ETV Bharat / state

ଜଳ କଷ୍ଟ: ପାଣି ପାଇଁ ହାଣ୍ଡି, ମାଠିଆ ଧରି ବ୍ଲକ ଆଗରେ ଧାରଣା ଦେଲେ ଗ୍ରାମବାସୀ - Khordha Drinking Water problem

author img

By ETV Bharat Odisha Team

Published : Jun 23, 2024, 6:31 AM IST

Khordha Drinking Water problem: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ ପାନୀୟ ଜଳ ସମସ୍ୟା । ପାଣି ପାଇଁ ହାଣ୍ଡି, ମାଠିଆ ଧରି ବ୍ଲକ ଆଗରେ ଧାରଣା ଦେଲେ ଗ୍ରାମବାସୀ । ଅଧିକ ପଢନ୍ତୁ

Khordha Drinking Water problem
Khordha Drinking Water problem (ETV Bharat Odisha)

ଖୋର୍ଦ୍ଧା: ପାନୀୟ ଜଳ ମୁନ୍ଦେ ପାଇଁ ସଂଘର୍ଷ । କୌଣସି ଉପାନ୍ତ ଜିଲ୍ଲା ନୁହେଁ ବରଂ ଆଗୁଆ ଜିଲ୍ଲା ଖୋର୍ଦ୍ଧାରେ ଦେଖିବାକୁ ମିଳିଛି ଏହି ସମସ୍ୟା । ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ କୌଣସି ସମାଧାନର ବାଟ ବାହାର ନକରିବାରୁ ଶେଷରେ ନିରାଶ ହୋଇ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ଅସରଳା ପଞ୍ଚାୟତ ନନ୍ଦ ସାହିର ବାସିନ୍ଦା । ପାଣି ସମସ୍ୟା ନେଇ ଶୁକ୍ରବାର ବୋଲଗଡ ବ୍ଲକ ଆଗରେ ଧାରଣା ଦେଇଥିଲେ ୩୦ରୁ ଊର୍ଦ୍ଧ୍ୱ ପରିବାର ।

ଦୀର୍ଘ ୨ମାସ ଧରି ଅସରଳା ପଞ୍ଚାୟତ ନନ୍ଦ ସାହିର ବାସିନ୍ଦା ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ପରେ କେହି ଶୁଣୁ ନଥିବାରୁ ବାଧ୍ୟ ହୋଇ ଶୁକ୍ରବାର ସାହିର ମହିଳା ଓ ପୁରୁଷ ହାତରେ ହାଣ୍ଡି, ମାଠିଆ ଧରି ବୋଲଗଡ ବ୍ଲକ ଆଗରେ ଧାରଣା ବସିଥିଲେ । ଗ୍ରାମବାସୀଙ୍କ କହିବାନୁଯାୟୀ, ଗ୍ରାମରେ ଗୋଟିଏ ନଳକୂଅ ରହିଛି ହେଲେ ସେଥିରେ ପାଣି ନବାହାରିବାରୁ ଅଚଳ ହୋଇପଡିଛି । ପାଣି ପାଇଁ ଗ୍ରାମବାସୀ ପାଦରେ ଚାଲି ଚାଲି ନଈ ଭିତରେ ଥିବା ଚୁଆରୁ ପାଣି ଆଣି ଛାଣି ପିଉଛନ୍ତି । ଏ ନେଇ ଦୀର୍ଘ ଦିନ ହେଲା ପ୍ରଶାସନ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ କିଛି ଲାଭ ମିଳୁ ନାହିଁ ।

ଏହାମଧ୍ୟ ପଢନ୍ତୁ.. କାମରେ ଆସୁନି ପାନୀୟଜଳ ପ୍ରକଳ୍ପ, ଜଳକଷ୍ଟ ଭୋଗୁଛନ୍ତି ୧୦୦ରୁ ଉର୍ଦ୍ଧ୍ୱ ପରିବାର - Drinking Water Problem

ବୋଲଗଡ ବ୍ଲକ ଏବିଡିଓ ରତିକାନ୍ତ ମିଶ୍ର ଓ ପାନୀୟ ଜଳ ଯୋଗାଣ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ଗାଁକୁ ଆସି ସ୍ଥିତି ଦେଖିଥିଲେ । ଖୁବଶୀଘ୍ର ଏହି ସମସ୍ୟାର କରିବା ନେଇ ପ୍ରତିଶ୍ରୁତି ଦେବାପରେ ଧାରଣାରୁ ହଟିଥିଲେ ଗ୍ରାମବାସୀ ।

ଅନୁରୂପ ଭାବେ ବେଗୁନିଆ ବ୍ଲକରେ ମଧ୍ୟ ଉତ୍କଟ ପାନୀୟ ସମସ୍ୟା ବିଭିନ୍ନ ପଞ୍ଚାୟତରେ ଦେଖା ଦେଇଛି । ବେଗୁନିଆ ବ୍ଲକର ରାଉତପଡା ପଞ୍ଚାୟତର ରାଉତପଡା ଗ୍ରାମରେ ଦେଖିବାକୁ ମିଳିଛି ପାନୀୟଜଳ ସମସ୍ୟା । ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ନଆସିବା କାରଣରୁ ଏବେ ମାଟି ଖୋଳି ଯାଇଥିବା ପାଇପରୁ ବିଶୁଦ୍ଧ ପାନୀୟ ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି ।

ଲୋକମାନେ ଏ ନେଇ ବ୍ଲକ ପ୍ରଶାସନିକ ଅଧିକାରୀ ସହ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ନିରାଶ ହେବା ପରେ ମାଟି ତଳେ ଯାଇଥିବା ପାଇପରୁ ପାନୀୟ ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ଏହାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଏନେଇ ଘଟଣା ସମ୍ପର୍କରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ କହିଛନ୍ତି, "ବେଗୁନିଆ ବୋଲଗଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରେ ପାନୀୟ ଜଳ ସମସ୍ୟା ଲାଗିରହିଥିବା ଖବର ମୋ ପାଖରେ ଅଛି । ଏହାର କିଭଳି ତୁରନ୍ତ ସମାଧାନ କରାଯିବ ଏବଂ ମେଗା ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରି ଲୋକମାନଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ସେ ନେଇ କାର୍ଯ୍ୟ କରିବି ଏବଂ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଲୋକମାନଙ୍କ ନିକଟରେ କିପରି ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବ ସେ ଉପରେ ଗୁରୁତ୍ବ ଦେବି ।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.