ETV Bharat / state

ଗଜପତିରେ ସ୍ଥାପନ ହେବ ବିପର୍ଯ୍ୟୟ ସଂପର୍କିତ ଆଗୁଆ ସୂଚନା ବ୍ୟବସ୍ଥା

Early Warning System: ଗଜପତିରେ ବିପର୍ଯ୍ୟୟ ସଂପର୍କିତ ଆଗୁଆ ସୂଚନା ବ୍ୟବସ୍ଥା । ବାତ୍ୟା ସମୟରେ ଭୂସ୍ଖଳନ ସଂପର୍କରେ ଆଗୁଆ ସୂଚନା ପ୍ରଦାନ କରିବାରେ ସହାୟକ ହେବ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 7, 2024, 12:35 PM IST

ଭୂସ୍ଖଳନ ସଂପର୍କିତ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା

ଭୁବନେଶ୍ୱର: ଗଜପତି ଜିଲ୍ଲାରେ ସ୍ଥାପନ ହେବ ବିପର୍ଯ୍ୟୟ ସଂପର୍କିତ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା । ଜିଲ୍ଲାରେ ବାତ୍ୟା ସମୟରେ ଭୂସ୍ଖଳନ ସଂପର୍କରେ ଏହା ବିଶେଷକରି ଆଗୁଆ ସୂଚନା ପ୍ରଦାନ କରିବାରେ ସହାୟକ ହେବ । ଅମ୍ରିତା ବିଶ୍ୱ ବିଦ୍ୟାପୀଠ ବିଶ୍ୱବିଦ୍ୟାଳୟ, କେରଳ ପକ୍ଷରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ଏ ସଂପର୍କରେ ଓଡିଶା ସରକାରଙ୍କ ସହିତ ଆଲୋଚନା କରାଯାଇଛି ।

ରାଜ୍ୟର ଦକ୍ଷିଣ ଓଡ଼ିଶାରେ ଅବସ୍ଥିତ ଗଜପତି ଜିଲ୍ଲା ହେଉଛି ବେଶ ସମ୍ବେଦନଶୀଳ । ପ୍ରତିବର୍ଷ ଅନେକ ପ୍ରାକୃତିକ କାରଣରୁ ଭୂସ୍ଖଳନର ସମ୍ମୁଖୀନ ହୁଅନ୍ତି ଜିଲ୍ଲାବାସୀ । ପ୍ରତ୍ୟେକ ଥର ଭୂସ୍ଖଳନରେ ବ୍ୟାପକ ଧନ ଜୀବନ କ୍ଷୟକ୍ଷତିର ସମ୍ମୁଖୀନ ହେଉଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଛି ପଦକ୍ଷେପ । ଜିଲ୍ଲାରେ ସ୍ଥାପନ ହେବ ବିପର୍ଯ୍ୟୟ ସଂପର୍କିତ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା । ଏହି ପରିପ୍ରେକ୍ଷୀରେ ଅମ୍ରିତା ସେଣ୍ଟର ଫର ଓ୍ୱେରଲେସ ନେଟଓ୍ୱର୍କ ଆଣ୍ଡ ଆପ୍ଲିକେସନସ ନିର୍ଦ୍ଦେଶକ ମନିଷା ଭି. ରମେଶ ଏବଂ ଡ. ସୁଦେଶ କେ.ଓ୍ୱାଧାଓ୍ୱାନ, ଏହି କେନ୍ଦ୍ରର ଭୂବିଜ୍ଞାନ ପରାମର୍ଶଦାତା ତଥା ଅଧ୍ୟାପକ ଓଡିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସାକ୍ଷାତ କରି ଏ ସଂପର୍କରେ ଆଲୋଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ -'ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ରୋଲ ମଡେଲ'

ଏହା ମଧ୍ୟ ପଡନ୍ତୁ - ରାସାୟନିକ ବିପର୍ଯ୍ୟୟ ପ୍ରଶମନ ମୁକାବିଲା; ୧୦ ଜିଲ୍ଲାର ୨୮ ଶିଳ୍ପାନୁଷ୍ଠାନରେ ମକ୍ ଡ୍ରିଲ୍

ଏହା ପୂର୍ବରୁ ସେମାନେ ଗଜପତି ଜିଲ୍ଲା ପରିଦର୍ଶନରେ ଯାଇଥିଲେ । ଏ ସଂପର୍କରେ ମଧ୍ୟ ସେମାନେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ପରିଚାଳନା ନିର୍ଦ୍ଦେଶକଙ୍କୁ ସାକ୍ଷାତ କରିଥିଲେ । ବିପର୍ଯ୍ୟୟ ସଂପର୍କିତ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ସ୍ଥାପନ ନେଇ ଆଲୋଚନା ହୋଇଥିଲା । ଏହି ବିଶ୍ୱବିଦ୍ୟାଳୟ ତରଫରୁ ବ୍ୟବସ୍ଥାର କାର୍ଯ୍ୟକାରିତା ସଂପର୍କରେ ଆବଶ୍ୟକ ଜ୍ଞାନକୌଶଳ ପ୍ରଦାନ କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ସମୟରେ ଓସଡମାର ପରିଚାଳନା ନିର୍ଦ୍ଦେଶକ ଜ୍ଞାନ ଦାସ ଏବଂ ଓସଡମାର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ: IIRF ବିଜିନେସ୍‌ ସ୍କୁଲ ରାଙ୍କିଂ: ୩୭ତମ ସ୍ଥାନରେ IIM ସମ୍ବଲପୁର

ଇଟିଭି ଭାରତ , ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.