ETV Bharat / state

ECIଙ୍କ ନିର୍ଦ୍ଦେଶ; ନିର୍ବାଚନ ଦାୟିତ୍ବରୁ ହଟିବେ ଓଡ଼ିଶାର ଜଣେ ଆଇଜି, ୨ ଜିଲ୍ଲାପାଳ ଓ ୫ ଏସପି - ECI transfers DM SP

ECI transfers DM SP: ନିର୍ବାଚନ ପୂର୍ବରୁ ଓଡ଼ିଶାରେ 2 ଜିଲ୍ଲାପାଳ ଓ 5 ଏସପିଙ୍କ ବଦଳି ନିର୍ଦ୍ଦେଶ । ନିର୍ବାଚନ କାର୍ଯ୍ୟକ୍ରମରେ ପକ୍ଷପାତିତା କରୁଥିବା କହିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 2, 2024, 3:16 PM IST

ECI transfers DM SP
ECI transfers DM SP

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଜିଲ୍ଲାପାଳ ଓ ଏସପିଙ୍କ ବଦଳି ନିର୍ଦ୍ଦେଶ । ବଦଳିବେ ଓଡ଼ିଶାର 5 ଏସପି ଓ ଦୁଇ ଜଣ ଜିଲ୍ଲାପାଳ । ନିର୍ବାଚନ କାର୍ଯ୍ୟକ୍ରମରେ ପକ୍ଷପାତିତା କରୁଛନ୍ତି ଓଡିଶାର ପ୍ରଶାସନିକ ଅଧିକାରୀ । ଶାସକ ଦଳକୁ ସୁହେଇଲା ପରି କାର୍ଯ୍ୟ କରୁଛନ୍ତି ଏହି ଅଧିକାରୀ । ଏ କଥା କହିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଓଡ଼ିଶାର ଜଣେ ଆଇଜି, ୨ ଜିଲ୍ଲାପାଳ ଓ ୫ ଏସପିଙ୍କୁ ନିର୍ବାଚନ ଦାୟିତ୍ବରୁ ତୁରନ୍ତ ହଟେଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ ।

ECI transfers DM SP
ECI transfers DM SP

ଭାରତୀୟ ନିର୍ବାଚନ କମିଶନଙ୍କ ସଚିବ ରାକେଶ କୁମାର ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ ଦର୍ଶାଇଛନ୍ତି ଯେ, ରାଜ୍ୟର କିଛି ଅଧିକାରୀ ନିର୍ବାଚନ ପରିଚାଳନା ସଠିକ ଢଙ୍ଗରେ କରୁନାହାନ୍ତି । ସେମାନଙ୍କ ମଧ୍ୟରେ ଜଣେ ଆଇଜି, ଦୁଇ ଜିଲ୍ଲାପାଳ ଓ ୫ ଜଣ ଏସପି ଅଛନ୍ତି । ସେମାନେ ହେଉଛନ୍ତି ଇନ୍ସପେକ୍ଟର ଜେନରାଲ ଅଫ ପୋଲିସ ବା ଆଇଜି ଆଶିଷ କୁମାର ସିଂ । ୨୦୦୪ ବ୍ୟାଚର ଆଶିଷ ବର୍ତ୍ତମାନ ଆଇଜି ମଧ୍ୟ ଭାବେ ନିଯୁକ୍ତ ଅଛନ୍ତି । ସେହିପରି ଦୁଇ ଜିଲ୍ଲାପାଳ ହେଲେ ୨୦୧୨ ବ୍ୟାଚର ବିନୀତ ଭରତଦ୍ବାଜ ଓ ୨୦୧୫ ବ୍ୟାଚର ପାରୁଲ ପଟ୍ଟବାରୀ । ବିନୀତ କଟକ ଓ ପାରୁଲ ଜଗତସିଂହପୁର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି ।

ଏହା ବି ପଢନ୍ତୁ- ନିର୍ବାଚନ ପୂର୍ବରୁ ECIଙ୍କ ବଦଳି ନିର୍ଦ୍ଦେଶ, ବଦଳିବେ ଓଡ଼ିଶାର ୨ ଏସପି ଜଣେ ଜିଲ୍ଲାପାଳ

ସେହିପରି ୫ ଏସପି ହେଲେ ଅନୁଗୁଳ, ବ୍ରହ୍ମପୁର, ଖୋର୍ଦ୍ଧା, ରାଉରକେଲା ଓ ସୁନ୍ଦରଗଡ଼ । ଅନୁଗୁଳ ଏସପି ୨୦୧୨ ବ୍ୟାଚର ଆଇପିଏସ ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁର ଏସପି ୨୦୧୫ ବ୍ୟାଚର ଶ୍ରବଣ ବିବେକ ଏମ, ଖୋର୍ଦ୍ଧାର ଏସପି ୨୦୧୧ ବ୍ୟାଚର ଜିଗୁଳ କିଶୋର ବନୋଥ, ରାଉଲକେଲା ଏସପି ୨୦୧୦ ବ୍ୟାଚର ମିତ୍ରଭାନୁ ମହାପାତ୍ର ଓ ଏସପି ସୁନ୍ଦରଗଡ ୨୦୧୧ ବ୍ୟାଚର କନବର ବିଶାଳ ସିଂ । ତୁରନ୍ତ ଏହି ଅଧିକାରୀଙ୍କୁ ନିର୍ବାଚନ କାର୍ଯ୍ୟରୁ ମୁକ୍ତ କରିବା ସହ ଅନ୍ୟାନ୍ୟ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏମାନଙ୍କ ବଦଳରେ ୩ ଜଣିଆ ଅଧିକାରୀ ତାଲିକା ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସନ୍ଧ୍ୟା ୫ ସୁଦ୍ଧା ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଥାଉକି, 4ଟି ରାଜ୍ୟର ବିଧାନସଭା, ଲୋକସଭା ନିର୍ବାଚନ 7ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଏପ୍ରିଲ 19ରେ ଥିବା ବେଳେ ସପ୍ତମ ପର୍ଯ୍ୟାୟ ଜୁନ 1ରେ ଅନୁଷ୍ଠିତ ହେବ । ଏଥିସହ ଜୁନ 4ରେ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ ତାରିଖ ଘୋଷଣା ପରଠୁ ଦେଶରେ ଆଚରଣ ବିଧି ଲାଗୁ ହୋଇଛି । ଏହି ସମୟରେ କୌଣସି ସରକାରୀ ଅଧିକାରୀଙ୍କ ବଦଳି ନକରାଯିବାକୁ ନିୟମ ଥିବାବେଳେ କିଛି କ୍ଷେତ୍ରରେ ମୁଖ୍ୟ ନିର୍ବାଚନ ଅଧିକାରୀ ବଦଳି କରିପାରିବେ ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.