୋଇଥିଲା । ତେବେ ଅର୍ଥତତ୍ତ୍ବ ମାମଲାରେ‌ ଅନେକ ହେବିଓ୍ବେଟ୍ , କର୍ପୋରେଟ ବିଜନେସ ମ୍ୟାନଙ୍କ ସହ ପ୍ରଭାବଶାଳୀ ନେତା ମଧ୍ୟ ସମ୍ପୃକ୍ତ ରହିଥିବା ଜଣାପଡ଼ିଛି। ପୂର୍ବରୁ ୨୦୧୪ ରୁ ୫୦୦କୋଟି ଜାଲିଆତିର ତନାଘନା କରି ସେତେବେଳେ ସିବିଆଇ ଏହି ମାମଲାରେ ଅନେକଙ୍କୁ ଗିରଫ ସହିତ ଚାର୍ଜସିଟ୍ କରିଥିଲା। ୨ ବର୍ଷେ ତଳେ ଅର୍ଥାତ୍ ୨୦୨୨ ମସିହା ମାର୍ଚ୍ଚ ୬ ତାରିଖରେ ଏହି ମାମଲାରେ ପୂର୍ବତନ ବାଙ୍କି ବିଧାୟକ ମଧ୍ୟ ଇଡିରେ ଦୁଇ ଥର ହାଜର ହୋଇ ଜେରାର ସମ୍ମୁଖୀନ ହୋଇଥିଲେ । ନିର୍ବାଚନ ପୂର୍ବରୁ ଆକ୍ସନ ମୋଡକୁ ଆସିଥିବା ଇଡି ଏବେ ଧରପକଡ଼ ଚଳାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.