ETV Bharat / state

ରାଜ୍ୟ ସରକାର, ସିଇଓ ଏବଂ ଏନଫୋର୍ସମେଣ୍ଟ ଏଜେନ୍ସି ସହ ECIଙ୍କ ଆଲୋଚନା - Bhubaneswar

ECI Team Odisha Visit: ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ନେଇ ୩ ଦିନିଆ ଓଡ଼ିଶା ଗସ୍ତରେ ଥିଲେ ଭାରତୀୟ ନିର୍ବାଚନ ଆୟୋଗଙ୍କ ୮ ଜଣିଆ ସ୍ବତନ୍ତ୍ର ଟିମ୍ ।ଗସ୍ତର ଅନ୍ତିମ ଦିନରେ ଇସିଆଇ ଟିମ ରାଜ୍ୟ ସରକାର, ସିଇଓ ଓ କେନ୍ଦ୍ରୀୟ ସଂସ୍ଥା ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ,

ECI Team Odisha Visit
ECI Team Odisha Visit
author img

By ETV Bharat Odisha Team

Published : Feb 17, 2024, 4:04 PM IST

Updated : Feb 17, 2024, 4:17 PM IST

ଭୁବନେଶ୍ବର: ରାଜ୍ୟରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ଥିତି ସମୀକ୍ଷା ଲାଗି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର, ନିର୍ବାଚନ ଆୟୁକ୍ତ ଅରୁଣ ଗୋଏଲଙ୍କ ସମେତ ୮ ଜଣିଆ ଟିମ ଓଡ଼ିଶା ଗସ୍ତରେ ଅଛନ୍ତି । ଭାରତୀୟ ନିର୍ବାଚନ ଆୟୋଗଙ୍କ ଏହି ସ୍ବତନ୍ତ୍ର ଟିମର ଓଡ଼ିଶା ଗସ୍ତର ଆଜି (ଶନିବାର) ତୃତୀୟ ତଥା ଅନ୍ତିମ ଦିନ । ଗସ୍ତର ଶେଷ ଦିନରେ ନିର୍ବାଚନ ଆୟୋଗ ୩ଟି ଗୁରୁତ୍ବପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିଛନ୍ତି । ରାଜ୍ୟ ସରକାର, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଏନଫୋର୍ସମେଣ୍ଟ ଏଜେନ୍ସି ସହ ଆଲୋଚନା କରିଛନ୍ତି ।

୨୦୨୪ ସାଧାରଣ ନିର୍ବାଚନର ପ୍ରସ୍ତୁତି ଲାଗି ଆଜି ଗସ୍ତର ତୃତୀୟ ଦିନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ତଥା ଭାରତ ନିର୍ବାଚନ ଆୟୋଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସିମାନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସମେତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ, ଆୟକର ବିଭାଗ, RBI, SLBC, ବିମାନବନ୍ଦର କର୍ତ୍ତୃପକ୍ଷ, CT&GST, ସୀମା ସୁରକ୍ଷା ବାହିନୀ ଆଦିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ- ରାଜନୈତିକ ଦଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କଲେ ECI

ଗସ୍ତର ତୃତୀୟ ଦିନରେ ଦ୍ଵିତୀୟ ବୈଠକରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର, ନିର୍ବାଚନ ଆୟୁକ୍ତ ଅରୁଣ ଗୋଏଲ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ବୈଠକରେ ରାଜ୍ୟ ଅରକ୍ଷୀ ନୋଡାଲ ଅଧିକାରୀ ସଞ୍ଜୟ କୁମାରଙ୍କ ସମେତ ବରିଷ୍ଠ ଆରକ୍ଷୀ ଅଧିକାରୀ ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ତୃତୀୟ ଦିନ ତୃତୀୟ ବୈଠକରେ ଜାତୀୟ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପୋଲିସ ଡିଜି ଅରୁଣ ଷଡଙ୍ଗୀ ଓ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ଦେଓରଞ୍ଜନ ସିଂଙ୍କ ସହ ଆଲୋଚନା କରିଛନ୍ତି ।

ଏହା ବି ପଢନ୍ତୁ- ଓଡିଶାରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ନିର୍ବାଚନୀ ପ୍ରସ୍ତୁତିର କରିବେ ସମୀକ୍ଷା

ସୂଚନା ଥାଉ କି ଗତକାଲି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ଟିମ୍‌ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା । ଏହାପରେ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଏସ୍‌ପିଙ୍କ ସହ ଆୟୋଗ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ଓ ଆଇନଶୃଙ୍ଖଳା ପରିସ୍ଥିତି ବାବଦରେ ଆୟୋଗ ତଥ୍ୟ ସଂଗ୍ରହ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 17, 2024, 4:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.