ETV Bharat / state

ଚକ୍ଷୁଦାନ କରନ୍ତୁ, ମୃତ୍ୟୁ ପରେ ମୃତ୍ୟୁଞ୍ଜୟ ହୁଅନ୍ତୁ; ପୁରୀରେ ଦୃଷ୍ଟିଦାନର ସଚେତନତା ରାଲି - Awareness for eye donation

author img

By ETV Bharat Health Team

Published : Sep 5, 2024, 1:48 PM IST

Updated : Sep 5, 2024, 5:10 PM IST

Awareness rally for eye donation: ପୁରୀରେ ଦୃଷ୍ଟିଦାନ ଆଇ ବ୍ୟାଙ୍କ ପକ୍ଷରୁ ଚକ୍ଷୁଦାନ ନେଇ ସଚେତନତା ରାଲି ଅନୁଷ୍ଠିତ । ଚକ୍ଷୁଦାନ କରନ୍ତୁ, ମୃତ୍ୟୁ ପରେ ମୃତ୍ୟୁଞ୍ଜୟ ହୁଅନ୍ତୁ ବୋଲି ଦିଆଗଲା ବାର୍ତ୍ତା । ଅଧିକ ପଢନ୍ତୁ

ଚକ୍ଷୁଦାନ କରନ୍ତୁ, ମୃତ୍ୟୁ ପରେ ମୃତ୍ୟୁଞ୍ଜୟ ହୁଅନ୍ତୁ; ପୁରୀରେ ଦୃଷ୍ଟିଦାନର ସଚେତନତା ରାଲି
ଚକ୍ଷୁଦାନ କରନ୍ତୁ, ମୃତ୍ୟୁ ପରେ ମୃତ୍ୟୁଞ୍ଜୟ ହୁଅନ୍ତୁ; ପୁରୀରେ ଦୃଷ୍ଟିଦାନର ସଚେତନତା ରାଲି (ETV Bharat Odisha)

ପୁରୀ: ସାରା ଦେଶରେ ଏବେ ପାଳନ ହେଉଛି 'ଜାତୀୟ ଚକ୍ଷୁଦାନ ପକ୍ଷ' । ଏହି ପରିପ୍ରେକ୍ଷୀରେ ଆଜି ପୁରୀରେ ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ଦୃଷ୍ଟିଦାନ ଆଇ ବ୍ୟାଙ୍କ ପକ୍ଷରୁ ଏକ ସଚେତନତା ରାଲି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସିଂ ଛାତ୍ରୀ, ସିଡିଏମଓ, ଏଡିଏମଓ ପ୍ରମୁଖ ସାମିଲ ହୋଇଛନ୍ତି । ରାଲିରେ ଚକ୍ଷୁଦାନକୁ ନେଇ ଲୋକମାନଙ୍କ ମଧ୍ୟରେ ଥିବା ଅନ୍ଧବିଶ୍ବାସ ଦୂର କରିବା ସହ ଆଖି ଦାନ କରିବାକୁ ଆଗେଇ ଆସିବାକୁ ସଚେତନ କରାଯାଇଛି । ଚକ୍ଷୁଦାନ ଭଳି ମହତ୍ କାର୍ଯ୍ୟ କରି ଅନ୍ୟ ଜଣକୁ ଦୁନିଆ ଦେଖିବାର ସୁଯୋଗ ଦିଅନ୍ତୁ ବୋଲି ଆହ୍ବାନ କରିଛନ୍ତି ଦୃଷ୍ଟିଦାନ ଆଇ ବ୍ୟାଙ୍କ ମ୍ୟାନେଜର ଜ୍ୟୋତିର୍ମୟୀ ମହାନ୍ତି ।

ଜଣକର ଆଖି ଅନ୍ୟକୁ ଦେଖାଇବ ଆଲୋକ:

ଦୃଷ୍ଟିଦାନ ଆଇ ବ୍ୟାଙ୍କର ମ୍ୟାନେଜର କହିଛନ୍ତି, ''ପ୍ରତିବର୍ଷ 25 ଅଗଷ୍ଟରୁ 8 ସେପ୍ଟେମ୍ବର ଯାଏଁ ରାଷ୍ଟ୍ରୀୟ ଚକ୍ଷୁଦାନ ପକ୍ଷ ପାଳନ କରାଯାଉଛି । ଏହି ସମୟରେ ଚକ୍ଷୁଦାନ ନେଇ ବ୍ୟାପକ ଜନସଚେତନତା ବୃଦ୍ଧି ପାଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଏ । ଆଜି ପୁରୀରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସିଂ ଛାତ୍ରୀ, ସିଡିଏମଓ, ଏଡିଏମଓ ପ୍ରମୁଖ ସାମିଲ ହୋଇଛନ୍ତି । ଏଥିରେ ଆମେ ଲୋକଙ୍କୁ ବାର୍ତ୍ତା ଦେଇଛୁ, ନିଜର ଚକ୍ଷୁଦାନ କରନ୍ତୁ, ଆଉ ଜଣଙ୍କୁ ଦୁନିଆ ଦେଖିବାରୁ ସୁଯୋଗ ଦିଅନ୍ତୁ ।''

ସେ ଆହୁରି କହିଛନ୍ତି ଯେ, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକ୍ଷୁଦାନ ପାଇଁ ସ୍ଵତନ୍ତ୍ର ଅଧିକାରୀ ଅଛନ୍ତି । ଇଚ୍ଛୁକ ବ୍ୟକ୍ତିମାନେ ଏଠାରେ ଯୋଗାଯୋଗ କରି ଚକ୍ଷୁଦାନ କରିପାରିବେ । ଗତ 2002 ମସିହାରୁ ଦୃଷ୍ଟିଦାନ ପକ୍ଷରୁ ଓଡିଶାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଲୋକମାନେ ଚକ୍ଷୁଦାନ ନେଇ ସଚେତନ ହେଲେଣି । ଗ୍ରାମାଞ୍ଚଳରେ ଏହାର ଆହୁରି ପ୍ରଚାର ପ୍ରସାର ପାଇଁ ଆଶାକର୍ମୀଙ୍କ ଜରିଆରେ ସଚେତନତା କରାଯାଉଛି । ଅନେକ ଲୋକଙ୍କ ମଧ୍ୟରେ ଅନ୍ଧ ବିଶ୍ୱାସ ରହିଛି, ଆମେ ଚକ୍ଷୁଦାନ କଲେ ଆର ଜନ୍ମରେ ଅନ୍ଧ ହୋଇ ଜନ୍ମ ହେବୁ । ଏହି ଚିନ୍ତାଧାରାକୁ ଲୋକଙ୍କ ମନରୁ ଦୂର କରିବାକୁ ଆମେ ପ୍ରୟାସ ଜାରି ରଖିଛୁ । ଧୀରେ ଧୀରେ ଏହି ଅନ୍ଧବିଶ୍ୱାସ ଦୂର ହେବାରେ ଲାଗିଛି । ଅନେକ ଲୋକ ଚକ୍ଷୁଦାନ ଭଳି ମହତ୍ କାର୍ଯ୍ୟ ପାଇଁ ଆଗେଇ ଆସିଲେଣି ।

ଏହା ମଧ୍ୟ ପଢନ୍ତୁ: ଜାତୀୟ ଚକ୍ଷୁଦାନ ପକ୍ଷ 2024; ଜଣଙ୍କ ଆଖି ଦୁଇ ଜଣଙ୍କୁ ଦିଏ ନୂଆ ଜୀବନ - National Eye Donation Fortnight

ଏହା ମଧ୍ୟ ପଢନ୍ତୁ: ନିଜ ଆଖିରେ ଅନ୍ୟକୁ ଦୁନିଆ ଦେଖାଇ ଅମର ହୋଇଗଲେ ମାଣିକ - Eye Donation

ବରଗଡ଼ରେ ଚକ୍ଷୁଦାନ ସଚେତନତା:

ଏହି ଜାତୀୟ ଚକ୍ଷୁଦାନ ପକ୍ଷ ଅବସରରେ ବରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଦୃଷ୍ଟିଦାନ ଆଇ ବ୍ୟାଙ୍କ ପକ୍ଷରୁ ବରଗଡ଼ରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏନେଇ ବୁଧବାର CDMO ଅଫିସ ପରିସରରୁ ଏକ ରାଲି ବାହାରିଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ନର୍ସିଙ୍ଗ କଲେଜର ଛାତ୍ରଛାତ୍ରୀ ଯୋଗଦେଇ ଜନସାଧାରଣଙ୍କୁ ଚକ୍ଷୁଦାନ ବିଷୟରେ ଅବଗତ କରାଇବା ସହ ଜଣକର ଚକ୍ଷୁଦାନ ଦ୍ବାରା ଅନ୍ୟ ଜଣେ ଏହି ରଙ୍ଗୀନ ଦୁନିଆକୁ ଦେଖିପାରିବ ବୋଲି କହିଥିଲେ । ଏହାପରେ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟଳୟରେ ଯୁବପିଢିଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ବରଗଡ଼ CDMOଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ପୁରୀ

Last Updated : Sep 5, 2024, 5:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.