ETV Bharat / state

ରାଜନୈତିକ ଦଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କଲେ ECI

ECI meeting in Bhubaneswar: ଓଡ଼ିଶାରେ ଦ୍ବିତୀୟ ଦିନରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ନିର୍ବାଚନ ଆୟୋଗ । ଆଗାମୀ ନିର୍ବାଚନ ପ୍ରସ୍ତୁତି ନେଇ ପ୍ରଥମେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ଦ୍ବିତୀୟରେ ବିଭିନ୍ନ ଅଧିକାରୀଙ୍କ ସହ କଲେ ଆଲୋଚନା । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Feb 16, 2024, 7:38 PM IST

ରାଜନୈତିକ ଦଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କଲେ ECI
ରାଜନୈତିକ ଦଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କଲେ ECI
ରାଜନୈତିକ ଦଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କଲେ ECI

ଭୁବନେଶ୍ବର: ଓଡିଶା ଗସ୍ତର ଦ୍ବିତୀୟ ଦିନରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ନିର୍ବାଚନ ଆୟୋଗ । ପ୍ରଥମେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ଟିମ୍‌ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି । ଏହାପରେ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଏସ୍‌ପିଙ୍କ ସହ ଆୟୋଗ ଆଲୋଚନା କରିଛନ୍ତି । ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ଓ ଆଇନଶୃଙ୍ଖଳା ପରିସ୍ଥିତି ବାବଦରେ ଆୟୋଗ ତଥ୍ୟ ସଂଗ୍ରହ କରିଛନ୍ତି ।

ମୁଖ୍ୟ ନିର୍ବାଚନ କମିଶନରଙ୍କ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର । ସଂତୃପ୍ତ କହିଛନ୍ତି, "ଓଡ଼ିଶାରେ ଆସନ୍ତା ଦିନରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ମୁକ୍ତ ଓ ଅବାଧ ନିର୍ବାଚନକୁ ଗୁରୁତ୍ଵ ଦେଇଆସୁଛନ୍ତି । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟବାସୀଙ୍କ ସେବାରେ ବିଜେଡି ସରକାର ସହଯୋଗ କରିଆସୁଛି । ବହୁ ଜନକଲ୍ୟାଣକାରୀ ଯୋଜନା ମୁଖ୍ୟମନ୍ତ୍ରୀ ଦେଇଛନ୍ତି । ଏସବୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି । ନିର୍ବାଚନ ସମୟରେ ଏସବୁ ଯେପରି ଚାଲୁ ରହିବ ସେଥିପାଇଁ ଅନୁରୋଧ କରିଛୁ । ଏପରି ଏକ ଭୁଲ ବୁଝାମଣା ୨୦୧୯ରେ ହୋଇଥିଲା । ଯଦି କିଛି ଆପତ୍ତି ଆସେ ତାହେଲେ ସରକାରୀ ଦଳକୁ ଶୁଣିବାକୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଉ ।"

ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିବା ପରେ କଂଗ୍ରେସର ବରିଷ୍ଠ ନେତା ଶିବାନନ୍ଦ ରାୟ କହିଛନ୍ତି, "ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ପାଇଁ କଳା ଟଙ୍କା ଉପରେ ରୋକ ଲଗାଇବାକୁ ଦାବି କରିଛୁ । ସେହିପରି ଇଲେକ୍ଟୋରାଲ ବଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡାକଡି ପାଳନ କରାଯାଉ । ନିର୍ବାଚନ ସମୟରେ ସରକାରୀ ଦଳ ପୋଲିସ ଫୋର୍ସର ଅପବ୍ୟବହାରକୁ ନିର୍ବାଚନରେ ରୋକିବାକୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଦାବି କରିଛୁ ।" ଇଭିଏମ୍‌ ଟ୍ୟାମ୍ପରିଙ୍ଗ୍‌ ରୋକିବା ସହ ଉଦ୍ଦେଶ୍ୟମୂଳକ ଭାବେ ତାଲିକାରୁ ଭୋଟରଙ୍କ ନାଁ କଟାଯାଉଛି । ତାକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ଦଳ ଦାବି ଜଣାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଓଡିଶାରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ନିର୍ବାଚନୀ ପ୍ରସ୍ତୁତିର କରିବେ ସମୀକ୍ଷା

ସେହିପରି ବିଜେପି ମୁଖପାତ୍ର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ କହିଛନ୍ତି, "ବିଜେଡି ସରକାର ନିର୍ବାଚନ ସମୟରେ ସରକାରୀ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର ପାଇଁ ବ୍ୟବହାର କରିବା ସହ ଜନତାଙ୍କୁ ଟଙ୍କା ବାଣ୍ଟି ନିର୍ବାଚନ ଆଇନ ଉଲ୍ଲଘଂନ କରୁଛନ୍ତି । ଜିଲ୍ଲା ପ୍ରଶାସନ, ପୋଲିସର ନିରପେକ୍ଷତା ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଆଗାମୀ ନିର୍ବାଚନ ପାଇଁ ରାଜ୍ୟରେ ସରକାରୀ କର୍ମଚାରୀ ନିର୍ବାଚନ ନିୟମ ଉଲ୍ଲଘଂନ କରିବା ସହ କିଭଳି ବିଜେଡିର କର୍ମୀ ଭଳି ପ୍ରଚାର ନକରିବେ, ସେନେଇ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପ୍ରତିନିଧିମଣ୍ଡଳୀ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଆମ ଓଡ଼ିଶା ନବୀନ ଓଡ଼ିଶା ଲୋଗୋରେ ବିଜେଡିର ନିର୍ବାଚନ ଚିହ୍ନ ଶଙ୍ଖ ଚିହ୍ନର ବ୍ୟବହାର କରାଯାଉଛି । ଏହାଦ୍ବାରା ସରକାରୀ ଟଙ୍କାରେ ଦଳୀୟ ପ୍ରଚାର ପ୍ରସାର କରାଯାଉଛି । ଏସବୁ ବନ୍ଦ ହେବା ଦରକାର । ଏବେ ବିଜୁ ଜନତା ଦଳ ନିର୍ବାଚନ ହାରିବା ଭୟରେ ସରକାରୀ ଟଙ୍କାକୁ ଅଗଣତାନ୍ତ୍ରିକ ଭାବରେ ଭୋଟ ହାତେଇବା ପାଇଁ ଖର୍ଚ୍ଚ କରୁଛି ।" ନିର୍ବାଚନକୁ ଅବାଧ ଓ ଭୟମୁକ୍ତ କରିବା ପାଇଁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ପାଇଁ ଦଳ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.