ETV Bharat / state

ରଥଯାତ୍ରାରେ ପୁରୀକୁ ଗଡିବ ୩୧୫ଟି ସ୍ବତନ୍ତ୍ର ଟ୍ରେନ, AI ଆଧାରିତ ସିଷ୍ଟମରେ ଚାଲିବ ଟ୍ରେନ - Special Trains For Rath Yatra

author img

By ETV Bharat Odisha Team

Published : Jul 4, 2024, 10:10 PM IST

Special Trains For Rath Yatra: ଆଗାମୀ ରଥଯାତ୍ରା ପାଇଁ ଭକ୍ତଙ୍କର ସୁଗମ ଯାତାୟାତ ପାଇଁ ୩୧୫ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ । ଯାତ୍ରୀମାନଙ୍କ ସମସ୍ୟା ତଥା ଟ୍ରେନ୍ ଚଳାଚଳ ସୁଗମ କରିବା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବା ନେଇ ପୂର୍ବତଟ ରେଲୱେ ସୂଚନା ଦେଇଛନ୍ତି ।

Special Trains For Rath Yatra
Special Trains For Rath Yatra (ETV Bharat Odisha)

ଭୁବନେଶ୍ବର: ପୁରୀ ରଥ ଯାତ୍ରା ସମୟରେ ଯାତ୍ରୀ ମାନଙ୍କ ଭିଡକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ତୀର୍ଥଯାତ୍ରୀଙ୍କ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ବ୍ୟବସ୍ଥା କରିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ପୁରୀକୁ ରେଳ ଦ୍ବାରା ଆସୁଥିବା ଭକ୍ତମାନଙ୍କୁ କିଭଳି ସୁରକ୍ଷା ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରିଛି ପୂର୍ବତଟ ରେଳବାଇ । ରଥଯାତ୍ରା ସମୟରେ ସ୍ବତନ୍ତ୍ର ଟ୍ରେନର ସୁରକ୍ଷା, ନିରାପତ୍ତା ଏବଂ ସମୟାନୁବର୍ତ୍ତିତା ମାନଦଣ୍ଡ ଯୋଗାଇଦେବା ସହିତ ବହୁ ଜନସମାଗମକୁ ଦୃଷ୍ଟିରେ ରଖି ଷ୍ଟେସନ ପରିସରର ପରିମଳ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବାରୋପ କରାଯାଇଛି ।

ଯାତ୍ରୀମାନଙ୍କ ସମସ୍ୟା ତଥା ଟ୍ରେନ୍ ଚଳାଚଳ ସୁଗମ କରିବା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଉଛି । ଷ୍ଟେସନରେ ରେଳବାଇ ସୂଚନା ସମ୍ବନ୍ଧରେ ପ୍ରଭାବଶାଳୀ ଘୋଷଣା ଏବଂ ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ମାଧ୍ୟମରେ ଟିକେଟ୍ ସୁଗମ ଉପଲବ୍ଧ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯିବ । ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ଗୁଡ଼ିକରେ ଟ୍ରାଫିକ୍ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଏବଂ ସୁବିଧା ପ୍ରତି ମଧ୍ୟ ଧ୍ୟାନ ଦେବା ପାଇଁ ରେଳବାଇ ଯୋଜନା କରିଛି ।

ରଥଯାତ୍ରା ସମୟରେ ରେଳପଥରେ ଭିଡ଼ ଏଡ଼ାଇବା ପାଇଁ ବ୍ୟବସ୍ଥା:

ରଥଯାତ୍ରା ସମୟରେ ରେଳବାଇ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ପଦକ୍ଷେପ ଗୁଡ଼ିକ ହେଉଛି, ଭିଡ ଏଡ଼ାଇବା (କ୍ରାଉଡ୍ ମ୍ୟାନେଜମେଣ୍ଟ), ଟ୍ରେନ୍ ସୂଚନା ବ୍ୟବସ୍ଥା ବା ଅନୁସନ୍ଧାନ କାଉଣ୍ଟର, ଭିଡିଓ ୱାଲ୍ ପ୍ରଦର୍ଶନ, UTS ମୋବାଇଲ୍ ଆପ୍, ୨୫ ହଜାରରୁ ଅଧିକ ତୀର୍ଥଯାତ୍ରୀ ଏବଂ ଭକ୍ତଙ୍କ ରହିବା ପାଇଁ ମେଳା ସେଡ ଓ ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର ବା ଶେଡ୍, ଟିକେଟ୍ ବୁକିଂ କାଉଣ୍ଟର ଏବଂ ମୋବାଇଲ୍ ଟିକେଟ୍ କାଉଣ୍ଟର, ମେଲା ଶେଡ୍, ସୁରକ୍ଷା ବ୍ୟବସ୍ଥା, କ୍ୟାଟରିଂ ଏବଂ ଆତିଥ୍ୟ, ମେଡିକାଲ୍ ସୁବିଧା ଏବଂ ଆମ୍ବୁଲାନ୍ସ, ସେବା, ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ଯାତ୍ରୀ ବିଶେଷକରି ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ସ୍ୱଚ୍ଛତା, ସୁରକ୍ଷା, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ଶୌଚାଳୟ ଇତ୍ୟାଦିର ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଚଳିତ ବର୍ଷ ରେଳବାଇ ୧୫ ଲକ୍ଷ ଯାତ୍ରୀଙ୍କୁ ପୁରୀକୁ ଏବଂ ପୁରୀ ଠାରୁ ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି । ଏହା ବ୍ୟତୀତ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ କାର୍ଯ୍ୟଶୀଳ ସିଡ୍ୟୁଲିଙ୍ଗ ସିଷ୍ଟମ୍ ବ୍ୟବହାର କରି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବାକୁ ବ୍ୟବସ୍ଥା କରାଯାଉଅଛି । ଯାହାଦ୍ବାରା ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ରେଳବାଇ ନିର୍ଦ୍ଦିଷ୍ଟ ଗନ୍ତବ୍ୟ ସ୍ଥଳକୁ ଅଧିକ ଟ୍ରେନ୍ ଚଳାଚଳ କରାଇ ପାରିବ ।

ଏହା ମଧ୍ୟ ପଢନ୍ତୁ... ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ: ୩ ରଥକୁ ଉଠିଲା କଳସ, ଓଲଟ ଶୁଆ ଏବଂ ଅଁଳା - Chariot Construction

ଯାତ୍ରୀମାନଙ୍କ ପାଇଁ ବ୍ୟବସ୍ଥା:

ଟ୍ରେନ ଗୁଡିକର ସୁପରିଚାଳନା, ଅତିରିକ୍ତ ଟିକେଟ କାଉଣ୍ଟର, ଯାତ୍ରୀ ସହାୟତା ଓ ଅତିରିକ୍ତ ସୂଚନା କେନ୍ଦ୍ର, ଟ୍ରେନ ସମୟ ସାରଣୀର ସୂଚନା ପ୍ରଦର୍ଶନ, ମେଳା ସେଡର ପରିଚାଳନା, ଖାଦ୍ୟ ଓ ପାନୀୟ ବ୍ୟବସ୍ଥା, ଷ୍ଟେସନ ପରିସରର ପରିମଳ ଏବଂ ପରିଷ୍କାର ପରିଚ୍ଛନ୍ନତା, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସହାୟତା ଓ ଆମ୍ବୁଲାନ୍ସ ସେବା, ଆଲୋକୀକରଣ, ଏଲସି ଗେଟ ପରିଚାଳନା, ମନ୍ଦିର ପ୍ରଶାସନକୁ ସହାୟତା, ବ୍ୟାପକ କର୍ମବଳ, ସୁରକ୍ଷା ଓ ନିରାପତ୍ତା ସହିତ ଭିଡ଼ ଏଡ଼ାଇବାକୁ ବ୍ୟବସ୍ଥା ଓ ସିସିଟିଭି ଦ୍ବାରା ନିରୀକ୍ଷଣ ଇତ୍ୟାଦି ପ୍ରତି ବିଶେଷ ଧ୍ୟାନ ଦିଆଯାଇ ଯାତ୍ରୀ ସୁବିଧା ଯୋଗାଇଦିଆଯିବାକୁ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଇଅଛି ।

ସ୍ୱତନ୍ତ୍ର ଟ୍ରେନ:

ପବିତ୍ର ରଥ ଯାତ୍ରା ପାଇଁ ଗଡିବ ସ୍ବତନ୍ତ୍ର ଟ୍ରେନ୍ । ଏନେଇ ରେଳ ମନ୍ତ୍ରଣାଳୟ ୬ ଜୁଲାଇରୁ ୧୯ ଜୁଲାଇ ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ପାଇଁ ପ୍ରଭୁ ଜଗନ୍ନାଥ ରଥ ଯାତ୍ରା ସମୟରେ ପୁରୀକୁ ଏବଂ ପୁରୀ ଠାରୁ ୩୧୫ ଟି ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରିବ। ଚଳିତ ବର୍ଷ ଜୁନାଗଡ଼ ରୋଡ, ସମ୍ବଲପୁର, କେନ୍ଦୁଝରଗଡ, ପାରାଦୀପ, ଭଦ୍ରକ, ଅନୁଗୁଳ, ଗୁଣୁପୁର, ବାଙ୍ଗିରିପୋଷି ବ୍ୟତୀତ ନୂତନ ଭାବେ ବାଦାମପାହାଡ, ରାଉରକେଲା, ବାଲେଶ୍ବର, ସୋନପୁର ଏବଂ ଦଶପଲ୍ଲା ଠାରୁ ସ୍ବତନ୍ତ୍ର ଟ୍ରେନ୍ ପୁରୀକୁ ଚଳାଚଳ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.