ETV Bharat / state

ବିଜେପିରେ ଯୋଗ ଦେଲେ କଂଗ୍ରେସ ଯୁବନେତା ଦୁଲାଲ ପ୍ରଧାନ, ଟିକେଟ ଦେଇ କାଟି ଦେଇଥିଲା କଂଗ୍ରେସ - Dulal Pradhan join BJP - DULAL PRADHAN JOIN BJP

Dulal Pradhan joins BJP: ଟିକେଟ ଦେଇ କାଟି ଦେଇଥିଲା କଂଗ୍ରେସ । ଅସନ୍ତୁଷ୍ଟ ହୋଇ କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ଦୁଲାଲ ପ୍ରଧାନ । ଅଧିକ ପଢନ୍ତୁ

Dulal Pradhan join BJP
Dulal Pradhan join BJP
author img

By ETV Bharat Odisha Team

Published : May 2, 2024, 12:53 PM IST

Dulal Pradhan join BJP

ସମ୍ବଲପୁର: ବିଜେପିରେ ସାମିଲ ହେଲେ ଯୁବ କଂଗ୍ରେସ ନେତା ଦୁଲାଲ ପ୍ରଧାନ । ଦଳୀୟ ସଦସ୍ୟତା ଓ ପଦ ପଦବୀରୁ ଇସ୍ତଫା ଦେଇ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି ଦୁଲାଲ । ଲୋକସଭା ପ୍ରାର୍ଥୀ ଟିକଟ ପାଇବା ପରେ କାଟିବାକୁ ନେଇ ଅସନ୍ତୋଷ ହୋଇ କଂଗ୍ରେସ ଛାଡିଥିଲେ । ଦଳ ଅସମ୍ମାନ କରିଥିବାରୁ ଏଭଳି କରିଥିବା ନେଇ ସେ କହିଛନ୍ତି ।

ସୂଚନା ଅନୁସାରେ, କିଛିଦିନ ତଳେ ଚଳିତ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଦଳ ଦୁଲାଲଙ୍କୁ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରିଥିଲା । ପରବର୍ତ୍ତି ସମୟରେ ନାଟକୀୟ ଢଙ୍ଗରେ ଦୁଲାଲଙ୍କ ଟିକଟ କାଟି ଦେଇଥିଲେ । ତାଙ୍କ ସ୍ଥାନରେ ବିଜେଡି ଦଳ ଛାଡି କଂଗ୍ରେସରେ ଯୋଗଦାନ କରିଥିବା ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀ କରିଥିଲା । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଦୁଲାଲ । କିଛିଦିନ ସମ୍ବଲପୁରରେ ତାଙ୍କୁ ଦେଖିବାକୁ ମିଳିନଥିଲା । ଏହାରି ଭିତରେ ବୁଧବାର ରାତିରେ କଚେରୀ ରୋଡ଼ ସ୍ଥିତ ବିଜେପି କାର୍ଯ୍ୟାଳରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ଯୁବ କଂଗ୍ରେସ ନେତା ଦୁଲାଲ ପ୍ରଧାନ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ତାଙ୍କୁ ସମ୍ମାନର ସହିତ ଗ୍ରହଣ କରିଥିବାରୁ ସେ ସମସ୍ତ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସମ୍ବଲପୁର ଲୋକସଭାରେ ବଦଳିବେ କଂଗ୍ରେସ ପ୍ରାର୍ଥୀ, ଚର୍ଚ୍ଚାରେ ନଗେନ୍ଦ୍ରଙ୍କ ନାଁ ! - sambalpur lok sabha

କଂଗ୍ରେସ ଦଳକୁ ସମ୍ମାନ ଜଣାଇ କଂଗ୍ରେସରେ ଥିବା ଛାମୁଆ ନେତା ତଥା କୂଚକ୍ରାନ୍ତକାରୀ ନେତାମାନଙ୍କ ଉପରେ ବର୍ଷିଥିଲେ ଦୁଲାଲ । ସେ କହିଥିଲେ, "ଦୀର୍ଘ 33 ବର୍ଷ ହେବ କଂଗ୍ରେସ ଦଳରେ ଜଡିତ ଥିଲି । ଛାତ୍ର ରାଜନୀତିରୁ ଆରମ୍ଭ କରି ସେ ଦଳର ବହୁ ଗୁରୁତ୍ୱପୂର୍ଣ ପଦ ପଦବୀରେ ରହି ଏକ ଶୃଙ୍ଖଳିତ କର୍ମୀ ଭାବେ 33 ବର୍ଷ ହେଲା ଦଳ ପାଇଁ କାର୍ଯ୍ୟ କରି ଆସୁଥିଲି । କିନ୍ତୁ ଆଜି ଦଳ ତାଙ୍କୁ ଅସମ୍ମାନ କରିଛି । 33 ବର୍ଷର ପରିଶ୍ରମ ବଦଳରେ ଦଳ ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀ କରି ଟିକେଟ ଦେଇଥିଲା । କିନ୍ତୁ ଶେଷରେ ଟିକେଟ ମଧ୍ୟ କାଟି ଦେଇ ଅସମ୍ମାନ କରିଛି । ସେଥିପାଇଁ ମୁଁ କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗଦାନ କରିଛି ।" କଂଗ୍ରେସ ଦଳର ରାଜ୍ୟ ନେତୃବୃନ୍ଦ ଟଙ୍କା କରବାର କରି ତାଙ୍କ ଟିକେଟ କାଟି ଦେଇଥିବା ଅଭିଯୋଗ କରିବା ସହ ଆଗାମୀ ଦିନରେ ଏହାର ପର୍ଦାଫାଶ ହେବ ବୋଲି ଦୁଲାଲ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.