ETV Bharat / state

ଅନୁଗୋଳ-ସମ୍ବଲପୁର ସେକ୍ସନ NH-୫୫ କାର୍ଯ୍ୟ ଲାଗି ECIଙ୍କ ଅନୁମତି - ECI Permits NH 55 Construction

author img

By ETV Bharat Odisha Team

Published : May 6, 2024, 11:00 PM IST

ECI Grants Permission For NH-55 Construction: NH-55 ରାସ୍ତା କାମ ପାଇଁ ନିର୍ବାଚନ ଆୟୋଗ ଦେଇଛନ୍ତି ଅନୁମତି । ଖୁବଶୀଘ୍ର ରାସ୍ତାର ସମ୍ପ୍ରସାରଣ କାମ ଆରମ୍ଭ ହେବ ।

NH-55 Construction
NH-55 Construction (ETV Bharat Odisha)

ଭୁବନେଶ୍ବର: ଦେଶରେ ନିର୍ବାଚନ ଆଚରଣ ଆଦର୍ଶ ବିଧି ଲାଗୁ ରହିଥିବାବେଳେ NH-55 ରାସ୍ତା କାମ ପାଇଁ ମିଳିଛି ଅନୁମତି । ଅନୁଗୋଳ - ସମ୍ବଲପୁର ସେକ୍ସନ ଏନଏଚ ୫୫ର କିଛି କାର୍ଯ୍ୟ ଲାଗି ଅନୁମତି ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ସମ୍ବଲପୁର ଜିଲ୍ଲାର ଅଇଁଠାପାଲିରେ ୩.୫ କିଲୋମିଟର ଦୀର୍ଘ ୬ ଲେନ ବିଶିଷ୍ଟ ଫ୍ଲାଏ ଓଭର ଏବଂ ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ ୫୩ରେ ୨ ଲେନ ବିଶିଷ୍ଟ ରୋଡ ଓଭର ବ୍ରିଜ କାମ ପାଇଁ ଅନୁମତି ମିଳିଛି । ଖୁବଶୀଘ୍ର ରାସ୍ତାର ସମ୍ପ୍ରସାରଣ କାମ ଆରମ୍ଭ ହେବ ।

NH-55 Construction
NH-55 Construction (ETV Bharat Odisha)

ସୂଚନା ଅନୁସାରେ, ଅନୁଗୋଳ - ସମ୍ବଲପୁର ସେକ୍ସନର କିଛି କାର୍ଯ୍ୟ ପାଇଁ ୨୦୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସମ୍ବଲପୁରର ଅଇଁଠାପାଲିରେ ୬ ଲେନ ବିଶିଷ୍ଟ ଫ୍ଲାଏ ଓଭର ଓ ଜିଲ୍ଲାର ଜାତୀୟ ରାଜପଥ ୫୩ରେ ୨ ଲେନ ବିଶିଷ୍ଟ ରୋଡ ଓଭର ବ୍ରିଜ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର ହୋଇସାରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ବର୍ଷ ନଭେମ୍ବର ୨୮ ତାରିଖରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ଏନେଇ ଚିଠି ଲେଖିଥିଲେ । ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ, ଜାତୀୟ ରାଜପଥ ୫୩ ବରାଇପାଲି ଛକ ଓ ଅଇଁଠାପାଲି ଦେଇ ଝାରସୁଗୁଡା, ଦେବଗଡ଼ ଓ ସମ୍ବଲପୁର ସହରକୁ ଯୋଗାଯୋଗ କରୁଛି । ଫ୍ଲାଏ ଓଭରର ବ୍ୟବସ୍ଥା ନଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଧର୍ମେନ୍ଦ୍ର କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଥିଲେ ।

NH-55 Construction
NH-55 Construction (ETV Bharat Odisha)

ଚିଠି ମିଳିବା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଚଳିତବର୍ଷ ମାର୍ଚ୍ଚ ୧୨ ତାରିଖରେ ସମ୍ବଲପୁରର ଅଇଁଠାପାଲିରେ ୩.୫ କିଲୋମିଟର ଦୀର୍ଘ ୬ ଲେନ ବିଶିଷ୍ଟ ଫ୍ଲାଏ ଓଭର ଏବଂ ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ - ୫୩ ରେ ୨ ଲେନ ବିଶିଷ୍ଟ ରୋଡ ଓଭର ବ୍ରିଜ ନିର୍ମାଣ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ଟ୍ରାଫିକ ସମସ୍ୟାକୁ ଦୂର କରିବା ସହ ଏନଏଚ ୫୩ରେ ଓଭର ବ୍ରିଜ ନାଗରିକଙ୍କ ଯାତାୟତକୁ ଆହୁରି ଅଧିକ ସୁଗମ କରିବ ବୋଲି ଆଶା ରହିଛି ।

ଏହା ବି ପଢନ୍ତୁ...ଧର୍ମେନ୍ଦ୍ରଙ୍କୁ ସସ୍ମିତଙ୍କ କଟାକ୍ଷ, ଲକ୍ଷ୍ମୀ କାର୍ଯ୍ୟକାରିତାରେ NH-55 ବାଧକ - BJD Slams Dharmendra Pradhan

ଏହାଦ୍ବାରା ଲୋକଙ୍କ ଯିବା ଆସିବା ସୁରକ୍ଷିତ ହେବ । ସ୍ଥାନୀୟ ଅଞ୍ଚଳରେ ଶିଳ୍ପ କ୍ଷେତ୍ରର ବିକାଶ ହେବା ସଙ୍ଗେ ସଙ୍ଗେ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ଦ୍ରୁତ ଅଭିବୃଦ୍ଧି ହେବ । ଦେଶର ସଡ଼କ ପଥ ସମେତ ସମସ୍ତ ଭିତ୍ତିଭୂମିକୁ ମଜଭୂତ କରିବା ମୋଦୀ ଗ୍ୟାରେଣ୍ଟିକୁ ସଫଳ କରିବ । ତେବେ କଟକ - ସମ୍ବଲପୁର ଜାତୀୟ ରାଜପଥ ୫୫ର ଅବ୍ୟବସ୍ଥା ଲାଗି ରହିଛି । ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଜୀବନହାନୀ ହେଉଛି । ଏହାକୁ ନେଇ ବିଭିନ୍ନ ସମୟରେ ରାଜନୀତି ମଧ୍ୟ ଜୋର ଧରିଛି । ଆନ୍ଦୋଳନ ଓ ବିକ୍ଷୋଭ ମଧ୍ୟ ହୋଇଛି । ଚଳିତ ସାଧାରଣ ନିର୍ବାଚନରେ ଜାତୀୟ ରାଜପଥ ୫୫ ବଡ଼ ପ୍ରସଙ୍ଗ ହୋଇଛି । ଜାତୀୟ ରାଜପଥ ୫୫କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ଟାର୍ଗେଟ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.