ETV Bharat / state

ସରକାରୀ ବିଜ୍ଞାପନରେ ‘ଶଙ୍ଖ’ ଚିହ୍ନ ବ୍ୟବହାର କରୁଛି ନବୀନ ସରକାର ! ଜବାବ ମାଗିଲା ନିର୍ବାଚନ ଆୟୋଗ - Election Commission of India

ECI seeks clarification from Odisha govt, BJD for using 'conch' symbol in advertisements: ସରକାରୀ ବିଜ୍ଞାପନରେ ବ୍ୟବହାର ହେଉଛି ‘ଶଙ୍ଖ’ ଚିହ୍ନ । ନବୀନ ସରକାର ଓ ବିଜେଡିକୁ କାରଣ ଦର୍ଶାଇବାକୁ ନିର୍ବାଚନ ଆୟୋଗର ନୋଟିସ । ଅଧିକ ପଢନ୍ତୁ

ବିଜ୍ଞାପନରେ ‘ଶଙ୍ଖ’ ଚିହ୍ନ ବ୍ୟବହାର କରୁଛି ନବୀନ ସରକାର ! ଜବାବ ମାଗିଲା ନିର୍ବାଚନ ଆୟୋଗ

author img

By ETV Bharat Odisha Team

Published : Feb 28, 2024, 10:02 PM IST

ନୂଆଦିଲ୍ଲୀ/ଭୁବନେଶ୍ବର: ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନ ‘ଶଙ୍ଖ’ ବ୍ୟବହାର କରୁଛି ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ‘ବିଜେଡି’ ସରକାର । ଏପରି ଏକ ଅଭିଯୋଗ ନେଇ ନିର୍ବାଚନ କମିଶନ ଓଡିଶା ସରକାର ଓ ଶାସକ ବିଜୁ ଜନତା ଦଳ (ବିଜେଡି)କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି । ମୁଖ୍ୟ ଶାସନ ସଚିବ ଓ ଶାସକ ‘ବିଜୁ ଜନତା ଦଳ’(ବିଜେଡି)ର ସାଧାରଣ ସମ୍ପାଦକଙ୍କୁ ଏହି ନୋଟିସ ଜାରି କରାଯାଇ ମାର୍ଚ୍ଚ 2 ତାରିଖ ସଂଧ୍ୟା ସୁଦ୍ଧା ସ୍ପଷ୍ଟୀକରଣ ରଖିବାକୁ ଆୟୋଗ ପକ୍ଷରୁ କୁହାଯାଇଛି ।

ଜାତୀୟ ଖବର ସରବରାହ ସଂସ୍ଥା ‘ଏଏନଆଇ’ରେ ପ୍ରସାରିତ ଖବର ଅନୁସାରେ, ଶାସନରେ ଥିବା ‘ବିଜେଡି’ ସରକାର ‘ଶଙ୍ଖ’ ଚିହ୍ନ ବ୍ୟବହାର କରି ବିଭିନ୍ନ ଖବର କାଗଜ, ଟିଭି ଚ୍ୟାନେଲ ଓ ସରକାରୀ ପରିବହନ (OSRTC) ବସରେ ବିଜ୍ଞାପନ ଦେବା ସହ ଓ ଏପିରିକି ବିଭିନ୍ନ ସାର୍ବଜନୀନ ସ୍ଥାନରେ ହୋଡିଂ ଲଗାଇ ନିଜ ଦଳର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ହୋଇଥିଲା । ଏହାକୁ ନିର୍ବାଚନ ଆୟୋଗ ଗମ୍ଭୀରତାର ସହ ନେଇ ରାଜ୍ୟ ସରକାର ଓ ବିଜେଡି ଦଳକୁ ଜବାବ ମାଗିଛି । ନବୀନ ସରକାର ବିରୋଧରେ ଆସିଥିବା ଏହି ଅଭିଯୋଗ ନିର୍ବାଚନ ଆୟୋଗଙ୍କ ଦ୍ବାରା ପ୍ରଦତ୍ତ 2016 ଗାଇଡଲାଇନକୁ ସ୍ପଷ୍ଟ ଉଲ୍ଲଙ୍ଘନ କରୁଛି । ଯେଉଁଥିରେ କୁହାଯାଇଥିଲା ଯେ, କୌଣସି ରାଜନୈତିକ ଦଳ ସାର୍ବଜନୀନ ଧନ କିମ୍ବା ସାର୍ବଜନୀନ ସ୍ଥାନରେ ନିର୍ବାଚନୀ ଚିହ୍ନ ମାଧ୍ୟମରେ ନିଜ ଦଳର ପ୍ରଚାର ପ୍ରସାର କରିପାରିବେ ନାହିଁ । ଏହା ସ୍ବଚ୍ଛ ଓ ମୁକ୍ତ ନିର୍ବାଚନ ଅବଧାରଣାର ବିପରୀତ ଗତିବିଧି । ତେବେ ଏନେଇ ପୂର୍ବରୁ ମଧ୍ୟ ରାଜ୍ଯରେ ବିରୋଧୀ ଦଳ ଭୂମିକାରେ ଥିବା ‘ଭାରତୀୟ ଜନତା ପାର୍ଟି’ ଅଭିଯୋଗ କରିସାରିଛି ।

ଏହା ମଧ୍ୟ ପଢନ୍ତୁ :-ହିମାଚଳରେ ଘଡ଼ିକେ ଛୁଟୁଛି ଘୋଡ଼ା: ଗୃହ ମୁଲତବୀ ସହ ଟଳିଲା ସରକାର ପତନ ଆଶଙ୍କା, ଶିମଲାରେ କଂଗ୍ରେସ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ଏପ୍ରିଲ-ମେ’ ମାସରେ ହେବାକୁ ଥିବା ନିର୍ବାଚନ ପାଇଁ ଆସନ୍ତାମାସ ପ୍ରାରମ୍ଭରେ ବିଜ୍ଞପ୍ତି ପ୍ରକାଶ ପାଇବାରେ । ଏହା ସହ ପୁରା ଦେଶରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହେବାକୁ ଯାଉଛି । ସାଧାରଣ ନିର୍ବାଚନ ସହ ଓଡିଶା ସମେତ 4 ରାଜ୍ୟରେ ବଧାନସଭା ନିର୍ବାଚନମଧ୍ୟ ହେବାକୁ ଯାଉଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଓ ତାଙ୍କ ଟିମ ବିଭିନ୍ନ ରାଜ୍ୟ ଗସ୍ତ କରି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରୁଛନ୍ତି । ନିକଟରେ ଏହି ଟିମ୍‌ ଓଡିଶାରେ ମଧ୍ୟ ପ୍ରସ୍ତୁତି ସମୀକ୍ଷା କରି ଫେରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.