ETV Bharat / state

ନକଲି ଘିଅ ଟେନସନ, ଆପଣ ବ୍ୟବହାର କରୁଥିବା ଘିଅ ଅସଲି ତ ? - DUPLICATE GHEE TENSION

କଟକରେ ନକଲି ଘିଅ ଠାବ ପରେ ବର୍ତ୍ତମାନ ଅସଲି ଓ ନକଲିକୁ ନେଇ ଦ୍ବନ୍ଦ୍ବରେ ଲୋକେ । ଏବେ ଘିଅର ମାନକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଚିନ୍ତାରେ କଟକବାସୀ ।

Ghee Quality
Ghee Quality (ETV Bharat Odisha)
author img

By ETV Bharat Odisha Team

Published : Oct 8, 2024, 6:18 PM IST

Updated : Oct 8, 2024, 7:02 PM IST

କଟକ: ଓଡ଼ିଶାରେ ଘରେ ଘରେ ଘିଅ ବ୍ୟବହାର କରାଯାଏ । କିଏ ଦେଶୀ ଘିଅ ବ୍ୟବହାର କରେ ତ ଆଉ କିଏ କିଣା ଘିଅ ବ୍ୟବହାର କରିଥାଏ । କିଏ ଖାଇବା ପାଇଁ ଘିଅ ବ୍ୟବହାର କରେ ତ ଆଉ କେହି ଠାକୁର ପୂଜାରେ ଘିଅ ବ୍ୟବହାର କରିଥାଏ । ତେବେ କେଉଁ ପ୍ରକାର ଘିଅ ବ୍ୟବହାର କରିବା ଉଚିତ ? ଘିଅର ମାନ କିପରି ଜାଣିବେ ? ବଜାରକୁ ଏବେ ନକଲି ଘିଅ ଆସିବା ପରେ ଏବେ ଘିଅର ମାନକୁ ନେଇ ପ୍ରଶ୍ନ ଉଠିଲାଣି । ଯାହାକୁ ନେଇ ଚିନ୍ତାରେ କଟକବାସୀ ।

Ghee Quality (ETV Bharat Odisha)

ଘିଅର ବ୍ୟବହାର:
କାହିଁ କେଉଁ ଆବାହମାନ ସମୟରୁ ଘିଅ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଭାବରେ ବ୍ୟବହାର ହୋଇଆସୁଛି । ପୂଜା ପର୍ବରେ ମଧ୍ୟ ଏହାର ବ୍ୟବହାର ନିଶ୍ଚିତ ରୂପେ କରାଯାଏ । କିନ୍ତୁ ଆମେ ବ୍ୟବହାର କରୁଥିବା ଘିଅର ବିଶୁଦ୍ଧତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଘିଅ ନାଁରେ ନାନାଦି ପ୍ରକାରର ଅପମିଶ୍ରିତ ସାମଗ୍ରୀ ବଜାରରେ ମିଳୁଛି । ତେଣୁ ଯେଉଁ ଘିଅ ଦେବାଦେବୀଙ୍କ କାର୍ଯ୍ୟରେ ବ୍ୟବହାର ତାହାର ମାନକୁ ନେଇ ଉଠିଛି ପ୍ରଶ୍ନ । ବାସ୍ତବିକ ଆମେ କେଉଁ ପ୍ରକାରର ଘିଅ ପୂଜା ପାଇଁ ବ୍ୟବହାର କରିବା ଉଚିତ? ଆଳତୀ ପାଇଁ ହେଉ କିମ୍ବା ଦୀପ ଲଗାଇବା ପାଇଁ ହେଉ ବ୍ୟବହାର କରାଯାଉଥିବା ଘିଅର ଗୁଣବତ୍ତାକୁ ନେଇ ଉଠିଛି ପ୍ରଶ୍ନ ।

Ghee Quality
Ghee Quality (ETV Bharat Odisha)

ପୂଜା ଘିଅ ନାଁରେ ବିକ୍ରି ଏବଂ ବ୍ୟବହାର ହେଉଥିବା ଏହି ସାମଗ୍ରୀ ଶସ୍ତା ତଥା ନିମ୍ନମାନର ତେଲରେ ପ୍ରସ୍ତୁତ ହେଉଛି। ଯାହାର ବହୁଳ ବ୍ୟବହାର ପରିବେଶ ପାଇଁ ଏକ ବଡ ବିପଦ ଭାବେ ଉଭା ହୋଇଛି । ଘିଅ ଦୀପ ପ୍ରଜ୍ବଳନ ହେଉଛି ପବିତ୍ରତା ଓ ମଙ୍ଗଳକାରୀ ଏବଂ ଏହା ଜ୍ଞାନ ଓ ପ୍ରଜ୍ଞାର ପ୍ରତୀକ ମଧ୍ୟ । ଦେବତାଙ୍କ ପ୍ରତି ଅର୍ପଣ ହେଉଥିବା ଘିଅ ବା ଦୀପ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ସମ୍ପର୍କ ସୃଷ୍ଟି କରିଥାଏ ବୋଲି ମଧ୍ୟ ବିବେଚନା କରାଯାଇଥାଏ । କିନ୍ତୁ ପୂଜା ଘିଅ ନାଁରେ ବିକ୍ରି ହେଉଥିବା ଏହି ଅଶୁଦ୍ଧ ପଦାର୍ଥ ଭକ୍ତଙ୍କ ଭାବବେଗ ପ୍ରତି ଆଘାତ ସୃଷ୍ଟି କରୁଛି।

ଏହା ବି ପଢନ୍ତୁ...ନକଲି ଘିଅ କାରଖାନାରେ ରେଡ, ଚର୍ବିରୁ ହେଉଥିଲା ପ୍ରସ୍ତୁତ - Raid in Ghee Factory

ଏହା ବି ପଢନ୍ତୁ...ତିରୁପତି ବିବାଦ ପରେ ଶ୍ରୀମନ୍ଦିର ଘିଅକୁ ନେଇ ପ୍ରଶ୍ନ, ଜିଲ୍ଲାପାଳ କହିଲେ ଯାଞ୍ଚ ହେବ - Srimandir Ghee Quality

ଏହା ମଧ୍ୟ ପଢନ୍ତୁ-ଅସଲି ନାଁରେ ନକଲି ମଦ, ପିଇଲେ ନିଶା ହେବନି ! - Duplicate liquor seized

ଏହା ମଧ୍ୟ ପଢନ୍ତୁ-କ୍ଷୀର ପିଉଥିଲେ ସାବଧାନ ! ଅପମିଶ୍ରିତ ନକଲି କ୍ଷୀର ଜବତ - Fake Milk Products Factory Busted

କିପରି ପ୍ରସ୍ତୁତ ହୁଏ ଡାଲଡା ଘିଅ ?

ପୂଜା ଘିଅ ନାଁରେ ଯେଉଁ ପଦାର୍ଥକୁ ଆମେ ଠାକୁରଙ୍କ ଆଳତି ପାଇଁ ବ୍ୟବହାର କରୁଛେ, ତାହା ଯେଉଁ ଭଳି ଏବଂ କେଉଁ ସାମଗ୍ରୀ ଦ୍ବାରା ପ୍ରସ୍ତୁତ ହେଉଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସାଧାରଣତଃ ଖାଇବା ତେଲ, ହାଇଡ୍ରୋଜେନ ଦ୍ବାରା ପ୍ରକ୍ରିୟା କରଣ କରାଯାଇ ବନସ୍ପତି ବା ପାମ ତେଲରେ କୃତିମ ଘିଅ ପ୍ରସ୍ତୁତ ହୋଇଥାଏ । ଏହି ଘିଅର ଏକ ଜଣାଶୁଣା ନାଁ ହେଉଛି ଡାଲଡା । ଏହି କୃତିମ ଘିଅର ଦାମ ସାମାନ୍ୟ ଅଧିକ ହୋଇଥାଏ। କିନ୍ତୁ ଲାଭଖୋର ବ୍ୟବସାୟୀମାନେ ଅନୈତିକ ଉପାୟରେ ଅର୍ଥ ରୋଜଗାର କରିବାକୁ ଯାଇ ଏହି କୃତିମ ଘିଅ ବା ବନସ୍ପତି ନାଁରେ ଅତି ନିକୃଷ୍ଟ ସାମଗ୍ରୀଗୁଡ଼ିକୁ ବ୍ୟବହାର କରି ପୂଜା ଘିଅ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଯେଉଁଥିରେ ନିମ୍ନମାନର ତେଲ, ପୋଡା ତେଲ ଓ ପୋଡା ମୋବିଲ ଇତ୍ୟାଦିକୁ ପ୍ରକ୍ରିୟାକରଣ କରି ସୁଗନ୍ଧିତ ସାମଗ୍ରୀ ମିଶାଇ ପୂଜା ଘିଅ ନାଁରେ ବଜାରରେ ବିକ୍ରି କରୁଛନ୍ତି।

ଏହି ଘିଅ ଅପେକ୍ଷାକୃତ ଶସ୍ତା ହେଉଥିବାରୁ ବିଭିନ୍ନ ମନ୍ଦିର ପରିସରରେ ଏହି ପୂଜା ଘିଅକୁ ଦୀପରେ ବ୍ୟବହାର କରାଯାଇଥାଏ । ତେବେ ଏହା ବାସ୍ତବିକ ଘିଅ ନୁହେଁ ବରଂ ତେଲ ବର୍ଗର ସାମଗ୍ରୀ । ଏହି ଘିଅ ପ୍ୟାକେଟ କେବଳ ଜାଳେଣୀ ପାଇଁ ଉଦିଷ୍ଟ ବୋଲି ଲେଖାଥିବାବେଳେ ଏହାକୁ ଜଳାଇଲେ କଳା ଧୂଆଁ ନିର୍ଗତ ହୋଇଥାଏ । ବ୍ୟବସାୟୀଙ୍କ କହିବା କଥା, "ସମସ୍ତେ ଏବିଷୟରେ ଜାଣି ମଧ୍ୟ ଏହି ଘିଅକୁ କିଣୁଛନ୍ତି।" ସେପଟେ କୌଣସି ଅଶୁଦ୍ଧ ସାମଗ୍ରୀ ଠାକୁରଙ୍କ ପାଖରେ ଲାଗି କରାଇବା ଅନିଷ୍ଟ ବୋଲି ପୂଜକ କହିଛନ୍ତି।

ଇଟିଭି ଭାରତ, କଟକ

Last Updated : Oct 8, 2024, 7:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.