ETV Bharat / state

ଗୋଲ୍ଡେନ ଲ୍ୟାଣ୍ଡ ଚିଟଫଣ୍ଡ କମ୍ପାନୀରେ ପଶିଲା ଇଡି, ଓଡ଼ିଶାର ୧୫ ସ୍ଥାନରେ ରେଡ୍ - ଗୋଲ୍ଡେନ ଲ୍ୟାଣ୍ଡ ଚିଟଫଣ୍ଡରେ ଇଡି ରେଡ

ED Raids on Golden Land : ଗୋଲ୍ଡେନ ଲ୍ୟାଣ୍ଡ ଚିଟଫଣ୍ଡ କମ୍ପାନୀ ଉପରେ ଇଡି ରେଡ । ଦେଶର 20 ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଥିବା ସୂଚନା । ଅଧିକ ପଢନ୍ତୁ

ED  Raids on Golden Land
ED Raids on Golden Land
author img

By ETV Bharat Odisha Team

Published : Feb 8, 2024, 1:19 PM IST

Updated : Feb 8, 2024, 2:25 PM IST

ଭୁବନେଶ୍ବର/ବ୍ରହ୍ମପୁର: ଚିଟଫଣ୍ଡ କମ୍ପାନୀ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ବଡ ଧରଣର ଚଢ଼ାଉ । ଗୋଲ୍ଡେନ ଲ୍ୟାଣ୍ଡ ଚିଟଫଣ୍ଡ କମ୍ପାନୀ ଉପରେ ଏହି ଚଢ଼ାଉ କରାଯାଇଛି । 900 କୋଟି ଟଙ୍କା ଠକେଇ ଅଭିଯୋଗରେ ଚଢ଼ାଉ କରାଯାଉଥିବା ସୂଚନା ରହିଛି । ଓଡ଼ିଶା ସମେତ ଦେଶରେ 20 ସ୍ଥାନରେ ଏହି ଚଢ଼ାଉ କରାଯାଇଛି । ଓଡିଶାର ୧୫ଟି ସ୍ଥାନରେ ସମେତ ଦିଲ୍ଲୀ ଏବଂ ଚଣ୍ଡୀଗଡ଼ରେ ଜାରି ରହିଛି ଚଢ଼ାଉ । ଓଡିଶାର ଭୁବନେଶ୍ବର ଓ ଦିଗପହଣ୍ଡିରେ ମଧ୍ୟ ଚଢାଉ କରାଯାଉଛି । ସ୍କିମର ପ୍ରଲୋଭନ ଦେଖାଇ ଏହି ଚିଟଫଣ୍ଡ କମ୍ପାନୀ ଲୋକଙ୍କ ଠାରୁ ଟଙ୍କା ଠକେଇ କରୁଥିବା ଅଭିଯୋଗ ହୋଇଛି ।

ବ୍ରହ୍ମପୁର ଲିଙ୍କ: ଗୋଲ୍ଡେନ ଲ୍ୟାଣ୍ଡ ପ୍ରାଇଭେଟ୍ ଚିଟଫଣ୍ଡ କମ୍ପାନୀରେ ବ୍ରହ୍ମପୁର ଲିଙ୍କ ରହିଥିବା ଅଭିଯୋଗରେ ବ୍ରହ୍ମପୁର ସହର ସମେତ ଆଖପାଖର ବହୁ ସ୍ଥାନରେ ଚଢାଉ ଜାରି ରହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବ୍ରହ୍ମପୁର ସହର ସମେତ ଉପଖଣ୍ଡ ସ୍ତରରେ ଡୁରା ଓ ଦିଗପହଣ୍ଡି ଅଞ୍ଚଳରେ ଚଢାଉ ଜାରି ରହିଛି । ଏହି ଚଢାଉ ବିଶେଷ କରି କେତେକ ବିଲଡର ଓ ଜମି କାରବାର କରି ଆସୁଥିବା ବ୍ୟକ୍ତିବିଶେଷଙ୍କ ଘରେ ହେଉଥିବା ଜଣାପଡିଛି । ବ୍ରହ୍ମପୁରର ପ୍ରତିଷ୍ଠିତ ବିଲଡର ଟୁଲୁ ମଙ୍ଗରାଜ, ପୂର୍ବତନ ଜିଲ୍ଲା ପରିଷଦ ଲକ୍ଷ୍ମୀ ସାହୁ ଓ ଜମି କାରବାରରେ ସଂପୃକ୍ତ ସଞ୍ଜୟ ପାଣିଗ୍ରାହୀଙ୍କ ଘର ସହ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଜାଗାରେ ED ଚଢ଼ାଉ କରିଛି । ପ୍ରକାଶଥଉକି, ଚିଟଫଣ୍ଡ ଜମି ଓ ହିଞ୍ଜିଳିର ଦେବତ୍ତୋର ଜମି ଘଟଣାରେ ଟୁଲୁ ମଙ୍ଗରାଜକୁ ପୂର୍ବରୁ ହାଇକୋର୍ଟରୁ ଝଟକା ଲାଗିଥିଲା । ଦିଗପହଣ୍ଡିର ପୂର୍ବତନ ତହସିଲଦାର ଓ ସଂଜୟ ପାଣିଗ୍ରାହୀ ବହୁ ଜମି ଘୋଟାଲାର ମାଷ୍ଟର ମାଇଣ୍ତ ଥିବା ଅଭିଯୋଗ ଥିଲା।

ଏହା ମଧ୍ୟ ପଢନ୍ତୁ: ଜୁଏଲାରୀ ସଂସ୍ଥା ଜରିଆରେ ବ୍ୟାଙ୍କକୁ ଠକେଇ, ୧୯ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ଜବତ

ଗୋଲ୍ଡେନ ଲ୍ୟାଣ୍ଡ ବିରୋଧରେ ଅଭିଯୋଗ: ସୂଚନା ଅନୁସାରେ, ୨୦୦୧ରୁ ୨୦୧୧ମସିହା ଭିତରେ ସକ୍ରିୟ ରହିଥିଲା ଏହି କମ୍ପାନି । ପୂର୍ବରୁ ଅର୍ଥାତ 2017 ମସିହାରେ ଏହି କମ୍ପାନୀ ନାଁରେ ସିବିଆଇ ଦୁଇଟି ଚାର୍ଜସିଟ ଦାଖଲ କରିଥିଲା । ଆରଡି ଏବଂ ଏଫଡି ଜରିଆରେ ପ୍ଲଟ ଠକେଇ କରୁଥିବା ଅଭିଯୋଗ ହୋଇଛି । ପ୍ରାୟ ୯୦୦ କୋଟି ଠକେଇ ମାମଲାରେ ମନି ଲଣ୍ଡରି ମାମଲାରେ ଚାଲିଥିବା ବେଳେ ଇଡି ଏହାର ଆର୍ଥିକ କାରବାର ସଂମ୍ପର୍କରେ ଅଧିକ ଖୋଳତାଡ ଜାରି ରଖିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ ପୂର୍ବରୁ କ୍ରାଇମବ୍ରାଞ୍ଚ ମଧ୍ୟ ରେଡ୍ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର/ବ୍ରହ୍ମପୁର

Last Updated : Feb 8, 2024, 2:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.